ଘରେ ଖାଆନ୍ତୁ ଉଚ୍ଚ ପ୍ରୋଟିନ ଯୁକ୍ତ ଜିମ୍ ଖାଦ୍ୟ :  ଚିନାବାଦାମ

Thursday, September 19, 2019

 (ବେତାର ବ୍ୟୁରୋ) ସାଧାରଣତଃ ଆମର ଧାରଣା ଜିମ ଗଲେ ବ୍ୟାୟମ କରିବା ସହିତ ସେହିଭଳି ଖାଦ୍ୟ ଖାଇବାକୁ ପଡିବ । ଅର୍ଥାତ ଏପରି ଖାଦ୍ୟ ଯାହା ଆମ ମାଂସପେଶୀ  ବା ମସଲସକୁ ଶକ୍ତ କରିବ ।

 

ଏକଥା ସତ ଯେ ଅନେକ ଜିମ ଯାଉଥିବା ବ୍ୟକ୍ତି ମାଂସପେଶୀକୁ ଶକ୍ତ କରିବା ପାଇଁ ପ୍ରୋଟିନ ସେକ, ପ୍ରୋଟିନ ପାଉଡର କିଣି ଏହାର ସେବନ କରିଥାନ୍ତି। ଏଗୁଡିକର ଦାମ ମଧ୍ୟ ବହୁତ ଅଧିକ ।

 

ତେବେ ଏପରି କିଛି ଘରୋଇ  ଖାଦ୍ୟ ରହିଛି ଯାହା ପ୍ରୋଟିନ ପାଉଡର ତୁଳନାରେ  ଅଳ୍ପ ଦାମର ହେଲେ ମଧ୍ୟ ଶରୀରର୍କୁ ଅବଶ୍ୟକୀୟପ୍ରୋଟିନ ପ୍ରଦାନ କରିଥାଏ । ସେହିପରି ଏକ ଖାଦ୍ୟ ହେଉଛି ଚିନାବାଦାମ ବା ବାଦାମ ।  

୧.ପ୍ରତିଦିନ ସକାଳୁ ଏକ ମୁଠା କଞ୍ଚା ବାଦାମ ଖାଇବା ଦ୍ୱାରା ଶରୀରକୁ ପ୍ରୋଟିନ୍ ମିଳିଥାଏ।

 

୨. ଏକ ଲିଟର କ୍ଷୀରରୁ ଶରୀରକୁ ଯେଉଁ ଶକ୍ତି ମିଳିଥାଏ, ୧୦ ଗ୍ରାମ ଚିନାବାଦାମରୁ ମଧ୍ୟ ଶରୀରକୁ ସେହି ଶକ୍ତି  ମିଳିଥାଏ।

୩. ଯେଉଁମାନେ ଓଜନ ବୃଦ୍ଧି କରିବାକୁ ଚାଁହୁଛନ୍ତି, ସେମାନେ ପ୍ରତିଦିନ ସକାଳୁ କଞ୍ଚା ବାଦାମ କିମ୍ବା ରାତିରୁ ବତୁରା ଯାଇଥିବା ବାଦାମ ଖାଇବା ଉଚିତ୍।

 

୪.  ସେହିପରି ଯେଉଁମାନେ ପତଳା ହେବାକୁ ଚାହୁଁଛନ୍ତି, ସେମାନେ ଖାଦ୍ୟ ଖାଇବା ପରେ ଚିନାବାଦାମ ନିୟମିତ ଖାଇଲେ ପତଳା ହୋଇଯିବେ। କାରଣ ଏହା ହଜମ ଶକ୍ତି ମଧ୍ୟ ବଢ଼ାଇଥାଏ।

 

୫. ଚିନାବାଦାମ୍‌ ଶରୀରର କୋଲେଷ୍ଟ୍ରଲ୍‌କୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଏହା ଖରାପ କୋଲେଷ୍ଟ୍ରଲ୍‌କୁ ଭଲ କୋଲେଷ୍ଟ୍ରଲ୍‌ରେ ପରିଣତ କରିଥାଏ। ତେଣୁ ଏହା ହୃଦୟ ରୋଗ ହେବାରୁ ରକ୍ଷା କରିଥାଏ ଓ ବ୍ୟାୟମ କଲେ ଶୀଘ୍ର ଥକିବାକୁ ଦେଇ ନ ଥାଏ ।

 

୬. ଚିନାବାଦାମରୁ ଶରୀରକୁ ଭିଟାମିନ୍-A ମିଳିଥାଏ, ଯାହା ସ୍ମୃତି ଶକ୍ତି ବଢ଼ାଇଥାଏI

 

୭. ନିୟମିତ ଚିନାବାଦାମ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଓ ଗ୍ୟାସ୍‌ ସମସ୍ୟା ମଧ୍ୟ ଦୂର ହୋଇଥାଏ।

 

୮. ଯେଉଁମାନଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେଉଛି, ସେମାନଙ୍କ ପାଇଁ ଚିନାବାଦାମ ବେଶ୍ ଉପକାରୀ। ଏହା ଶରୀରର ତାପମାତ୍ରକୁ ନିୟନ୍ତ୍ରଣ କରିବା ସହ ଫୁସ୍‌ଫୁସ୍‌କୁ ମଧ୍ୟ ସୁସ୍ଥ ରଖେ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon