ବଦଳୁଥିବା ପାଣିପାଗରେ ଏମିତି ବଢାନ୍ତୁ ରୋଗ ପ୍ରତିରୋଧକ ଶକ୍ତି

Sunday, September 22, 2019

(ବେତାର ବ୍ୟୁରୋ)ପାଣିପାଗରେ ପରିବର୍ତ୍ତନ ଆମ ଶରୀର ଉପରେ ପ୍ରଭାବ ପକାଇଥାଏ। ଏହି କାରଣରୁ ଆମେ ଜଳବାୟୁ ବଦଳିଲେ ରୋଗାକ୍ରାନ୍ତ ହୋଇପଡୁ। ତେଣୁ ଏପରି ସ୍ଥିତିରେ ଶରୀର ପ୍ରତି ଆମକୁ ଅଧିକ ଯତ୍ନବାନ ହେବା ନିହାତି ଜରୁରୀ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିଲେ ଜଣେ ସହଜରେ ରୋଗରେ ପଡିଥାଏ। ତେଣୁ ଇମ୍ୟୁନିଟି ପାଓ୍ବାର ବା ପ୍ରତିରୋଧକ କ୍ଷମତା ବଢାଇବା ଦିଗରେ ଆମକୁ ଅଧିକ ଧ୍ୟାନ ଦେବା ଆବଶ୍ୟକ। 

 

ଆସନ୍ତୁ ଜାଣିବା ରୋଗ ପ୍ରତିରୋଧକ ଶକ୍ତି ବଢାଇବାର ଉପାୟ।

 

ପଇଡ ପାଣିରୁ ଆରମ୍ଭ କରନ୍ତୁ ସକାଳ
ଚା, କଫି ବଦଳରେ ଦିନର ଆରମ୍ଭ ପଇଡ ପାଣିରୁ ଆରମ୍ଭ କରନ୍ତୁ। ଏଥିରେ ଥିବା ପୋଷକ ତତ୍ତ୍ୱ. ଆଣ୍ଟି ଅକ୍ସିଡାଣ୍ଟ ଶରୀର ପାଇଁ ବେଶ୍‌ ଉପଯୋଗୀ ହୋଇଥାଏ। ଏଥିସହ ପଇଡ ପାଣିରୁ ଭିଟାମିନ ସି, ମ୍ୟାଗ୍ନେସିୟମ, ପୋଟାସିୟମ, ମ୍ୟାଲସିୟମ, ସୋଡିୟମ ପରି ଜରୁରୀ ଭିଟାମିନ ମଧ୍ୟ ଆମ ଶରୀର ପାଇଥାଏ। ଏଥିରେ କମ୍‌ କ୍ୟାଲୋରୀ ଥିବାରୁ ଏହାକୁ ପିଇଲେ ମୋଟା ହେବାର ମଧ୍ୟ ଆଶଙ୍କା ନ ଥାଏ।

 

ସୁସ୍ଥ ନିଦ୍ରା ଯାଆନ୍ତୁ
ଭଲ ସ୍ବାସ୍ଥ୍ୟ ପାଇଁ ଭଲ ଖାଦ୍ୟ ଖାଇବା ସହ ଠିକ୍‌ ଭାବେ ବିଶ୍ରାମ ନେବା ଜରୁରୀ। ଠିକ୍‌ ଭାବେ ନିଦ୍ରା ଗଲେ ଶରୀର ଫୂର୍ତ୍ତି ରହିଥାଏ। ଏଥିସହ ନୂଆ କାମ କରିବାକୁ ଇଚ୍ଛା ମଧ୍ୟ ଜାଗ୍ରତ ହୋଇଥାଏ।

 

ଭୋଜନ ପ୍ରତି ଧ୍ୟାନ ଦିଅନ୍ତୁ
ଖାଦ୍ୟରେ ପ୍ରତିଦିନ ସୁପ୍‌, ତଟକା ପନିପରିବା, ଫଳ, ଗ୍ରୀନ ଟି ଆଦି ସାମିଲ କରନ୍ତୁ। ଶରୀରରେ ଯେପରି ପ୍ରୋଟିନ ମାତ୍ରା କମ୍‌ ନ ରୁହେ ସେଥିପ୍ରତି ଧ୍ୟାନ ଦେଇ ଯଥେଷ୍ଟ ପ୍ରୋଟିନ ଜାତୀୟ ଖାଦ୍ୟ ଖାଆନ୍ତୁ। ଏଥିସହ କ୍ୟାଲସିୟମ, ମ୍ୟାଗ୍ନେସିୟମ, ପୋଟାସିୟମର ମାତ୍ରା ମଧ୍ୟ ସନ୍ତୁଳିତ ରଖନ୍ତୁ। 

 

ନିୟମିତ ବାୟାମ କରନ୍ତୁ
ସୁସ୍ଥ ରହିବା ପାଇଁ ବାୟାମ ସର୍ବୋତ୍ତମ ମାଧ୍ୟମ। ପ୍ରତିଦିନ ଏହାକୁ ନିଜ ଜୀବନ ଶୈଳୀରେ ସାମିଲ କରନ୍ତୁ। ପ୍ରତ୍ୟହ ଚାଲିବା କିମ୍ବା ଦୌଡିବା ଅଭ୍ୟାସ ରଖନ୍ତୁ। ଯୋଗାଭ୍ୟାସ ମଧ୍ୟ ଆପଣଙ୍କୁ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ।ପ୍ରତ୍ୟହ ଚାଲିବା କିମ୍ବା ଦୌଡିବା ଅଭ୍ୟାସ ରଖନ୍ତୁ। ଯୋଗାଭ୍ୟାସ ମଧ୍ୟ ଆପଣଙ୍କୁ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon