ରାଶିଫଳ ସେପ୍ଟେମ୍ବର 23-29 : ମାସ ଶେଷ ସପ୍ତାହରେ ଏମିତି ରହିବ ପ୍ରଭାବ

Monday, September 23, 2019

(ବେତାର ବ୍ୟୁରୋ) ଚଳିତ ସପ୍ତାହରେ ଚନ୍ଦ୍ର ଦେବ ମିଥୁନ ରାଶି ଯାତ୍ରା ଆରମ୍ଭ କରି ସପ୍ତାହ ଶେଷ ବେଳକୁ କନ୍ୟା ରାଶିରେ ପହଞ୍ଚୁଥିବାରୁ ଏହି ସପ୍ତାହରେ ମିଥୁନ, କର୍କଟ, ସିଂହ ଓ କନ୍ୟା ସହିତ ଧନୁ, ମକର, କୁମ୍ଭ ଓ ମୀନ ରାଶି ପ୍ରଭାବିତ ହେବେ ।

 

ଏହି ସପ୍ତାହରେ ଅନ୍ୟ କୌଣସି ଗ୍ରହ ଚଳନ ନ ହେବାରୁ ଚନ୍ଦ୍ରର ଗତି ହିଁ ସମସ୍ତ ରାଶି ଉପରେ ପ୍ରଭାବ ପକାଇବ ।

 

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ ।

 

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶା ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

ମେଷ : ସପ୍ତାହ ଆରମ୍ଭ- ଆପଣଙ୍କ ମନରେ ନୂଆ ନୂଆ ବିଚାର ଜନ୍ମ ନେବ। ମଙ୍ଗଳ ଓ ବୁଧବାର- ଅଫିସ୍‌ରେ ବରିଷ୍ଠଙ୍କ ସହଯୋଗ ପାଇବେ। ସପ୍ତାହ ଶେଷ- ଧନଲାଭ ହେବ ଓ ଶତ୍ରୁଙ୍କୁ ଜୟ କରିବେ

ବୃଷ : ସପ୍ତାହ ଆରମ୍ଭ ପଇସା ଚିନ୍ତା ଦୂର ହେବ। ମଙ୍ଗଳ ଓ ବୁଧବାର- ବୈବାହିକ ଜୀବନ ବଢ଼ିଆ ରହିବ। ସପ୍ତାହ ଶେଷ- ବେପାରରେ ଉନ୍ନତି ହେବ।


ମିଥୁନ :ସପ୍ତାହ ଆରମ୍ଭ ପରିବାରର ଆପଣଙ୍କ ସ୍ୱଭାବର ପ୍ରଶଂସା ହେବ। ମଙ୍ଗଳ ଓ ବୁଧବାର- ଧନଲାଭ ହେବ। ସପ୍ତାହ ଶେଷ- ଛାତ୍ରଙ୍କ ଲାଗି ସମୟ ଅନୁକୂଳ। ଖୁବ୍‌ ପରିଶ୍ରମ ସହିତ ଆଗକୁ ବଢ଼ିବେ।


କର୍କଟ : ସପ୍ତାହ ଆରମ୍ଭ ଖର୍ଚ୍ଚ ବଢ଼ିପାରେ। ମଙ୍ଗଳ ଓ ବୁଧବାର- କାରବାରରେ ଲାଭ ହେବ। ସପ୍ତାହ ଶେଷ- କାମ କରିବା ପଦ୍ଧତିରେ ପରିବର୍ତ୍ତନ ଆସିପାରେ। ଛାତ୍ରଙ୍କୁ ଅତିଶୀଘ୍ର ସଫଳତା ମିଳିବ।


ସିଂହ : ସପ୍ତାହ ଆରମ୍ଭ ରାଜନୀତିରେ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର- ଆମଦାନୀରେ ବୃଦ୍ଧି ହେବାର ସମ୍ଭାବନା। ସପ୍ତାହ ଶେଷ- ପରିବାରରେ ସୁଖଶାନ୍ତି ବଢ଼ିବ। ସୁସମ୍ବାଦ ପାଇବେ।


କନ୍ୟା : ସପ୍ତାହ ଆରମ୍ଭ ଚାକିରିରେ ପ୍ରମୋସନ୍‌ ମିଳିପାରେ। ମଙ୍ଗଳ ଓ ବୁଧବାର- ଭାବିଥିବା କାମ ସଂପୂର୍ଣ୍ଣ ହେବ। ସପ୍ତାହ ଶେଷ- ଦାମ୍ପତ୍ୟ ଜୀବନ ବଢ଼ିଆ ରହିବ। ମାନ ପ୍ରତିଷ୍ଠା ବୃଦ୍ଧି ହେବ।

 

ତୁଳା : ସପ୍ତାହ ଆରମ୍ଭ ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ମଙ୍ଗଳ ଓ ବୁଧବାର- ବ୍ୟବସାୟ ସଂକ୍ରାନ୍ତରେ ଯାତ୍ରା କରିବାକୁ ପଡ଼ିପାରେ। ସପ୍ତାହ ଶେଷ- ଧନଲାଭ ହେବ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।


ବିଛା : ସପ୍ତାହ ଆରମ୍ଭ କ୍ୟାରିୟର ପାଇଁ ପ୍ଲାନିଙ୍ଗ୍‌ କରିବେ। ମଙ୍ଗଳ ଓ ବୁଧବାର- ମନ ଅଶାନ୍ତି ମୁକ୍ତ ରହିବ। ସପ୍ତାହ ଶେଷ- କିଛି କାମ ସମୟରେ ପୂରା ହେବ। ପ୍ରେମ ସଂପର୍କ ନିବିଡ଼ ହେବ।

ଧନୁ : ସପ୍ତାହ ଆରମ୍ଭ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର- ବ୍ୟବସାୟରେ ଲାଭ ମିଳିବ। ସପ୍ତାହ ଶେଷ- ମନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ଆୟ ବଢ଼ିବ।


ମକର : ସପ୍ତାହ ଆରମ୍ଭ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ମଙ୍ଗଳ ଓ ବୁଧବାର- ବୈବାହିକ ଜୀବନରେ ଖୁସି ବଢ଼ିବ। ସପ୍ତାହ ଶେଷ- ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। କାର୍ଯ୍ୟରେ ସଫଳତା ହାସଲ ହେବ।

 

କୁମ୍ଭ : ସପ୍ତାହ ଆରମ୍ଭ ଆର୍ଥିକ ଲାଭ ପ୍ରାପ୍ତି ହେବ। ମଙ୍ଗଳ ଓ ବୁଧବାର- ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ। ସପ୍ତାହ ଶେଷ- ସାଥୀ ଆପଣଙ୍କୁ କିଛି ଖର୍ଚ୍ଚ କରାଇବେ। ମନ ଉଦାସ ରହିବ।

 

ମୀନ : ସପ୍ତାହ ଆରମ୍ଭ ଲାଭର କୌଣସି ଅବସର ପାଇବେ। ମଙ୍ଗଳ ଓ ବୁଧବାର- ବ୍ୟବସାୟରେ ଉନ୍ନତି ହେବ। ସପ୍ତାହ ଶେଷ- ଆଗକୁ ବଢ଼ିବା ପାଇଁ ରାସ୍ତା ଖୋଲିବ। ବଡ଼ ଗାୟକଙ୍କ ସହଯୋଗ ମିଳିବ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon