ବେତାର ରେସିପି : ଘରେ ଏମିତି ପ୍ରସ୍ତୁତ କରନ୍ତୁ ଆଚାରି ଚିକେନ

Wednesday, October 2, 2019

(ବେତାର ବ୍ୟୁରୋ) ଚିକେନର ଚଟପଟି ଆଇଟମ ମଧ୍ୟରେ ଆଚାରି ଚିକେନ ଅନ୍ୟତମ । ଏହାକୁ ଆପଣ ବାହାରେ ହୋଟେଲରେ ମଧ୍ୟ ଖାଇଥିବେ । ଏହି ଚିକେନ ଆଇଟମକୁ ଆପଣ ଘରେ ବନାଇପାରିବେ । ଏହାର ପ୍ରସ୍ତୁତି ପ୍ରଣାଳୀ ମଧ୍ୟ ବେଶ ସହଜ । ଏଥିପାଇଁ ଆବଶ୍ୟକ ସାମଗ୍ରୀ ପାଇଁ ଆପଣଙ୍କୁ ଆଦୌ ବେଶୀ କଷ୍ଟ କରିବାକୁ ପଡିବନାହିଁ । ଘର ପାଖ ଗ୍ରୋସରୀ ଦୋକାନରେ ଏଥିପାଇଁ ଦରକାରୀ ସାମଗ୍ରୀ ସୁବିଧାରେ ମିଳିଯାଇପାରିବ । ଜାଣନ୍ତୁ ଆଚାରି ଚିକେନ ପ୍ରସ୍ତୁତ କରିବାର ଟିପ୍ସ ।

 

ଆବଶ୍ୟକ ସାମଗ୍ରୀ

ଚିକେନ, କଟା ପିଆଜ, ପିଆଜ ଅଦା ରସୁଣ ବଟା, ଟମାଟୋ, କାଜୁ ପେଷ୍ଟ, ତେଲ, ଲବଙ୍ଗ, ଗୁଜରାତି, ଡାଲଚିନି, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଆମଚୁର ପାଉଡର (ବଜାରରେ ଉପଲବ୍ଧ, ନଚେତ ଜଳଜୀରା ଗୁଣ୍ଡ), ଦହି, ଟମାଟୋ, ଚାଟ ମସଲା, ଆଚାର ଏବଂ ଲୁଣ ।

 

 

କିପରି ପ୍ରସ୍ତୁତ କରିବେ ।

୧) ପ୍ରଥମେ କଡେଇରେ ତେଲ ପକାଇ ଏହାକୁ ଗରମ କରନ୍ତୁ । ଏଥିରେ ଲବଙ୍ଗ, ଗୁଜରାତି, ଡାଲଚିନି ପକାଇ ଭାଜନ୍ତୁ । ପରେ କଟା ପିଆଜ ପକାଇ ଭାଜନ୍ତୁ ।

 

୨) ପରେ ସେହି କଡେଇରେ ପିଆଜ ଅଦା ରସୁଣ ବଟା ପକାଇ ତାହାକୁ କିଛି ସମୟ ପାଇଁ କଷନ୍ତୁ । କିଛି ସମୟ ପରେ ସେଥିରେ ଟମାଟୋ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଚାଟ ମସଲା ପକାନ୍ତୁ । ଏହାକୁ କଷିବା ଜାରି ରଖନ୍ତୁ । ଧ୍ୟାନ ରଖନ୍ତୁ ଯେପରି ମସଲା ପୋଡି ନ ଯାଏ, ସେଥିପାଇଁ ଗ୍ୟାସ ସିମ୍ କରିଦିଅନ୍ତୁ ।

 

୩) ମସଲା କଷି ହେବା ପରେ ସେଥିରେ ଚିକେନ, ସ୍ୱାଦ ଅନୁଯାୟୀ ଲୁଣ, ଆମଚୁର ପାଉଡର, କାଜୁ ପେଷ୍ଟ, ଆଚାର ପକାଇ କଷନ୍ତୁ । ଚିକେନ ସିଝିବା ପାଇଁ ଏହାକୁ କିଛି ସମୟ ଘୋଡାଇ ରଖନ୍ତୁ । ଚିକେନ ଭଲ ଭାବେ ସିଝିଗଲା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ ।

 

ଏବେ ପ୍ରସ୍ତୁତ ହୋଇଗଲା ଚଟପଟି ଆଚାରି ଚିକେନ । ଏହାକୁ ଆପଣ ରୁଟି, ପରଟା, ନାନ୍, ରୁମାଲ ରୁଟି ଆଦି ସହ ଖାଇପାରିବେ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon