ଭଂଶାଲୀଙ୍କ ନୂଆ ଫିଲ୍ମରେ କାର୍ତ୍ତିକ-ଆଲିଆ ଯୋଡ଼ି

Wednesday, October 2, 2019

(ବେତାର ବ୍ୟୁରୋ) ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀ ଏବେ ତାଙ୍କର ନୂଆ ଚଳଚ୍ଚିତ୍ର ନିର୍ମାଣରେ ଲାଗି ପଡିଛନ୍ତି । ଏହାର ନାଁ ‘ଗଙ୍ଗୁବାଈ’ ରଖାଯାଇଥିବା ଜଣାପଡିଛି । ଫିଲ୍ମ ‘ଇନ୍ଶାହଲ୍ଲା’ ବନ୍ଦ ହେବା ପରେ ଭଂଶାଲୀ ଏହି ଚଳଚ୍ଚିତ୍ର ପାଇଁ ଷ୍ଟାର କାଷ୍ଟ ବାଛିବା ସହ ସୁଟିଂ ପାଇଁ ପ୍ରସ୍ତୁତ ହୋଇଥିବା ଖବର ସାମନାକୁ ଆସିଛି । ଫିଲ୍ମରେ ସେ ନୂଆ ଯୋଡିଙ୍କୁ ପରଦାକୁ ଆଣିବାକୁ ସ୍ଥିର କରିଛନ୍ତି ।

 

ଗଙ୍ଗୁବାଈରେ କାର୍ତ୍ତିକ-ଆଲିଆ ଏକାଠି

ଫିଲ୍ମ ଗଙ୍ଗୁବାଇରେ କାର୍ତ୍ତିକ ଆର୍ଯ୍ୟନ ଓ ଚୁଲବୁଲି ଆଲିଆ ଭଟ୍ଟଙ୍କୁ ନାୟକ ନାୟିକା ଭୂମିକାରେ ଦେଖିବାକୁ ମିଳିବ ବୋଲି ଜଣାପଡିଛି । ଉଭୟ ଆଲିଆ ଏବଂ କାର୍ତ୍ତିକ ପ୍ରଥମ ଥର ପାଇଁ ସଞ୍ଜୟ ଲୀଲା ଭଂଶାଲୀଙ୍କ ମୁଭିରେ କାମ କରିବେ । ଏଥିସହ ଆଲିଆ ଭଟ୍ଟଙ୍କ ସହ କାର୍ତ୍ତିକଙ୍କର ଏହା ପ୍ରଥମ ମୁଭି ହେବ । ଫିଲ୍ମ ‘ଇନଶାହଲ୍ଲା’ ବନ୍ଦ ହେବା ପରେ ଭଂଶାଲୀ ଦର୍ଶକଙ୍କୁ ଏକ ନୂଆ ସ୍ୱାଦର ଚଳଚ୍ଚିତ୍ର ଭେଟି ଦେବାକୁ ଯାଉଛନ୍ତି ।

 

ଫିଲ୍ମରେ ଗଙ୍ଗୁବାଈଙ୍କ କାହାଣୀ

ଫିଲ୍ମଟି ଗଙ୍ଗୁବାଈର ଲେଖକ ହୁସେନ ଜୈଦିଙ୍କ ବହି ‘ମାଫିଆ କୁଇନ୍ସ ଅଫ ମୁମ୍ବାଇର ଏକ ଅଧ୍ୟାୟ ଉପରେ ଆଧାରିତ ହେବ ବୋଲି ସୂଚନା ରହିଛି । କମାଠିପୁରର ମୁଖିଆ ଗଙ୍ଗୁବାଈ କୋଠେବାଲି ନାମ୍ନୀ ମହିଳାଙ୍କ କାହାଣୀ ଅନୁସାରେ ଏହି ଚଳଚ୍ଚିତ୍ର ଗତିଶୀଳ ହେବ । ଫିଲ୍ମରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ପ୍ରଥମେ ନେବାକୁ ଚାହିଁଥିଲେ । ହେଲେ ପ୍ରିୟଙ୍କା ମନା କରିବା ପରେ ଆଲିଆଙ୍କୁ ଏହି ଚଳଚ୍ଚିତ୍ର ପାଇଁ ଭଂଶାଲୀ ବାଛିଥିବା ଜଣାପଡିଛି ।

 

ପିତା ମହେଶ ଭଟ୍ଟଙ୍କ ଫିଲ୍ମ ‘ସଡ଼କ-୨’ରେ ଆଲିଆ ଏବେ ବ୍ୟସ୍ତ ଅଛନ୍ତି । ଏଥିସହ ନିର୍ଦ୍ଦେଶକ କରନ ଜୋହରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ମଧ୍ୟ ଆଲିଆ ଓ ରଣବୀର କପୁରଙ୍କ ଯୋଡି ଦର୍ଶକ ଦେଖିବାକୁ ପାଇବେ । ଅନ୍ୟପଟେ କାର୍ତ୍ତିକ ଆର୍ଯ୍ୟନ ମଧ୍ୟ ଫିଲ୍ମ ‘ପତି-ପତ୍ନୀ ଔର ବୋ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଇମିତିଆଜ ଅଲ୍ଲୀଙ୍କ ‘ଲଭ ଆଜ କଲ-୨’ରେ ମଧ୍ୟ କାର୍ତ୍ତିକ ଓ ସାରା ଅଲ୍ଲୀ ଖାନଙ୍କକୁ ଏକାଠି ଦେଖିବାକୁ ମିଳିବ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon