ଦକ୍ଷିଣ ଆଫ୍ରିକା ବନାମ ଟେଷ୍ଟରେ ଏହି 5 ରେକର୍ଡ କଲେ ରୋହିତ

Thursday, October 3, 2019

(ବେତାର ବ୍ୟୁରୋ) ବିଶାଖାପାଟଣାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚରେ ଛାଇ ଯାଇଛନ୍ତି ହିଟ୍ ମ୍ୟାନ ରୋହିତ ଶର୍ମା ଏବଂ ମୟଙ୍କ ଅଗ୍ରୱାଲ । ଦିନିକିଆ ଭଳି ଟେଷ୍ଟ ମ୍ୟାଚରେ ମଧ୍ୟ ରେକର୍ଡ ସ୍ଥାପନ କରିଛନ୍ତି ରୋହିତ । ସେହିପରି ରୋହିତ ସହ ଓପନିଂ ଯୋଡିରେ ଆସିଥିବା ମୟଙ୍କ ଅଗ୍ରୱାଲ ମଧ୍ୟ ଦମଦାର ବ୍ୟାଟିଂ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି । ଫଳରେ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନ ଲଞ୍ଚ ବ୍ରେକ ସୁଦ୍ଧା ଭାରତ ୩୨୪ରେ ଦୁଇଟି ୱିକେଟ ହରାଇ ନିଜ ସ୍ଥିତିକୁ ମଜଭୁତ କରିପାରିଛି ।

 

ଆରମ୍ଭରୁ ଶତକୀୟ ସଫଳତା

ଦକ୍ଷିଣ ଆଫ୍ରିକା ବିପକ୍ଷ ଅଭ୍ୟାସ ମ୍ୟାଚରେ ରୋହିତ ଖାତା ଖୋଲି ନ ପାରିବାକୁ ନେଇ ଭାରତର ଓପନିଂ କିପରି ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଥିଲା । ହେଲେ ରୋହିତ ଅଭ୍ୟାସ ମ୍ୟାଚକୁ ସମ୍ପୂର୍ଣ୍ଣ ଭୁଲି ମ୍ୟାଚର ପ୍ରଥମ ଦିନରେ ହିଁ ଶତକୀୟ ପାଳି ଖେଳିଥିଲେ । ଆରମ୍ଭରୁ ଆକ୍ରମଣାତ୍ମକ ଭାବେ ଖେଳି ୧୫୪ ବଲରୁ ୧୦ ଚୌକା ଓ ୪ ଛକା ମାରି ରୋହିତ ଶତକ ମାରିଥିଲେ । ତେବେ ଆଉ ଏକ ଶତକ ଆଡକୁ ଆଗଉଥିବାବେଳେ ରୋହିତ ୧୭୪ ରନ୍ କରି ନିଜ ୱିକେଟ ହରାଇଥିଲେ ।

 

ରୋହିତଙ୍କ 5 ନୂଆ ରେକର୍ଡ

ଏହି ଶତକ ମାରିବା ପରେ କ୍ରିକେଟର ସମସ୍ତ ତିନି ଅନ୍ତର୍ଜାତୀୟ କ୍ରିକେଟ (ଟେଷ୍ଟ, ଦିନିକିଆ, ଟ୍ୱେଣ୍ଟି20) ଫର୍ମାଟରେ ଶତକ ଅର୍ଜନ କରିବାରେ ପ୍ରଥମ ଭାରତୀୟ ଭାବେ ରୋହିତ ନୂଆ ରେକର୍ଡ କରିଛନ୍ତି । ଏଥିସହ ସମସ୍ତ ଫର୍ମାଟରେ ୪ଟି ଶତକ ମାରିବାରେ ପ୍ରଥମ ଖେଳାଳି ହୋଇଛନ୍ତି । ଓପନର ଭାବେ ୩ଟି ଯାକ ଫର୍ମାଟରେ ଶତକ ହାସଲ କରିବାରେ ସପ୍ତମ ଖେଳାଳି ହୋଇଛନ୍ତି ରୋହିତ ।

 

ସେହିପରି ଘରୋଇ ଗ୍ରାଉଣ୍ଡରେ ଲଗାତାର ୬ଟି ଅର୍ଦ୍ଧଶତକ ମାରିବାର ରେକର୍ଡ ରୋହିତଙ୍କ ନାମରେ ତିଆରି ହୋଇଛି । ହୋମ ଗ୍ରାଉଣ୍ଡରେ ସର୍ବାଧିକ ୯୮.୨୨ ଆଭରେଜରେ ଖେଳି ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ଡନ୍ ବ୍ରାଡମ୍ୟାନଙ୍କ ସମକକ୍ଷ ହୋଇପାରିଛନ୍ତି ।

 

ମୟଙ୍କ ଅଗ୍ରୱାଲଙ୍କ କମାଲ

ଦକ୍ଷିଣ ଆଫ୍ରିକା ବିରୋଧରେ ରୋହିତଙ୍କ ସହ ଓପନିଂ ଯୋଡିରେ ଆସିଥିବା ଯୁବ ତାରକା ମୟଙ୍କ ଅଗ୍ରୱାଲ ମଧ୍ୟ ଦମଦାର ବ୍ୟାଟିଂ କରିଛନ୍ତି । ମୟଙ୍କ ଟେଷ୍ଟ ମ୍ୟାଚରେ ପ୍ରଥମ ଶତକ ହାସଲ କରିବା ସହ ୧୬ ଚୌକା, ୩ ଛକା ସାହାଯ୍ୟରେ ୧୩୮ ରନ୍ କରି ଅପରାଜିତ ରହିଥିଲେ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon