ବକ୍ସ ଅଫିସ୍‌ରେ ‘ଓ୍ବାର’କୁ ବଡ ସଫଳତା: ପ୍ରଥମ ଦିନରେ ଏକାଧିକ ରେକର୍ଡ

Friday, October 4, 2019

(ବେତାର ବ୍ୟୁରୋ)ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ଅବସରରେ ପରଦାକୁ ଆସିଛି ହ୍ରିତିକ ରୋଶନ, ଟାଇଗର ଶ୍ରଫ୍‌ ଅଭିନୀତ ବଲିଉଡ ମୁଭି ‘ଓ୍ବାର’। ଫିଲ୍ମଟି ପ୍ରଥମ ଦିନରେ ହିଁ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରିବା ସହ ଏକାଧିକ ରେକର୍ଡ ସୃଷ୍ଟି କରିଛି। ଏହି ଆକ୍ସନ ଥ୍ରିଲରଟି ଚଳିତ ବର୍ଷ ରିଲିଜ ହୋଇଥିବା ହିନ୍ଦୀ ଫିଲ୍ମ ଗୁଡିକ ମଧ୍ୟରେ ପ୍ରଥମ ଦିନରେ ସର୍ବାଧିକ ଆୟ କରିପାରିଛି।

 

ରିଲିଜ ଦିନ 50 କୋଟି
‘ଓ୍ବାର’ ରିଲିଜ ପୂର୍ବରୁ ପ୍ରି ସେଲିଂରେ 30 କୋଟିରୁ ଉର୍ଦ୍ଧ୍ବ ଟଙ୍କା ଆୟ କରିଥିବାବେଳେ ରିଲିଜର ପ୍ରଥମ ଦିନରେ ୫୦.୭୫ କୋଟି ଟଙ୍କା କଲେକ୍ସନ କରିଛି, ଯାହା ଚଳିତ ବର୍ଷ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ଗୁଡିକର ପ୍ରଥମ ଦିନରେ ଆୟଠାରୁ ଅଧିକ ରହିଛି। ତେବେ ଗତବର୍ଷର ବଡ ଚଳଚ୍ଚିତ୍ରର ରେକର୍ଡକୁ ଦେଖିଲେ ଏହା ଅମୀର ଖାନ ଓ ଅମିତାଭ ବଚ୍ଚନଙ୍କ ‘ଠଗ୍‌ସ ଅଫ ହିନ୍ଦୁସ୍ତାନ’ ପଛକୁ ରହିଛି। ତେବେ ଅନ୍ୟ ଭାଷାରେ ରିଲିଜକୁ ହିସାବକୁ ନେଲେ ପ୍ରଥମ ଦିନରେ ‘ଓ୍ବାର’ ମୋଟ ୫୫ କୋଟି ଟଙ୍କା ଆୟ କରିଛି। 

 

ହ୍ରିତିକ, ଟାଇଗରଙ୍କ ସବୁଠାରୁ ବଡ ଓପନିଂ
ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଉଭୟ ହ୍ରିତିକ ରୋଶନ ଓ ଟାଇଗର ଶ୍ରଫ୍‌ ଏହି ନିଜର ସବୁଠାରୁ ବଡ ଓପନିଂ କରିପାରିଛନ୍ତି। ପୂର୍ବରୁ ହ୍ରିତିକଙ୍କ ‘ବ୍ୟାଙ୍ଗ ବ୍ୟାଙ୍ଗ’ ପ୍ରଥମ ଦିନରେ ୨୪.୪୦ କୋଟି ଆୟ କରିବାରେ ସକ୍ଷମ ହୋଇଥିଲା। ସେହିପରି ଟାଇଗରଙ୍କ ମୁଭି ‘ବାଘୀ-୨’ ଗତ ବର୍ଷ  ରିଲିଜ ଦିନରେ ୨୫ କୋଟି ଟଙ୍କା କଲେକ୍ସନ କରିପାରିଥିଲା। ଏଥିସହ ଛୁଟିଦିନରେ ରିଲିଜ ହେବା ପରେ କୌଣସି ଫିଲ୍ମ ୫୦ କୋଟି ଆୟ କରିବାରେ ‘ଓ୍ବାର’ ରେକର୍ଡ କରିଛି।

 

3,800 ହଲ୍‌ରେ ରିଲିଜ
‘ଓ୍ବାର’ ମୋଟ ୩ ହଜାର ୮ଶହ ହଲ୍‌ରେ ରିଲିଜ ହୋଇଛି। ଏହା ଆଗକୁ ଭଲ କଲେକ୍ସନ କରି ବକ୍ସ ଅଫିସରେ ଆହୁରି ଆୟ କରିବା ସହ ବ୍ଳକ ବ୍ଲଷ୍ଟର ହେବାର ସମ୍ଭାବନା ରହିଛି। ଅକ୍ଟୋବର ୨୬ରେ ଅକ୍ଷୟ କୁମାରଙ୍କ ‘ହାଉସଫୁଲ’ ଆସିବ। ତେବେ ସେ ପର୍ଯ୍ୟନ୍ତ ‘ଓ୍ବାର’ ଭଲ ବ୍ୟବସାୟ କରିବ ବୋଲି ସିନେମହଲରେ ଚର୍ଚ୍ଚା ହେଉଛି।

 

ୟଶରାଜ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ହ୍ରିତିକ, ଟାଇଗରଙ୍କ ସହ ବାଣୀ କପୁର ମଧ୍ୟ ରହିଛନ୍ତି। ଏଥିରେ ଟାଇଗରଙ୍କୁ ହ୍ରିତିକଙ୍କ ଶିଷ୍ୟ ଭୂମିକାରେ ଦେଖିବାକୁ ମିଳିଛି। ହ୍ରିତିକଙ୍କୁ ନେଗେଟିଭ ଭୂମିକା ମିଳିଥିବାବେଳେ କାହାଣୀରେ ଅନେକ ସସ୍‌ପେନ୍ସ ମଧ୍ୟ ରହିଛି।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon