ପ୍ରକାଶ ପାଇଲା 4 ସରକାରୀ ଚାକିରୀ ପାଇଁ ପରୀକ୍ଷା ତାରିଖ

Saturday, October 5, 2019

 

(ବେତାର ବ୍ୟୁରୋ) ଓଡିଶା ସରକାରଙ୍କ ରାଜ୍ୟ ଲୋକସେବା ଆୟୋଗ ଏବଂ ଷ୍ଟାଫ ସିଲେକ୍ସନ କମିଶନ ତରଫରୁ ଚାରିଟି ସରକାରୀ ଚାକିରି ନିମନ୍ତେ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଏହି ସବୁ ପରୀକ୍ଷା ଟାଉନ ପ୍ଲାନର, ଓଡିଶା କୃଷି ଇଞ୍ଜିନିୟର  ତଥା ଅଡିଟର ଓ ଡାଟା ଏଣ୍ଟ୍ରି ଅପରେଟର ପାଇଁ ଅନୁଷ୍ଠିତ ହେବ ।

 

ଏଥିମଧ୍ୟରୁ ଗୋଟିଏ ପରୀକ୍ଷା ଅକ୍ଟୋବର ମାସରେ ହେବାକୁ ଥିବାବେଳେ ବାକି ତିନୋଟି ପରୀକ୍ଷା ନଭେମ୍ବର ମାସରେ ଅନୁଷ୍ଠିତ ହେବ । 

 

ଯେଉଁ ପ୍ରାର୍ଥୀମାନେ ଏହି ପରୀକ୍ଷା ନିମନ୍ତେ ପୂର୍ବରୁ ପଞ୍ଜୀକରଣ କରିଥିବେ ସେହିମାନେ ଏହି ସବୁ ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହେବେ  ।

 

ଓଡିଶା ଲୋକସେବା ଆୟୋଗ (OPSC)

ରାଜ୍ୟରେ ଗେଜେଟେଡ କର୍ମଚାରୀ ନିଯୁକ୍ତି କରୁଥିବା ଲୋକସେବା ଆୟୋଗର ଦୁଇଟି ପରୀକ୍ଷା ପାଇଁ ତାରିଖ ପ୍ରକାଶ ପାଇଛି । ଏଥିମଧ୍ୟରୁ ଟାଉନ ପ୍ଲାନର ପାଇଁ ଲିଖିତ ପରୀକ୍ଷା ତାରିଖ ନାମଭେମ୍ବର 10 (ରବିବାର) ବୋଲି ଘୋଷଣା କରାହୋଇଛି ।

 

ଚଳିତ ଜୁଲାଇ ମାସରେ ରାଜ୍ୟ ଗୃହ  ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ 12ଟି ଆସିଷ୍ଟାଣ୍ଟ ଟାଉନ ପ୍ଲାନର ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ପଦବୀରେ ବେସିକ  ପେ ବା ମୂଳ ଦରମା ଟ.15600 ଓ ଅନ୍ୟାନ୍ୟ ଭତ୍ତା ମିଶାଇ ପ୍ରାୟ 30,000 ଟଙ୍କା ଭିତରେ ଦରମା ମିଳିପାରେ । ଟାଉନ ପ୍ଲାନର ବିଷୟରେ ପଢିଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷା ପାଇଁ ଯୋଗ୍ୟ । ଗତ ବର୍ଷ (2018) ଏହି ପଦ ପାଇଁ 17ଟି ନିଯୁକ୍ତି ହୋଇଥିଲା ।

 

ଓଡିଶା କୃଷି ଓ ଖାଦ୍ୟ ସେବା ଏକ ନୂତନ କ୍ୟାଡର । ଏହି ସେବା ଅଧୀନରେ ଓଡିଶା ଆଗ୍ରିକଲଚର ଇଞ୍ଜିନିୟର ପଦ ପାଇଁ ଚଳିତ ବର୍ଷ 130ଟି ପଦ ପୂରଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହାର ଲିଖିତ ପରୀକ୍ଷା ଚଳିତ ବର୍ଷ ନଭେମ୍ବର 17 ତାରିଖ (ରବିବାର)ରେ ଅନୁଷ୍ଠିତ ହେବ ।

 

ଏ ବିଷୟରେ ଅଧିକ ଜାଣିବା ପାଇଁ opsc.gov.in ଯାଇ ଦେଖନ୍ତୁ ।

 

ଓଡିଶା ଷ୍ଟାଫ ସିଲେକ୍ସନ କମିଶନ (OSSC)

ରାଜ୍ୟରେ ଅଧସ୍ତନ କର୍ମଚାରୀଙ୍କ ନିଯୁକ୍ତି ନିମତେ ଉଦ୍ଦିଷ୍ଟ ରାଜ୍ୟ କମରଚାରୀ ପ୍ରବରଣ ଆୟୋଗ (ଓଏସଏସସି) ତରଫରୁ ଦୁଇଟି ପରୀକ୍ଷା ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି ।

 

ଏହାର କମ୍ବାଇଣ୍ଡ ଅଡିଟର ପାଇଁ ଲିଖିତ ପରୀକ୍ଷା ଅକ୍ଟୋବର 20 ତାରିଖ *(ରବିବାର) ଅନୁଷ୍ଠିତ ହେବ । ଏହିଦିନ କେବଳ ଗୋଟିଏ ସିଟିଙ୍ଗ ଅନୁଷ୍ଠିତ ହେବ ଓ ପରୀକ୍ଷାର ବିଷୟବସ୍ତୁ ସାଧାରଣ ଜ୍ଞାନ ରହିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

 

ସେହିପରି ଷ୍ଟାଫ ସିଲେକ୍ସନ କମିଶନ ତରଫରୁ ରାଜ୍ୟ ଗୃହ ବିଭାଗରେ ହେବାକୁ ଥିବା ଜୁନିୟର ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ପାଇଁ କମ୍ପ୍ୟୁଟର ପ୍ରାକ୍ଟିକାଲ ପରୀକ୍ଷା ନଭେମ୍ବର 3 ତାରିଖ (ରବିବାର) କିଟ ବିଶ୍ଵବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ । ଯେଉଁମାନେ ଏହାର ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ କେବଳ ସେହିମାନେ ଏହି ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହେବେ ।   

 

ଏ ବିଷୟରେ ଅଧିକ ଜାଣିବା ପାଇଁ ossc.gov.in ଯାଇ ଦେଖନ୍ତୁ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon