ଅକ୍ଟୋବରରେ ଏତିକି ବଢିଲାଣି ସୁନା, ମାନ୍ଦା ରହିବ କି ଧନତେରସ କିଣା?

Wednesday, October 9, 2019

(ବେତାର ବ୍ୟୁରୋ) ସୁନା ଦର ଗତ ସେପ୍ଟେମ୍ବର ମାସରେ ଏକ ଭରି (10 ଗ୍ରାମ) ପିଛା ପ୍ରାୟ ହଜାରେ ଟଙ୍କା କମିଥିବା ବେଳେ ଅକ୍ଟୋବର ମାସର ପ୍ରଥମ ସପ୍ତାହ ପରେ ପୁଣି ଟ.850 ଏକ ଭରି ପିଛା ବୃଦ୍ଧି ହେଇଛି ।

 

ଦୈନିକ ଦର ପ୍ରଦାନ କରୁଥିବା ବିଭିନ୍ନ ସଂସ୍ଥା ମୁତାବକ ଅକ୍ଟୋବର ପହିଲାରେ ରାଜଧାନୀ ଭୁବନେଶ୍ଵରରେ  22 କ୍ୟାରେଟ ସୁନା ଭରି ପିଛା ଟ.35,450 ଥିବା ବେଳେ ବୁଧବାର ସୁଦ୍ଧା ଏହି ଦର ଟ.36,300 ରେ ପହଞ୍ଚିଛି ।

 

ଏହି ଦର ବୃଦ୍ଧି ପାଇଁ ସବୁବର୍ଷ ଦୀପାବଳିର ଦୁଇଦିନ ଆଗରୁ ପ୍ରଥା ଅନୁସାରେ ମୁଲ୍ୟବାନ ସାମଗ୍ରୀ କିଣାଯାଉଥିବା ପର୍ବ ଧନତେରସରେ ଏଥର ସୁନା ବିକ୍ରି କମିପାରେ ବୋଲି ବ୍ୟବସାୟୀ ତଥା ବିଶେଷଜ୍ଞ ମାନେ କହିଛନ୍ତି ।

 

ଆମଦାନୀ କମିଲା

ସୂଚନା ଅନୁସାରେ ପ୍ରତିବର୍ଷ ଧନତେରସରେ ଭାରତରେ ହାରାହାରି 40 ଟନ ସୁନା ବିକ୍ରି ହୋଇଥାଏ । ତେବେ ଚଳିତ ବର୍ଷ  ସୁନାର ଉଚ୍ଚ ମୂଲ୍ୟ ସହ ଆମଦାନୀ ଶୁଳ୍କ ବୃଦ୍ଧି ଯୋଗୁଁ ସେପ୍ଟେମ୍ବର ମାସରେ ମାତ୍ର 26 ଟନ ସୁନା ଆମଦାନୀ କରାଯାଇଛି ।ଗତ ବର୍ଷ ଗତବର୍ଷ ସେପ୍ଟେମ୍ବର ମାସରେ 81 ଟନ ସୁନା ଆମଦାନୀ କରାଯାଇଥିଲା।

 

ବିଶ୍ବ ବଜାରରେ ଯେବେ ବି ଅସ୍ଥିରତା ଦେଖା ଦିଏ ସେବେ ସେବେ ସୁନା ଦାମ ବଢିବା ଦେଖାଯାଇଛି। ସମ୍ପ୍ରତି ଦେଖାଦେଇଥିବା ଆମେରିକା-ଚୀନ ମଧ୍ୟରେ ବାଣିଜ୍ୟିକ ତିକ୍ତତା ଓ ଇସ୍ରାଏଲର ରକେଟ  ମାଡ଼ ଇତ୍ୟାଦି ଅସ୍ଥିରତାକୁ ଦର୍ଶାଉଥିବାରୁ ନିବେଶକମାନେ ଡଲାର ଠାରୁ ମୁହଁ ଫେରାଇ ସୁନାରେ ନିବେଶ କରିବାକୁ ପସନ୍ଦ କରୁଛନ୍ତି। ଏହାର ପ୍ରଭାବରେ ସୁନା ଦର ବଢ଼ି ଚାଲିଛି।


ତେବେ ସୁନା ଦର ଯଦି 40,000 ଟଙ୍କାରୁ ଉର୍ଦ୍ଧକୁ ଯାଏ ତେବେ ଏହାର ଚାହିଦା କମିବା ଭୟରେ ନିବେଶକମାନେ ଏହାର ଦାମ ବଢାଇବାକୁ ଦେବେ ନାହିଁ ବୋଲି ବ୍ୟବସାୟୀ ମାନେ କହିଛନ୍ତି। 

 

ପ୍ରଭାବ କମ : ବ୍ୟବସାୟୀ

ଏହାଛଡା ଧନତେରସରେ ଓଡିଶାର ଅଧିକାଂଶ ଗ୍ରାହକ କମ ଓଜନର ସୁନା (ଏକ ଗ୍ରାମରୁ ତିନି ଗ୍ରାମ ଭିତରେ) ସୁନାଦର କିଣୁଥିବାରୁ ଦରବୃଦ୍ଧି ପ୍ରଭାବ ବିଶେଷ ପଡିବନି । ସେହିପରି ଗତ 10 ଦିନ ମଧ୍ୟରେ ରୂପାଦର ଏକ ଭରି ପିଛା 15 ଟଙ୍କା କମି ରାଜଧାନୀ 485 ଟଙ୍କାରେ ବିକ୍ରି ହେଉଛି ।

 

ଏଣୁ ଏହିସବୁ କାରଣ ପାଇଁ ଗ୍ରାହକ କିଣିବା ପାଇଁ ଆଗ୍ରହୀ ହେବେ ଭୁବନେଶ୍ୱର ସୁନା ବ୍ୟବସାୟୀ ପ୍ରକାଶ କରିଛନ୍ତି ।  

  

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon