
(ବେତାର ବ୍ୟୁରୋ) ପ୍ରତ୍ୟେକ ପୁରୁଷ ପାଇଁ ନାରୀ ଓ ପ୍ରତ୍ୟେକ ନାରୀପାଇଁ ପୁରୁଷଟିଏ ଲୋଡା । ବିବାହିତ ହେଇ ନ ଥିବା ଅନେକ ନାରୀ ପ୍ରାୟ ସମୟରେ ଜଣେ ପୁରୁଷବନ୍ଧୁ ବା ବୟ ଫ୍ରେଣ୍ଡ ର ଆବଶ୍ୟକତା ଅନୁଭବ କରିଥାନ୍ତି ଓ ଏହା ଏକ ସ୍ଵାଭାବିକ କ୍ରିୟା ।
ଭାବର ଆଦାନପ୍ରଦାନ କରିବା ପାଇଁ ନିଜ ପ୍ରିୟ ବନ୍ଧୁ ବା ପୁରୁଷ ବନ୍ଧୁଙ୍କ ସହିତ ସମୟ ବିତାଇବା ଏକ ସ୍ଵାଭାବିକ ପ୍ରବୃତ୍ତି । ହେଲେ ବେଳେବେଳେ ଛୋଟମୋଟ ଖାମଖିଆଲି ଗୁଣ ଯୋଗୁଁ ସମ୍ପର୍କରେ ଫାଟ ଆସିଥାଏ । ସମସ୍ତେ ସେଗୁଡିକ ଜାଣିବା ଉଚିତ ।
ବିଶ୍ଵାସ ଅଛି ଯେ ଉତ୍ତମ ସମ୍ପର୍କ ପାଇଁ ନିଜ ବୟଫ୍ରେଣ୍ଡ୍ ବା ପୁରୁଷସାଥୀଙ୍କୁ କୌଣସି କଥା ଲୁଚାଇବା ଉଚିତ୍ ନୁହେଁ। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ, ସମସ୍ତ ମୂଲ୍ୟହୀନ କଥା ତାଙ୍କୁ ଜଣାଇବେ। ତାଙ୍କୁ ପସନ୍ଦ ନହେବା ଭଳି କଥା ଶେୟାର କରିବେ।
ଯେପରି ମୋ ସାଙ୍ଗ ସହ ଆଜି କ’ଣ ହେଲା, ଆମ ଘର ଲୋକ ତୁମକୁ ପସନ୍ଦ କରନ୍ତି ନାହିଁ। ଏସବୁ କଥା ଶୁଣିବାକୁ ଆପଣଙ୍କ ବୟଫ୍ରେଣ୍ଡ୍ ଆଗ୍ରହ ପ୍ରକାଶ କରିବେ ନାହିଁ କିମ୍ବା ଶୁଣିଲେ ମନ ଖରାପ କରିବେ।
ଆସନ୍ତୁ ଜାଣିବା କେଉଁ କଥା ଆପଣ ନିଜ ବୟଫ୍ରେଣ୍ଡଙ୍କ ସହ ଶେୟାର କରିବେ ନାହିଁ।
ତୁମେ ଖାଇଲ କି : ଖାଇଲ କି ନାହିଁ, ଏକଥା ବାରମ୍ବାର ପଚାରିବା ଉଚିତ୍ ନୁହେଁ। ସାରା ଦିନ ଏକଥା ବାରମ୍ବାର ପଚାରିବା ଦ୍ବାରା ବୟଫ୍ରେଣ୍ଡ ଚିଡ଼ି ଯାଇପାରନ୍ତି।
ପୁରୁଣା ପ୍ରେମ କଥା : ଏକଥା ଆପଣଙ୍କ ବୟଫ୍ରେଣ୍ଡ ଜାଣିବା ପାଇଁ ବିଲକୁଲ୍ ଆଗ୍ରହୀ ନୁହଁନ୍ତି । ଯଦି ଆପଣ ଏଭଳି କଥା ସାଥୀଙ୍କୁ ଜଣାଇବେ ତେବେ ଏହାର ଅର୍ଥ ହେଉଛି ଆପଣ ଏପର୍ଯ୍ୟନ୍ତ ପୁରୁଣା ସାଥୀ ବା ଏକ୍ସକୁ ଭୁଲି ନାହିଁନ୍ତି। ଏହା ତାଙ୍କୁ ଆଘାତ ଦେଇପାରେ ।
ଆପଣଙ୍କ ଟଙ୍କା ଖର୍ଚ୍ଚ : ବୟଫ୍ରେଣ୍ଡ୍ ଜାଣିବା ଉଚିତ୍ ନୁହେଁ ଯେ ଆପଣ କେତେ ଟଙ୍କା ଖର୍ଚ୍ଚ କଲେ ଏବଂ ଆପଣଙ୍କ ପାଖରେ ଆଉ କେତେ ଟଙ୍କା ରହିଛି।
ଦିନସାରାର ଟିକିନିଖି ଘଟଣା : ଏଭଳି କଥା ବିଲକୁଲ କୁହନ୍ତୁ ନାହିଁ। ଯଦି ଆପଣଙ୍କ ବାନ୍ଧବୀ କୌଣସି ବିଶେଷ କଥା ଆପଣଙ୍କ ସହ ଶେୟାର କରିଛି, ତେବେ ତାହା ଅନ୍ୟ କାହାକୁ କହିବାର ଅର୍ଥ ନିଜ ସାଙ୍ଗର ଭରସା ଭାଙ୍ଗିବା। ଏହା ସହ ଯେଉଁ ବିଷୟରେ ବୟଫ୍ରେଣ୍ଡ ଜାଣି ନାହାନ୍ତି ସେକଥା ସେ ଶୁଣିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ।