IBPS ବ୍ୟାଙ୍କ ପିଓ ପ୍ରିଲିମ ପରୀକ୍ଷା : ଜରୁରୀ ଟିପ୍ସ

Friday, October 11, 2019

(ବେତାର ବ୍ୟୁରୋ) ସାରାଦେଶରେ IBPS ତରଫରୁ ବ୍ୟାଙ୍କ ପିଓ ନିମନ୍ତେ ପ୍ରିଲିମ ପରୀକ୍ଷା ଅକ୍ଟୋବର 12 ଓ 13 ତାରିଖରେ ଅନୁଷ୍ଠିତ ହେବ । ପରୀକ୍ଷାର୍ଥୀମାନେ ଏହି ସମୟରେ ଅଧିକ ଚାପଗ୍ରସ୍ତ ନ ହେଇ ସ୍ଥିର ଚିତ୍ତରେ ସମୟ ବିତାଇବା ଆବଶ୍ୟକ । ଏହାଛଡା ଏହି ସମୟରେ କଣ ପଢିବା ଉଚିତ ଓ କଣ ନୁହେଁ ତାହା ଜାଣିବା ମଧ୍ୟ ନିହାତି ଆବଶ୍ୟକ ।

 

ଆସନ୍ତୁ ଜାଣିବା ଏହିପରି କିଛି ଟିପ୍ସ ।

 

1.ପୁରୁଣା ବର୍ଷର ପ୍ରଶ୍ନପତ୍ର : ଏହି ସମୟରେ ପୁରୁଣା ବର୍ଷର ପ୍ରଶ୍ନପତ୍ରକୁ ନିରେଖେଇ ଦେଖିବା ଅତି ଜରୁରୀ । ଏହିସବୁ ପ୍ରଶ୍ନପତ୍ର ଓ ମକ ଟେଷ୍ଟ କିପରି ଓ କେତେ ସମୟରେ ସମାଧାନ କରିପାରୁଛନ୍ତି , ମୋବାଇଲର ଷ୍ଟପୱାଚ ସାହାଯ୍ୟରେ ନିରୀକ୍ଷଣ କରନ୍ତୁ । ଯଦି ଏସବୁ କରିସାରିଛନ୍ତି , ତେବେ କେଉଁ ପ୍ରଶ୍ନକୁ କିପରି ସମାଧାନ କଲେ ତାହାର ବିଶ୍ଳେଷଣ କରନ୍ତୁ ।

 

2. ବିଭାଗ ଅନୁସାରେ ପ୍ରସ୍ତୁତି : ଏହି ପ୍ରିଲିମ ପରୀକ୍ଷାରେ ଇଂରାଜୀ , ରିଜନିଂ ଓ ଗାଣିତିକ ପ୍ରଶ୍ନ –ଏହିପରି ତିନି ବିଭାଗରେ ପ୍ରଶ୍ନ ଆସିବ । ସମୁଦାୟ ସମୟ ଏକ ଘଣ୍ଟା । ଏଣୁ ଏତିକି ସମୟରେ କିପରି 100ଟି ପ୍ରଶ୍ନର ସମାଧାନ କରିବେ ତାହା ଜାଣିବା ଜରୁରୀ । ସେଥିପାଇଁ ଯେଉଁ ବିଷୟରେ ଆପଣଙ୍କ ସବଳ ଓ ଯେଉଁଥିରେ ଦୁର୍ବଳ ତାହା ଚିହ୍ନି ରଖିବା ଜରୁରୀ ।

 

3.ସନ୍ଦେହ ନୁହେଁ , ସଂପୂର୍ଣ୍ଣ ଠିକ : ଏହି ପରୀକ୍ଷାରେ ନେଗେଟିଭ ମାର୍କ ବ୍ୟବସ୍ଥା ଥିବାରୁ ଆପଣ ଯେ କୌଣସି ପ୍ରଶ୍ନପତ୍ରର ସମାଧାନ ସମୟରେ ସଂପୂର୍ଣ୍ଣ ଠିକ ହେବା ଜରୁରୀ , ନଚେତ ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ¼ ମାର୍କ କଟିଯିବ । ସେଥିପାଇଁ କେଉଁ ପ୍ରଶ୍ନର ସମାଧାନ କରିବେ  ଓ କାହାକୁ ଛାଡିଦେବେ ସେସବୁ ଭଲଭାବେ ଜାଣିବା ଉଚିତ ।

 

4. ସମୟ ଗୁରୁତ୍ୱପୂର୍ଣ୍ଣ : ଏହି ପରୀକ୍ଷା ଦେଉଥବା ପ୍ରାର୍ଥୀମାନେ ଜାଣିରଖିବା ଉଚିତ ଯେ ଏଥିରେ ସମୟର ଉଚିତ ସଦୁପଯୋଗ ଜରୁରୀ ,। କାରଣ ପ୍ରତି ବିଷୟର ପ୍ରଶ୍ନପତ୍ର ସମାଧାନ ପାଇଁ ହାରାହାରି 30-35 ମିନିଟ ସମୟ ମିଳିବ । ଅର୍ଥାତ ଏକ କଷ୍ଟ ପ୍ରଶ୍ନ ପାଇଁ ସର୍ବାଧିକ ଏକ ମିନିଟ ସମୟ ନେଇ ହେବ । ଏଣୁ ଯଦି ଅଧିକ ସମୟ ଲାଗେ , ତେବେ ଉକ୍ତ ପ୍ରଶ୍ନକୁ ଛାଡି ଅନ୍ୟ ପ୍ରଶ୍ନର ସମାଧାନ କରିବା ଉଚିତ । ଗୋଟିଏ ପ୍ରଶ୍ନପାଇଁ ଅଧିକ ସମୟ ବିତାଇବା ଆପଣଙ୍କ ପରୀକ୍ଷା ସ୍କୋରକୁ ପ୍ରଭାବିତ କରିପାରେ ।

 

5. ଚାପମୁକ୍ତ ରୁହନ୍ତୁ : ପରୀକ୍ଷା ପୂର୍ବରୁ ବିଷୟପ୍ରତି ଧ୍ୟାନ ନ ଦେଇ ଏକ ଘଣ୍ଟାରେ କିପରି 100 ପ୍ରଶ୍ନର ଉତ୍ତର ସମାଧାନ କରିପାରିବେ ସେ ବିଷୟରେ ରଣକୌଶଳ ପ୍ରସ୍ତୁତ କରନ୍ତୁ । ଶୋଇବାକୁ ଯିବା ଆଗରୁ ମାଇଣ୍ଡ ରିଲାକ୍ସିଙ୍ଗ ମ୍ୟୁଜିକ youtubeରୁ ଶୁଣନ୍ତୁ ।        

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon