ଏଥିପାଇଁ ବିରାଟଙ୍କ ଦ୍ଵିଶତକ ବିଶେଷ କୀର୍ତ୍ତି ବୋଲି କହିଲେ ହର୍ଷ ଭୋଗଲେ

Saturday, October 12, 2019

(ବେତାର ବ୍ୟୁରୋ) ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଓ ଘରୋଇ ଭାରତୀୟ କ୍ରିକେଟ୍‌ ଦଳ ମଧ୍ୟରେ ପୁଣେ ଠାରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ବିତୀୟ ଦିନରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଅପରାଜିତ ୨୫୪ ରନ୍‌ ସଂଗ୍ରହ କରିଥିଲେ।

 

ଟେଷ୍ଟ ଫର୍ମାଟ୍‌ରେ ଏହା କୋହଲିଙ୍କ ୭ମ ଦ୍ବିଶତକ। ଏହା ହାସଲ କରିବା ପରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ବିସ୍ଫୋରକ ବ୍ୟାଟସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗଙ୍କୁ ପଛରେ ପକାଇ ଦେଇଛନ୍ତି। ତେନ୍ଦୁଲକର ଓ ସେହ୍ବାଗ ଟେଷ୍ଟରେ ୬ଟି ଲେଖାଏଁ ଦ୍ବିଶତକ ହାସଲ କରିଥିଲେ।

 

ତେବେ ଏହି ମ୍ୟାଚରେ ଏକ ବିଶେଷତ୍ଵ ଥିଲା କୋହଲି ଗତ 10 ଇନିଙ୍ଗ୍ସରେ ଗୋଟିଏ ବି ଶତକ କରିପାରି ନ ଥିଲେ । ଏହି କୀର୍ତ୍ତି ତାଙ୍କ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛି । ଏହାଛଡା ଏହି କୀର୍ତ୍ତି ସ୍ଥାପନ କରିବା ପାଇଁ କୋହଲି ଗୋଟିଏ ବି ଛକାର ସାହାଯ୍ୟ  ନେଇ ନ ଥିଲେ ।

 

ଅର୍ଥାତ ବିନା ଛକାର ସାହାଯ୍ୟରେ ସେ ଏକ ବିଶାଳ ବ୍ୟକ୍ତିଗତ ସ୍କୋର କରିଥିଲେ । 

ଏଭଳି କ୍ରିକେଟ ତାଙ୍କ ବିଶେଷତାକୁ ସୁଚାଏ ବୋଲି କ୍ରିକେଟ ବ୍ୟାଖ୍ୟାକାର ହର୍ଷ ଭୋଗଲେ ଏକ ଟ୍ବିଟରେ କହିଛନ୍ତି ।   

 

ଭାଙ୍ଗିଲେ ଏହି ରେକର୍ଡ

ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ବିତୀୟ ଦିନରେ କୋହଲି ଅନେକ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ପ୍ରଥମ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଭାବେ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ଦ୍ବିଶତକ ହାସଲ କରିଥିଲେ।

 

ସେହିପରି ଅଧିନାୟକ ଭାବେ କୋହଲି ଦିନିକିଆ ଓ ଟେଷ୍ଟରେ ୪୦ଟି ଶତକ ହାସଲ କରିଛନ୍ତି। ଅଧିନାୟକ ଭାବେ ଶତକ ହାସଲ କରିବା କ୍ଷେତ୍ରରେ ଶୀର୍ଷ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆର ରିକି ପଣ୍ଟିଂ। ପଣ୍ଟିଂ ୪୧ଟି ଶତକ ହାସଲ କରିଛନ୍ତି। କୋହଲି ଏ କ୍ଷେତ୍ରରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।  

 

ଏହି ମ୍ୟାଚ୍‌ରେ କୋହଲି ଟେଷ୍ଟ କ୍ୟାରିୟର ୨୬ଟି ଶତକ ହାସଲ କରି ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ୍‌ ଉଲ୍‌ ହକଙ୍କୁ ପଛରେ ପକାଇ ଦେଇଛନ୍ତି।

 

ସେହିପରି କୋହଲି ଅଷ୍ଟ୍ରେଲିଆର ମହାନ୍‌ ବ୍ୟାଟସମ୍ୟାନ୍‌ ସାର୍‌ ଡନ୍‌ ବ୍ରାଡମ୍ୟାନ୍‌ଙ୍କ ରେକର୍ଡ ମଧ୍ୟ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି। ଅଧିନାୟକ ଭାବେ ବ୍ରାଡ଼ମ୍ୟାନ୍‌ ଟେଷ୍ଟ ଫର୍ମାଟ୍‌ରେ ୮ଥର ୧୫୦ରୁ ଅଧିକ ରନ୍‌ ସ୍କୋର କରିଥିବା ବେଳେ କୋହଲି ୯ଥର ୧୫୦ରୁ ଅଧିକ ରନ୍‌ ସ୍କୋର କରି ବ୍ରାଡ଼ମ୍ୟାନ୍‌ଙ୍କ ରେକର୍ଡ ଭାଙ୍ଗିଛନ୍ତି।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon