ଏବେ ଜିଓରୁ ଅନ୍ୟ ନେଟୱର୍କ କଲ 30 ମିନିଟ ମାଗଣା :ଜାଣନ୍ତୁ ପ୍ଲାନ

Sunday, October 13, 2019

(ବେତାର ବ୍ୟୁରୋ) କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଓରୁ ଅନ୍ୟ କମ୍ପାନୀ ର ଫୋନ ନମ୍ବରକୁ ମାଗଣା କଲ ସେବାକୁ ବନ୍ଦ କରାଯାଇଛିଓ ମିନିଟ ପିଛା 6 ପଇସା ଲେଖାଏଁ କଟିବ ବୋଲି ଘୋଷଣା କରାହୋଇଛି।

ତେବେ ଏଥିରେ ଅନେକ ଗ୍ରାହକ ଅସନ୍ତୁଷ୍ଟ ହେବାରୁ ମୁକେଶ ଅମ୍ବାନୀଙ୍କ କମ୍ପାନୀ ଏକ ନୂଆ ଅଫର ଆଣିଛି। ଏହି ଅଫର ଅନୁସାରେ ଗ୍ରାହକମାନେ ଏଣିକି ଅକ୍ଟୋବର 10 ପରେ ପ୍ରଥମ ରିଚାର୍ଜ କରେଇ ଅନ୍ୟ ନେଟୱର୍କକୁ କଲ କଲେ ପ୍ରଥମ ଅଧଘଣ୍ଟା ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ।

ତେବେ ଏହି ଘୋଷଣା ଏ ଯାବତ କମ୍ପାନି ତରଫରୁ ବିଧିବଦ୍ଧଭାବେ ଘୋଷଣା ହେଇନାହିଁ। ଇକୋନୋମିକ ଟାଇମ ଜିଓର ଜଣେ ଅଧିକାରୀଙ୍କ ସହିତ କଥା ହେଇ ଏହା ପ୍ରକାଶ କରିଛି।

ଏହାର କାରଣ ଏହି ଅଫର ମାତ୍ର 7 ଦିନ ପାଇଁ ଲାଗୁ ହେବ।ଅର୍ଥାତ ଯେଉଁ ଗ୍ରାହକମାନେ ଅକ୍ଟୋବର 10ରୁ 17 ଭିତରେ ରିଚାର୍ଜ କରେଇବେ ସେମାନେ ପ୍ରଥମ ଅଧଘଣ୍ଟା ପାଇଁ ମାଗଣାରେ ଅନ୍ୟ ଫୋନ ନମ୍ବର ସହିତ କଥା ହେଇପାରିବେ। ଏହାପରେ ମିନିଟକୁ 6 ପଇସା ଲେଖାଏଁ କଟିବ।

ତେବେ ଏହି ସୁବିଧାକୁ ଜିଓ ସର୍ବସାଧାରଣରେ ପ୍ରକାଶ କରିବାକୁ ଚାହୁଁନି, ଯାହା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶର ଖିଲାପି।


ବର୍ତ୍ତମାନ ପ୍ଲାନ ପାଇଁ ଲାଗୁହେବ ନାହିଁ
ଜିଓର ଏହି କଲ ପ୍ଲାନ ଆପଣଙ୍କର ଆଗାମୀ ରିଚାର୍ଜରେ ଲାଗୁ ହେବ। ଅର୍ଥାତ ଯଦି ଆପଣ ଅକ୍ଟୋବର 10 ତାରିଖ ପୂର୍ବରୁ 28 ଦିନିଆ ବା 84 ଦିନିଆ ରିଚାର୍ଜ କରେଇ ନେଇ ସାରିଛନ୍ତି, ତେବେ ଆପଣ ଅନ୍ୟ ମୋବାଇଲ ନମ୍ବରକୁ କଲ କଲେ କୌଣସି ପଇସା କଟିବ ନାହିଁ।

ହେଲେ ଆପଣ ଆଗକୁ ଯେବେ ରିଚାର୍ଜ କରିବେ ସେବେଠାରୁ କଲ ଟପ ଅପ ରିଚାର୍ଜ କରେଇବାକୁ ପଡିବ।


ପ୍ରତି କଲ ରିଚାର୍ଜ ରେ ମିଳିବ ମାଗଣା ଇଣ୍ଟରନେଟ
ଯେଉଁ ଗ୍ରାହକମାନେ କଲ କରିବା ପାଇଁ ଟପ ଅପ ରିଚାର୍ଜ କରିବେ ସେମାନଙ୍କୁ ଜିଓ ତରଫରୁ ଇଣ୍ଟରନେଟ ଡାଟା ମାଗଣାରେ ପ୍ରଦାନ କରାଯିବ।

ଜିଓ ପକ୍ଷରୁ ଜାରି ହୋଇଥିବା ସୂଚନା ମୁତାବକ ଅନ୍ୟ ଅପରେଟରଙ୍କ ନମ୍ବରକୁ କଲ କଲେ ମିନିଟ୍ ପିଛା 6 ପଇସା ଦେବାକୁ ପଡ଼ିବ । ଆଉଟ୍ ଗୋଇଙ୍ଗ କଲ କରିବା ଲାଗି ଗ୍ରାହକଙ୍କୁ ଏକ ସ୍ୱତନ୍ତ୍ର ଟପ୍‌ ଅପ୍‌ ଭାଉଚର କିଣିବାକୁ ପଡ଼ିବ ।


ଏହି ଟପ୍ ଅପ୍ ଯଥାକ୍ରମେ 10, 20, 50 ଓ 100 ଟଙ୍କାରେ ଉପଲବ୍ଧ ହେବ । ଦଶ ଟଙ୍କିଆ ଭାଉଚରରେ ଗ୍ରାହକମାନେ କଲ ପାଇଁ 124 ମିନିଟ୍ ଓ 1 ଜିବି ମାଗଣା ଡାଟା ପାଇବେ ।

ସେହିପରି 20 ଟଙ୍କିଆ ଭାଉଚର କିଣିଲେ ସେମାନଙ୍କୁ କଲ ପାଇଁ 249 ମିନିଟ୍ ଓ 2 ଜିବି ଡାଟା ମାଗଣାରେ ମିଳିବ ।

ପଚାଶ (50) ଟଙ୍କିଆ ଭାଉଚରର କଲ ପାଇଁ 656 ମିନିଟ୍ ଓ 5 ଜିବି ଡାଟା ମିଳିବ । 100 ଟଙ୍କିଆ ଭାଉଚର ରିଚାର୍ଜ କଲେ ଗ୍ରାହକମାନେ କଲ କରିବା ଲାଗି 1362 ମିନିଟ୍ ଓ 10 ଜିବି ଡାଟା ମାଗଣାରେ ପାଇପାରିବେ ।

ତେବେ ଜିଓ ତାର ଗ୍ରାହକଙ୍କଠାରୁ ଅନ୍ୟ ନମ୍ବରକୁ କଲ କରିବା ବେଳେ ମିନିଟ୍ ପିଛା ୬ ପଇସାର ଶୁଳ୍କ ଆଦୟ କରିବ ବୋଲି ଘୋଷଣା କରିଛି ।

ଜିଓରୁ ଜିଓ ଫୋନ କୁ କଲ ଗଲେ କୌଣସି ପଇସା କଟିବ ନାହିଁ।



 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon