ଫଟୋ ଫିଚର : ଲଞ୍ଚ ହେଲା ବଜାଜ ‘ଚେତକ’ର ଇ-ସ୍କୁଟର, ଏତିକି ରହିଛି ମାଇଲେଜ

Wednesday, October 16, 2019

(ବେତାର ବ୍ୟୁରୋ) ଭାରତର ବିଖ୍ୟାତ ବାଇକ ଓ ସ୍କୁଟର ନିର୍ମାତା ବଜାଜ ବୁଧବାର ପୁଣେଠାରେ  ଏହାର ପୁରାତନ ‘ଚେତକ’ ସ୍କୁଟର ବ୍ରାଣ୍ଡ ନାମରେ ଏକ ଇଲେକ୍ଟ୍ରିକ ସ୍କୁଟର ପ୍ରଦର୍ଶନ କରିଛି, ଯାହାର ନାମ ଚେତକ ଇଲେକ୍ଟ୍ରିକ ରଖାଯାଇଛି  ।

 

ଏହି ଅବସରରେ  କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଗଡକରି ପତାକା ହଲାଇ ଇଲେକ୍ଟ୍ରିକ ଯାତ୍ରାର ଶୁଭାରମ୍ଭ କରିଥିଲେ । ଏଥିରେ 20 ଜଣ ସ୍କୁଟର ଆରୋହୀ ପୁଣେରୁ ଦିଲ୍ଲୀ ଯାତ୍ରା କରିବେ ।

 

ଏହି ସ୍କୁଟରର ବିକ୍ରି ଭାରତୀୟ ବଜାରରେ ଆସନ୍ତା ଜାନୁୟାରୀରୁ ଆରମ୍ଭ ହେବ  । ତେବେ ପ୍ରଥମ ପର୍ଯ୍ୟାୟରେ ଏହା କେବଳ ପୁଣେ ଓ ବାଙ୍ଗାଲୋରରେ ବିକ୍ରି ହେବ । ପରେ ଏହାର ଚାହିଦା ଦେଖି ଖୁବ ଶୀଘ୍ର ଦେଶର ଅନ୍ୟ ସ୍ଥାନରେ ଥିବା ବଜାଜ ଶୋ’ ରୁମରେ ପ୍ରାପ୍ତ ହେବ ।

 

ଏହାର ଦାମ ବିଷୟରେ କମ୍ପାନୀ ଘୋଷଣା କରିନାହିଁ । ତେବେ ଏହାକୁ ଭାରତୀୟ ଗ୍ରାହକ କିଣିପାରିବା ଭଳି ସ୍ତରରେ ବିକ୍ରି କରାହେବ ବୋଲି ବଜାଜ ମୁଖ୍ୟ ପରିଚାଳକ ରାହୁଲ ବଜାଜ କହିଛନ୍ତି ।

 

ଡିଜାଇନ

ଏହାର ନାମ ଯଦିଓ ପୁରୁଣା ବଜାଜ ଚେତକ ରୁ ନିଆଯାଇଛି , ସାମ୍ନା ଭାଗ ଡିଜାଇନ ଆଧୁନିକ ଶୈଳୀର । ତେବେ ଏହାର ସାଇଡ ଡିଜାଇନ ପୁରୁଣା ଚେତକ ଶୈଳୀର ରହିଛି । ତେବେ ଏହିପରି ଇ-ସ୍କୁଟର ନିର୍ମାଣ କରୁଥିବା ଅନ୍ୟ କମ୍ପାନୀ ପରି ବଜାଜ ଏହି ସ୍କୁଟରକୁ ପ୍ଲାଷ୍ଟିକରେ ନିର୍ମାଣ ନ କରି  ସଂପୂର୍ଣ୍ଣ ମେଟାଲରେ ନିର୍ମାଣ କରିଛି । ଏହି ସ୍କୁଟର 6 ପ୍ରକାର ରଙ୍ଗରେ ଉପଲବ୍ଧ ହେବ  ।  

 

ବ୍ୟାଟେରୀ

ବଜାଜ ପକ୍ଷରୁ ଏହାର ବ୍ୟାଟେରୀ କେତେ ଆକାରର ଘୋଷଣା କରାଯାଇ ନାହିଁ । ତେବେ ଏହା କୁହାଯାଇଛି ଯେ ଫୁଲ ଚାର୍ଜ ହେଲେ ଏହା 95 କିମି ଯାଇ ପାରିବ । ସେହିପରି ଅଧିକ ସ୍ପିଡରେ ଚଳାଇଲେ ଏହା ସର୍ବାଧିକ 85 କିମି ଯାଏଁ ଯାଇପାରିବ । ବ୍ୟାଟେରୀରେ ଚଳୁଥିବାରୁ ଏହାକୁ ଷ୍ଟାର୍ଟ କରିବାରେ କୌଣସି ଅସୁବିଧା ହେଇ ନ ଥାଏ ।

 

ଡିଜିଟାଲ ସ୍କୁଟର

ବଜାଜ ପକ୍ଷରୁ ଏହାର ସ୍ପିଡୋମିଟର ସ୍ଥାନରେ ଏକ ଡିଜିଟାଲ ସ୍କ୍ରିନ ଲଗାଯାଇଛି, ଯେଉଁଥିରେ ବେଗ ପ୍ରଦର୍ଶିତ ହେବା ସାଙ୍ଗକୁ ଆପଣଙ୍କ ପ୍ରିୟ ସଂଗୀତ ତଥା ଗାଡି ଚଳାଇବା ପାଇଁ ନିର୍ଦ୍ଦେଶ, ବ୍ୟାଟେରୀ ପରିମାଣ  ଇତ୍ୟାଦି ପ୍ରଦର୍ଶିତ ହେବ ।

 

ଏହି ସ୍କୁଟର ଏକ ଆପ ଦ୍ଵାରା ପରିଚାଳିତ ହେଉଥିବାରୁ ଏଥିରେ ମୋବାଇଲର କଲ ଇତ୍ୟାଦି ଦେଖିହେବ । ସେହିପରି ଗାଡି ଚୋରୀ ହେବା କିମ୍ବା ଅନ୍ୟ କେହି ଆପଣଙ୍କ ଅଜଣାତରେ ଏହାକୁ ବ୍ୟବହାର କରିବା ଭଳି ନୋଟିଫିକେସନ ଆପଣଙ୍କ ଫୋନକୁ ଆସିପାରିବ।  

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon