କମ ବୟସରେ ଚୁଟି ପାଚୁଛି କି ? ଏହି 5 କାରଣ ଦାୟୀ

Thursday, October 17, 2019

(ବେତାର ବ୍ୟୁରୋ) ବୟସ ହେଇଗଲେ ଚୁଟି ପାଚିବା ଏକ ସାଧାରଣ କଥା । ତେବେ ପ୍ରାପ୍ତ ବୟସ ପୂର୍ବରୁ , ଅର୍ଥାତ 42-44 ବର୍ଷ ପୂର୍ବରୁ ଚୁଟି ପାଚିବା ଆରମ୍ଭ ହେଲେ ଏହା ସ୍ଵାଭାବିକ ପ୍ରକ୍ରିୟା ନୁହେଁ । ଏହାର ଅର୍ଥ ଆପଣଙ୍କ ଶରୀରରେ ଏପରି କିଛି ଅସ୍ବାଭାବିକ ପ୍ରକ୍ରିୟା ହେଉଛି ଯାହା ସମୟ ପୂର୍ବରୁ ଆପଣଙ୍କ କପାଳରେ ମେଲାନିନ ମାତ୍ରାକୁ କମ କରିଦିଏ । ଅନ୍ୟ ଅର୍ଥରେ ଆପଣଙ୍କ ଶରୀର ଚୁଟିର ରଙ୍ଗକୁ ଧରି ରଖିବାରେ ଅସମର୍ଥ ହୋଇପଡେ ।

 

ତେବେ ଅନେକ ବୈଜ୍ଞାନିକ ଗବେଷଣା ଅନୁସାରେ ଆପଣଙ୍କ ବଂଶଗତ ଗୁଣ ଯଦିଓ ଏଥିପାଇଁ ଦାୟୀ, ଏପରି କିଛି ଅଭ୍ୟାସ ରହିଛି , ଯାହା ଚୁଟି ରଙ୍ଗ ପାଚିବାରେ ମୂଳତଃ ଦାୟୀ ବୋଲି ଅନେକ ଗବେଷଣାରୁ ପ୍ରମାଣିତ ହେଇଛି ।

 

ଆସନ୍ତୁ ଜାଣିବା ସେଗୁଡିକ କଣ ।

 

ଅତ୍ୟଧିକ ମାନସିକ ଚାପ

ଅତ୍ୟଧିକ ମାନସିକ ଚାପ ଯଦିଓ ସିଧାସଳଖ ଚୁଟି ପାଚିବା ସହିତ ଜଡିତ ନୁହେଁ, ତେବେ ଏହା ଚୁଟି ଝଡିବା ପାଇଁ ଦାୟୀ । ଏଣୁ ଯଦି ଆପଣଙ୍କ ଚୁଟି ବାରମ୍ବାର ଝଡୁ ଥାଏ ଓ ଆପଣ 40ବୟସର ପାଖାପାଖି ହେଇଥିବେ, ତେବେ ବାରମ୍ବାର ଚୁଟି ଉଠିବା ଫଳରେ ମେଲାନିନର ମାତ୍ରା କମିବାରେ ଲାଗେ ଓ ଚୁଟି ରଙ୍ଗ କଳା ହେଇ ନ ଥାଏ ।

 

ଆଲକହଲ

ଅତ୍ୟଧିକ ମଦ୍ୟପାନ ଶରୀରରେ ଲିଭରକୁ ପ୍ରଭାବିତ କରାଇଥାଏ ଓ ଏହା ଫଳରେ କିଛି ନକରାତ୍ମକ କେମିକାଲ ଶରୀରରେ ସୃଷ୍ଟି ହେଇଥାଏ । ଏହା ଚୁଟିର ରଙ୍ଗ କମେଇବାରେ ସାହାଯ୍ୟ କରିଥାଏ ଓ ଫଳରେ ଚୁଟି ପାଚିଥାଏ ।

କେମିକାଲ ଯୁକ୍ତ ଶାମ୍ପୁ

ଯଦି ଆପଣଙ୍କ ଶାମ୍ପୁ ବା ତେଲ ନିମ୍ନମାନର ହେଇଥାଏ , ତେବେ ଏଥିରେ କିଛି କ୍ଷତିକାରକ ରସାୟନ ମିଶି ରହିଥାଏ । ଏହା ଚୁଟିର ପ୍ରାକୃତିକ ରଙ୍ଗକୁ ପ୍ରଭାବିତ କରିଥାଏ । ଏଣୁ ସର୍ବଦା ପ୍ରାକୃତିକ କେଶ ଉତ୍ପାଦ ବ୍ୟବହାର କରିବା ଉଚିତ ।  

 

କମ ନିଦ

ଯଦି ଆପଣ ଆବଶ୍ୟକତା ଠାରୁ କମ ସମୟ  ଶୋଉଛନ୍ତି, ତେବେ ଏହା ଶରୀରର ରକ୍ତ ପ୍ରଭାବକୁ ପ୍ରଭାବିତ କରିଥାଏ , ଫଳରେ ମସ୍ତିସ୍କରେ ତାପମାତ୍ରା ମଧ୍ୟ ଏହି ହିସାବରେ ପ୍ରଭାବିତ ହେଇଥାଏ । ମସ୍ତିଷ୍କ ତାପମାତ୍ରାରେ ପରିବର୍ତ୍ତନ ଚୁଟି ରଙ୍ଗ କମିବା ପାଇଆନ ଦାୟୀ ।

 

ତେଲ ନ ଲଗାଇବା

ତେଲ ଲଗାଇବା ଦ୍ଵାରା ଚୁଟି ମଜବୁତ ହେବା ସହିତ, ମେଲାନିନର ବାସସ୍ଥାନ –ଅର୍ଥାତ ଚୁଟିର ମୂଳ ଯାହା କପାଳ ଚମଡା ଭିତରେ ରହିଥାଏ , ତାହା ମଧ୍ୟ ମଜବୁତ ହେଇଥାଏ । ଏଣୁ ଯଦି ଆପଣଙ୍କୁ ତେଲ ନ ଲଗାଇବ ପସନ୍ଦ ତେବେ ଅନ୍ତତଃ ସପ୍ତାହକୁ ଦୁଇଥର ଶୋଇବାର କିଛି ସମୟ ଆଗରୁ ତେଲ ଲଗାଇବା ଜରୁରୀ । 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon