ଦୁଇ ସପ୍ତାହ ପରେ ମଧ୍ୟ ‘ୱାର’ର ସଫଳତା ଜାରି, 300 କୋଟି ଆଡକୁ ଅଗ୍ରସର

Friday, October 18, 2019

(ବେତାର ବ୍ୟୁରୋ) ଚଳିତ ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ଅବସରରେ ରିଲିଜ ହୋଇଥିବା ହ୍ରିତିକ ରୋଶନ, ଟାଇଗର ଶ୍ରଫ୍‌ ଅଭିନୀତ ବଲିଉଡ ଫିଲ୍ମ ‘ଓ୍ବାର’ର ବକ୍ସ ଅଫିସ ସଫଳତା ପ୍ରାୟ 15 ଦିନ ପରେ ମଧ୍ୟ ଜାରି ରହିଛି ।

 

ଦୁଇ ସପ୍ତାହ ପରେ ଏହାର ଭାରତ ଓ ବିଶ୍ଵ ବଜାରର ସମୁଦାୟ ଆୟ 272 କୋଟିରେ ପହଞ୍ଚିଛି, ଯାହାକି ଶହିଦ କପୁରଙ୍କ ‘କବୀର ସିଂ’ ଫିଲ୍ମର ସମୁଦାୟ 276 କୋଟି ବ୍ୟବସାୟ ଠାରୁ ଅଳ୍ପ କମ । ଅତି ଶୀଘ୍ର ଏହି ଫିଲ୍ମ 300 କୋଟି ପାର କରିଯିବ ବୋଲି ବଲିଉଡ ସମୀକ୍ଷକ ମାନେ ଆଶା ବ୍ୟକ୍ତ କରିଛନ୍ତି ।

 

ବକ୍ସ ଅଫିସ ଖବର ପ୍ରଦାନ କରୁଥିବା ୱେବସାଇଟରୁ ପ୍ରକାଶ ଯେ , କେବଳ ଭାରତରେ ୟଶରାଜ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମଟି ଦୁଇ ସପ୍ତାହ ଭିତରେ 46 କୋଟିର କାରବାର କରିଥିଲା । ତେବେ ଏହି ହିସାବରେ ଫିଲ୍ମଟି ଚତୁର୍ଥ ସ୍ଥାନରେ ରହିଛି ।

 

ରିଲିଜ ଦିନ 50 କୋଟି
‘ଓ୍ବାର’ ରିଲିଜ ପୂର୍ବରୁ ପ୍ରି ସେଲିଂରେ 30 କୋଟିରୁ ଉର୍ଦ୍ଧ୍ବ ଟଙ୍କା ଆୟ କରିଥିବାବେଳେ ରିଲିଜର ପ୍ରଥମ ଦିନରେ ୫୦.୭୫ କୋଟି ଟଙ୍କା କଲେକ୍ସନ କରିଥିଲା, ଯାହା ଚଳିତ ବର୍ଷ ରିଲିଜ ହୋଇଥିବା ବଲିଉଡ ଫିଲ୍ମ ଗୁଡିକର ପ୍ରଥମ ଦିନରେ ଆୟଠାରୁ ଅଧିକ ।

 

ତେବେ ଗତବର୍ଷର ବଡ ଚଳଚ୍ଚିତ୍ରର ରେକର୍ଡକୁ ଦେଖିଲେ ଏହା ଅମୀର ଖାନ ଓ ଅମିତାଭ ବଚ୍ଚନଙ୍କ ‘ଠଗ୍‌ସ ଅଫ ହିନ୍ଦୁସ୍ତାନ’ ପଛକୁ ରହିଛି। ତେବେ ହିନ୍ଦୀ byatitଅନ୍ୟ ଭାଷାରେ ରିଲିଜକୁ ହିସାବକୁ ନେଲେ ପ୍ରଥମ ଦିନରେ ‘ଓ୍ବାର’ ମୋଟ ୫୫ କୋଟି ଟଙ୍କା ଆୟ କରିଛି। 

 

ହ୍ରିତିକ, ଟାଇଗରଙ୍କ ସବୁଠାରୁ ବଡ ଓପନିଂ
ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଉଭୟ ହ୍ରିତିକ ରୋଶନ ଓ ଟାଇଗର ଶ୍ରଫ୍‌ ଏହି ନିଜର ସବୁଠାରୁ ବଡ ଓପନିଂ କରିପାରିଛନ୍ତି। ପୂର୍ବରୁ ହ୍ରିତିକଙ୍କ ‘ବ୍ୟାଙ୍ଗ ବ୍ୟାଙ୍ଗ’ ପ୍ରଥମ ଦିନରେ ୨୪.୪୦ କୋଟି ଆୟ କରିବାରେ ସକ୍ଷମ ହୋଇଥିଲା। ସେହିପରି ଟାଇଗରଙ୍କ ମୁଭି ‘ବାଘୀ-୨’ ଗତ ବର୍ଷ  ରିଲିଜ ଦିନରେ ୨୫ କୋଟି ଟଙ୍କା କଲେକ୍ସନ କରିପାରିଥିଲା। ଏଥିସହ ଛୁଟିଦିନରେ ରିଲିଜ ହେବା ପରେ କୌଣସି ଫିଲ୍ମ ୫୦ କୋଟି ଆୟ କରିବାରେ ‘ଓ୍ବାର’ ରେକର୍ଡ କରିଛି।

 

ୟଶରାଜ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ହ୍ରିତିକ, ଟାଇଗରଙ୍କ ସହ ବାଣୀ କପୁର ମଧ୍ୟ ରହିଛନ୍ତି। ଏଥିରେ ଟାଇଗରଙ୍କୁ ହ୍ରିତିକଙ୍କ ଶିଷ୍ୟ ଭୂମିକାରେ ଦେଖିବାକୁ ମିଳିଛି। ହ୍ରିତିକଙ୍କୁ ନେଗେଟିଭ ଭୂମିକା ମିଳିଥିବାବେଳେ କାହାଣୀରେ ଅନେକ ସସ୍‌ପେନ୍ସ ମଧ୍ୟ ରହିଛି।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon