ଦେଶରେ ଖୁବଶୀଘ କମିବ ପିଆଜ,ଟମାଟୋ ଦର : କେନ୍ଦ୍ର ସରକାର

Saturday, October 19, 2019

 

(ବେତାର ବ୍ୟୁରୋ) ଦେଶରେ ଟମାଟୋ ଓ ପିଆଜ ଷ୍ଟକ ମଣ୍ଡିକୁ ଆସିବା ଆରମ୍ଭ ହେଇଯାଇଥିବାରୁ ଖୁବ ଶୀଘ୍ର ଏହାର ଦର ହ୍ରାସ ପାଇବ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରାଳୟ କହିଛି। କାରଣ ପୂଜା ପରେ ପରେ ଖରିଫ ଫସଲ ବଜାରକୁ ଆସିବା ଆରମ୍ଭ ହେବାର ଲାଗିଛ। 


ଦିଲ୍ଲୀ, ବମ୍ବେ ଭଳି ବଡ଼ ସହର ମାନଙ୍କରେ ପିଆଜ କିଲୋ ପିଛା ₹60 ଓ ଟମାଟୋ କିଲୋପିଛା ₹80ରେବିକ୍ରି ହେଉଛି।

ମଧ୍ୟପ୍ରଦେଶରୁ ଟମାଟୋ ଆସିବା ଆରମ୍ଭ ହୋଇ ଯାଇଥିବାରୁ ବର୍ତ୍ତମାନ ମୂଲ୍ୟ ଆହୁରି ହ୍ରାସ ପାଇବ ବୋଲି ଆଶା କରାଯାଉଛି। ସେହିପରି ମଧ୍ୟପ୍ରଦେଶ ଓ ରାଜସ୍ଥାନରୁ ନୂଆ ପିଆଜ ପହଞ୍ଚିବା ଆରମ୍ଭ ହୋଇଛି ଏବଂ ଦୀପାବଳି ପରେ ମୂଲ୍ୟ ଆହୁରି କମିବ ବୋଲି ସମ୍ଭାବନା ରହିଛି ।

ଦେଶରେ ପିଆଜ, ଟମାଟୋ ଓ ଡାଲିର ଉପଲବ୍ଧତା ଏବଂ ମୂଲ୍ୟ ଓ ଯୋଗାଣ ସଂକ୍ରାନ୍ତରେ ଶୁକ୍ରବାର ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି ସମୀକ୍ଷା କରିଥିଲା। ଏହି ବୈଠକରେ ଏ ନେଇ ବିସ୍ତୃତ ଆଲୋଚନା ହୋଇଛି । କେଜି ପ୍ରତି ୫୫ ଟଙ୍କାରେ ଟମାଟୋ ବିକ୍ରି କରିବାକୁ ମଦର ଡାଏରୀ ରାଜି ହୋଇଛି ବୋଲି  ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

 

ସେହିପରି ଟମାଟୋର ମୂଲ୍ୟ ସ୍ୱାଭାବିକ ହୋଇଥିବା ବିଷୟ ଏହି ବୈଠକରେ ଅବଗତ କରାଯାଇଛି ।

ବର୍ତ୍ତମାନ ଡାଲି ଜାତୀୟ ଶସ୍ୟ ଯଥେଷ୍ଟ ମହଜୁଦ୍‍ ରହିଛି ଏବଂ କେନ୍ଦ୍ରୀୟ ଭଣ୍ଡାର ଓ ସଫଲ ଭଣ୍ଡାର ଗୁଡ଼ିକ ଜରିଆରେ ଅଧକିଲୋ ଓ ଏକ କିଲୋ ପ୍ୟାକେଟରେ ଡାଲି ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon