ସିଧାସଳଖ କେଶ ଛାଡନ୍ତୁ , ଏହି 5 ଷ୍ଟେପରେ କରନ୍ତୁ ହେୟାର ପର୍ମିଙ୍ଗ

Sunday, October 20, 2019

(ବେତାର ବ୍ୟୁରୋ) ନୂଆ ତଥା ଟ୍ରେଣ୍ଡରେ ଚାଲୁଥିବା ହେୟାର ଷ୍ଟାଇଲ ସମସ୍ତଙ୍କ ପସନ୍ଦ । ତେବେ ଯେପରି ସବୁ କପଡା ସମସ୍ତଙ୍କୁ ପସନ୍ଦ ଆସି ନ ଥାଏ , ସେହିଭଳି ସବୁ ପ୍ରକାରର ହେୟାର ଷ୍ଟାଇଲ ସମସ୍ତଙ୍କ ପାଇଆନ ନୁହେଁ । ହେୟାର ଷ୍ଟ୍ରେଟନିଙ୍ଗ ଏକ ପଲିଶ ତଥା କର୍ପୋରେଟ ଲୁକ ଦେଇଥାଏ ଓ ସାଧାରଣତଃ କର୍ମଜୀବିନୀଙ୍କ ପାଇଁ କାମରେ ଆସିଥାଏ ।

 

ତେବେ ସବୁ ପ୍ରକାରର ମୁହଁ ଓ ଚେହେରା ପାଇଁ ଏହା ଖାପ ଖୁଆଇ ନ ଥାଏ । ଏହାଛଡା ସବୁ ମହିଳା ହେୟାର ଷ୍ଟ୍ରେଟନିଙ୍ଗ କରିବାକୁ ପସନ୍ଦ କରି ନ ଥାନ୍ତି ।

 

ଏଣୁ ଯଦି ଆପଣ ନୂଆ କିଛି କରିବାକୁ ପସନ୍ଦ କରନ୍ତି ତେବେ କରିପାରିବେ ହେୟାର ପର୍ମିଙ୍ଗ । ସବୁଠାରୁ ଆକର୍ଷଣୀୟ କଥା ହେଲା ଏହାକୁ ଆପଣ କମ ଖର୍ଚ୍କରେ ନିଜ ଘରେ ବସି କରିପାରିବେ ।

 

ଜାଣି ରଖନ୍ତୁ ଏହା କରିବାର ଉପାୟ 

1) ପ୍ରଥମେ କେଶକୁ ଭଲ ଭାବେ ଶାମ୍ପୁ କରି ନିଅନ୍ତୁ। ଏହାକୁ ଟାଓ୍ବେଲ୍‌ରେ ପରେ ପୋଛି ଦିଅନ୍ତୁ।


2) ସାମାନ୍ୟ ଓଦାଥିବା ଅବସ୍ଥାରେ ଶୋଇ ରହି କେଶକୁ ଅଳ୍ପ ଅଳ୍ପ ଭାଗ କରିଦିଅନ୍ତୁ। ପ୍ରତି ଭାଗ କେଶକୁ ଭଲ ଭାବେ ରୋଲରରେ ଗୁଡାଇ ଦିଅନ୍ତୁ।


3) ସବୁ ରୋଲ ହୋଇଥିବା କେଶ ଉପରେ ପର୍ମିଂ ଲୋଶନ ଲଗାନ୍ତୁ। ଏହା ଉପରେ ସାଓ୍ବାର୍‌ କ୍ୟାପ୍‌ କିମ୍ବା ଟାଓ୍ବେଲ୍‌ ଗୁଡାଇ ଦିଅନ୍ତୁ।


4) 15 ମିନିଟ୍‌ ରଖିବା ପରେ କେଶ ରୋଲ ହୋଇଛି କି ନାହିଁ ଜାଣିବା ଲାଗି ସର୍ବ ପ୍ରଥମେ ଯେଉଁ କେଶ ରୋଲ କରିଥିଲେ ତା’କୁ ଖୋଲି ଦେଖନ୍ତୁ। ଯଦି ହୋଇଥାଏ ତେବେ ରୋଲର ଲାଗି ଥିବା ଅବସ୍ଥାରେ ହିଁ କେଶକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହାକୁ ଟିସୁ ପେପର ସାହାଯ୍ୟରେ ଶୁଖାନ୍ତୁ।


5) ପାଣି ସମ୍ପୂର୍ଣ୍ଣ ଛାଡ଼ିଗଲେ ନ୍ୟୁଟ୍ରାଲାଇଜର ଲଗାନ୍ତୁ ଏବଂ କିଛି ସମୟ ରଖିବା ପରେ ରୋଲର ଖୋଲି ଦିଅନ୍ତୁ। ଖୋଲିବା ପରେ ପୁନର୍ବାର ନ୍ୟୁଟ୍ରାଲାଇଜର ଲଗାଇ 5 ମିନିଟ୍‌ ରଖିବା ପରେ ସାଦା ପାଣିରେ ଧୋଇ ଦିଅନ୍ତୁ ଏବଂ ଶୁଖିବାକୁ ଛାଡି ଦିଅନ୍ତୁ। ବର୍ତ୍ତମାନ ଆପଣଙ୍କ କେଶ ପୂର୍ବ ଅପେକ୍ଷା ବାଉନ୍ସି ଏବଂ ଷ୍ଟାଇଲିଶ୍‌ ଲାଗିବ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon