ରାଶିଫଳ ଅକ୍ଟୋବର 21-27 : ଦୀପାବଳି ସପ୍ତାହରେ ପଡୁଛି ଏହି 4 ଶୁଭ ଯୋଗ

Monday, October 21, 2019

(ବେତାର ବ୍ୟୁରୋ)  ଚଳିତ ସପ୍ତାହରେ ଚନ୍ଦ୍ରମା କର୍କଟ ରାଶିରୁ ଯାତ୍ରା ଆରମ୍ଭ କରି କନ୍ୟା ରାଶିଯାଏଁ ଯିବେ ଓ ଗଜକେଶରୀ ଯୋଗ କରିବେ। ତେବେ ଏହି କନ୍ୟା ରାଶିରେ ଚନ୍ଦ୍ର,ମଙ୍ଗଳ ରହି ମହଲଷ୍ମୀ ଯୋଗ ସୃଷ୍ଟି କରିବେ। ଏହି ସମୟରେ ସର୍ବାର୍ଥସିଦ୍ଧି ତଥା ରବିଯୋଗ ମଧ୍ୟ ସୃଷ୍ଟି ହେବ। ଏହି ସବୁ ଯୋଗ ଫଳରେ 7ଟି ରାଶି ପାଇଁ ଭଲ ସମୟ ଆସିବ।

 

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ ।

 

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶାଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

ମେଷ : ସପ୍ତାହ ଆରମ୍ଭ- କର୍ମକ୍ଷେତ୍ରରେ ବିଜୟ ପ୍ରାପ୍ତ ହେବ। ସପ୍ତାହ ମଝି-ଆର୍ଥିକ ସ୍ଥିତି ବଢ଼ାଇବା ପାଇଁ ଉଦ୍ୟମ କରିବେ। ସପ୍ତାହ ଶେଷ - ଖୁସିବାସରେ ସମୟ ବିତିବ।


ବୃଷ : ସପ୍ତାହ ଆରମ୍ଭ- କର୍ମକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି, ଏ ବୃଦ୍ଧିର ମାର୍ଗ ଖୋଲିବ। ସପ୍ତାହ ମଝି-ପୈତୃକ ସମ୍ପତ୍ତି ନେଇ ଦ୍ଵନ୍ଦ ଦୂର ହେବ। ସପ୍ତାହ ଶେଷ - କୌଣସି ଶୁଭକାମରେ ଧାଁ ଦୌଡ଼ ଲାଗି ରହିପାରେ।


ମିଥୁନ : ସପ୍ତାହ ଆରମ୍ଭ- ତରବରିଆ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ସପ୍ତାହ ମଝି-କର୍ମକ୍ଷେତ୍ରରେ ଅସୁବିଧା ସୃଷ୍ଟି ହେଲେ ମଧ୍ୟ ନିଜ ବୁଦ୍ଧିବିବେକ ବଳରେ କାମରେ ସଫଳତା ପାଇବେ। ସପ୍ତାହ ଶେଷ - ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ।

 

କର୍କଟ : ସପ୍ତାହ ଆରମ୍ଭ- ପତିଭାବାନ ତଥା ବ୍ୟବସାୟୀଙ୍କ ପାଇଁ ଭଲ ସମୟ । ସପ୍ତାହ ମଝି-କୌଣସି ମୂଲ୍ୟବାନ ବାସ୍ତୁ କିଣିବେ ବା ଉପହାର ପାଇବେ। ସପ୍ତାହ ଶେଷ -ଆମୋଦ ପ୍ରମୋଦ, ଭୋଜିଭାତରେ ସମୟ ବିତିବ।


ସିଂହ : ସପ୍ତାହ ଆରମ୍ଭ- ଚାକିରିଆ ତଥା ବ୍ୟବସାୟୀଗଣ କିଛି ଦିନ ଧରି ଲାଗିରହିଥିବା ସମସ୍ୟା ଦୂର ହେବାରୁ ଆଶ୍ବସ୍ତି ପାଇବେ । ସପ୍ତାହ ମଝି- ବିଦ୍ୟାର୍ଥୀମାନେ ପରୀକ୍ଷାରେ ସଫଳତା ପାଇପାରନ୍ତି। ସପ୍ତାହ ଶେଷ - କୌଣସି ଶୁଭକାମ ପାଇଁ ଅଧିକ ସମୟ ଦେବାକୁ ପଡିବ।


କନ୍ୟା : ସପ୍ତାହ ଆରମ୍ଭ- ବ୍ୟବସାୟୀଙ୍କୁ  ଲାଭ ହେଇପାରେ ।ସପ୍ତାହ ମଝି-ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିବ। ସପ୍ତାହ ଶେଷ - କୌଣସି ବଡ଼ ନିର୍ଣ୍ଣୟ ନେବାକୁ ଥିଲେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।

 

ତୁଳା : ସପ୍ତାହ ଆରମ୍ଭ- ଭାବିଥିବା କାମ ପୂର୍ଣ୍ଣ କରିବାର ସୁଯୋଗ ପାଇବେ ।ସପ୍ତାହ ମଝି-ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ସପ୍ତାହ ଶେଷ - ଜୀବନସାଥୀଙ୍କ ସହିତ ସମୟ ଭଲରେ ବିତିବ।


ବିଛା : ସପ୍ତାହ ଆରମ୍ଭ- ସମସ୍ୟା ଲାଗିରହିଲେ ମଧ୍ୟ ନିଜ ବୁଦ୍ଧିବିବେକ ବଳରେ ଏହାର ମୁକାବିଲା କରିପାରିବେ।  ସପ୍ତାହ ମଝି- କର୍ମକ୍ଷେତ୍ରରେ ଉନ୍ନତିର ସମ୍ଭାବନା ରହିଛି । ସପ୍ତାହ ଶେଷ - ଜୀବନସାଥୀଙ୍କ ସହିତ ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି।

 

ଧନୁ : ସପ୍ତାହ ଆରମ୍ଭ- ସମାଜରେ ସମ୍ମାନ ବଢିବା ହେତୁ ମନ ଭଲ ରହିବ। ସପ୍ତାହ ମଝି-ପରିବାରରେ ସମସ୍ୟା ଲାଗିରହିବ, ତେବେ ଏହାକୁ ଦୂର କରିପାରିବେ। ସପ୍ତାହ ଶେଷ - ସମସ୍ତ କର୍ମ ସହଜରେ ତ୍ବରାନିତ ହେବ।


ମକର : ସପ୍ତାହ ଆରମ୍ଭ- ଚାକିରିଆ ତଥା ବୁଦ୍ଧିଜୀବୀଙ୍କ ପାଇଁ ଭଲ ସମୟ । ସପ୍ତାହ ମଝି- ଆର୍ଥିକ ସମସ୍ୟା ନେଇ ବିରକ୍ତ ହେଇପାରନ୍ତି। ସପ୍ତାହ ଶେଷ - ମନୋରଞ୍ଜନ କାର୍ଯ୍ୟରେ ଯୋଗ ଦେଇ ଖୁସି ଅନୁଭବ କରିବେ।

 

କୁମ୍ଭ : ସପ୍ତାହ ଆରମ୍ଭ- ନୂତନ କାମ ବା ବ୍ୟବସାୟ ଆରମ୍ଭ କରିବା ପାଇଁ ଭଲ ସମୟ । ସପ୍ତାହ ମଝି-ସମୟ ଭଲ ରହିବା ପାଇଁ ମିଠା କଥା କୁହନ୍ତୁ। ସପ୍ତାହ ଶେଷ - ସହକର୍ମୀ ବା ଜୀବନସାଥୀଙ୍କ ଠାରୁ ସାହାଯ୍ୟ ପାଇବେ।

 

ମୀନ : ସପ୍ତାହ ଆରମ୍ଭ- ସମସ୍ୟା ହେଇପାରେ, ତେବେ ନିଜ ଲୋକଙ୍କ ସହଯୋଗ ମିଳିବ। ସପ୍ତାହ ମଝି-ପ୍ରେମଜୀବନ ଭଲରେ କଟିବ। ସପ୍ତାହ ଶେଷ - ପାରିବାରିକ ମନୋରଞ୍ଜନ ପାଇଁ ଖର୍ଚ୍ଚ କରିବେ ଓ ଉଲ୍ଲାସରେ ସମୟ ବିତିବ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon