ଫେସବୁକରେ ଆଧାର ଲିଙ୍କ : ସୁପ୍ରିମକୋର୍ଟ ଏଭଳି ରଖିଲେ ମତ

Tuesday, October 22, 2019

 (ବେତାର ବ୍ୟୁରୋ) ସାମାଜିକ ଗଣମାଧ୍ୟମରେ ବ୍ୟକ୍ତିଙ୍କ ଆଧାର କାର୍ଡ ନମ୍ବର ସଂଯୁକ୍ତ କରିବା ପାଇଁ ବିଭିନ୍ନ କେସର ଶୁଣାଣି ଏଣିକି ସୁପ୍ରିମ କୋର୍ଟରେ ହେବ । ଏ ନେଇ ମଙ୍ଗଳବାର ସର୍ବୋଚ୍ଚ ଅଦାଲତ ଏକ ନିର୍ଦ୍ଦେଶରେ କହିଛନ୍ତି ଯେ ଏ ସମ୍ବନ୍ଧୀୟ ସବୁ ମାମଲାର ଶୁଣାଣି କେବଳ ସୁପ୍ରିମକୋର୍ଟରେ ହେବ।

 

କଣ ଥିଲା ମାମଲା

ବିଗତ ଦିନମାନଙ୍କରେ ଫେସବୁକ,ଟ୍ଵିଟର ତଥା ହ୍ଵାଟସଅପ ପରି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଇଥିବା ଅନେକ ଫେକନ୍ୟୁଜ/ଗୁଜବ ଆଦିକୁ ନେଇ ହତ୍ୟାକାଣ୍ଡ ଓ ହିଂସାତ୍ମକ କାର୍ଯ୍ୟକଳାପ ହୋଇଥିବାରୁ ଏହିସବୁ ଆକାଉଣ୍ଟରେ ଆଧାର କାର୍ଡ ଲିଙ୍କ ହେଉ ବୋଲି ମତ ପ୍ରକାଶ ପାଇଥିଲା ଓ ଏ ନେଇ ଦେଶର ବିଭିନ୍ନ ସ୍ଥାନରେ କେସ ମଧ୍ୟ ଦାଏର କରାଯାଇଥିଲା ।

 

ଏହିପରି ଚାରୋଟି ମାମଲା ମୁମ୍ବାଇ, ଚେନ୍ନାଇ ତଥା ମଧ୍ୟପ୍ରଦେଶରେ ଦାଏର କରାଯାଇଥିଲା । ଏହା ଉପରେ ଆପତ୍ତି ଜଣାଇ ଫେସବୁକ କମ୍ପାନୀ ତରଫରୁ ଏହି ଭିନ୍ନ ଭିନ୍ନ ମାମଲାର ବିଚାର ଏକତ୍ର କରିବା ପାଇଁ ଏକ ପିଟିସନ ଦାଖଲ ହୋଇଥିଲା । ମଙ୍ଗଳବାର ସୁପ୍ରିମ କୋର୍ଟ ଏହି ପିଟିସନକୁ ଗ୍ରହଣ କରି ସମସ୍ତ ମାମଲାର ବିଚାର ଏଣିକି ଦେଶର ମୁଖ୍ୟ ଅଦାଲତରେ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

 

କେବେ ଆରମ୍ଭ ହେବ ଶୁଣାଣି

ସୋସିଆଲ ମିଡିଆ ଆକାଉଣ୍ଟରେ ଆଧାର କାର୍ଡ ଲିଙ୍କ ହେବ କି ନାହିଁ ସେ ନେଇ ନିଷ୍ପତ୍ତିର ବିଚାର ସୁପ୍ରିମକୋର୍ଟ ଆସନ୍ତାବର୍ଷ ଜାନୁୟାରୀ ଶେଷ ସପ୍ତାହରେ ଆରମ୍ଭ କରିବେ । ଏହା ପୂର୍ବରୁ କେନ୍ଦ୍ର ସରକାର ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ବା ଟୀକା/ଟିପ୍ପଣୀ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ନିୟମ ପ୍ରସ୍ତୁତ କରିବେ ବୋଲି ସୁପ୍ରିମ କୋର୍ଟକୁ ଜଣାଇଛନ୍ତି ।

 

ଜାନୁୟାରୀ ଦ୍ଵିତୀୟ ସପ୍ତାହ ସୁଦ୍ଧା ପ୍ରସ୍ତୁତ ହେବାକୁ ଥିବା ଏହି ନିୟମରେ ନାଗରିକଙ୍କ ମୌଳିକ ଅଧିକାରକୁ ଅକ୍ଷୁର୍ଣ୍ଣ ରଖି ଅପରାଧିତତ୍ତ୍ଵ ତଥା ହିଂସା ବାତାବରଣ ସୃଷ୍ଟିକରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କି କି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ସେ ନେଇ ନିୟମ ପ୍ରସ୍ତୁତ ହେବ ।

 

କାରଣ ସୋସିଆଲ ମିଡିଆ ଉପରେ ନିୟମ ଆଣୁଥିବାରୁ ବିଭିନ୍ନ ସାମାଜିକ ଗଣମାଧ୍ୟମ କମ୍ପାନୀ ଏହା ଉପରେ ଆପତ୍ତି ଜଣାଇ କହିଥିଲେ ଯେ ଏଭଳି ନିୟମ ନାଗରିକଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କରିବ ।

 

ଏହି ସବୁ ନିୟମର ତର୍ଜମା ପରେ ସୁପ୍ରିମକୋର୍ଟ ଅନ୍ତିମ ନିଷ୍ପତ୍ତି ନେବେ ।    

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon