ଘାସରେ ଖାଲିପାଦରେ ଚାଲିଲେ ମିଳିଥାଏ ଏହି 7 ଫାଇଦା

Wednesday, October 23, 2019

 (ବେତାର ବ୍ୟୁରୋ) ସକାଳଉ ଉଠି ବ୍ୟାୟମ କରିବା କିମ୍ବା କିଛି ନ ହେଲେ ଚଲାବୁଲା କରିବା ଏକ ଉତ୍ତମ ଅଭ୍ୟାସ । ଶରୀରକୁ ସତେଜ ଓ ଫୁର୍ତ୍ତିରେ ରଖିବା ପାଇଁ ଏହା ଜରୁରୀ । ତେବେ ଯେଉଁମାନେ ନିୟମିତ ପାର୍କରେ ଚଲାବୁଲା କରନ୍ତି ଓ ଖାଲି ପାଦରେ ଘାସରେ ଚାଲନ୍ତି ସେମାନେ ଅନେକ ସ୍ୱାସ୍ଥ୍ୟଗତ ସମସ୍ଯାରୁ ମଧ୍ୟ ଦୂରରେ ରହିଥାନ୍ତି ।

 

ବ୍ଲଡ଼ ପ୍ରେସର, ଚକ୍ଷୁଦୋଷ ଭଳି ଏଭଳି ଅନେକ ସମସ୍ୟା ରହିଛି ଯାହା ଘାସରେ ନିୟମିତ ଭାବେ ଖାଲି ପାଦରେ ଚାଲିଲେ ଆଦୌ ହେଇ ନ ଥାଏ କିମ୍ବା କମିଥାଏ । ଆସନ୍ତୁ ଜାଣିବା ସେ ସବୁ କଣ ।

 

-ଖାଲି ପାଦରେ ଘାସରେ ଚାଲିବା ଦ୍ଵାରା ଦୃଷ୍ଟିଶକ୍ତି ସ୍ଥିର ରହିଥାଏ । କାରଣ ପାଦରେ ଚକ୍ଷୁର ଏକ ସ୍ନାୟୁ ରହିଛି , ଯାହା ପାଦର ଚାପ ଫଳରେ କ୍ରିଯାଶୀଳ ହୋଇଥାଏ ଓ ଆଖିକୁ ସୁସ୍ଥ ରଖିଥାଏ ।

 

-ଗବେଷଣାରୁ ପ୍ରମାଣିତ ହେଇଛି ଯେ ଖାଲି ପାଦରେ ଅତି କମରେ 10 ମିନିଟ ଘାସରେ ଚଲାବୁଲା କଲେ ଶରୀରରେ ଏଣ୍ଡୋରଫିନ ନାମକ ହରମୋନ କ୍ଷରିତ ହୋଇଥାଏ ଯାହା ମାନସିକ ଚାପକୁ 62% କମାଇଥାଏ ।   

-ଶୀତଦିନେ ଖାଲି ପାଦରେ ସକାଳେ ଘାସ ଉପରେ ଚାଲିଲେ ଶରୀରର ତାପମାତ୍ରା ନିୟନ୍ତ୍ରଣରେ ରହିଥାଏ। ଏହାଦ୍ୱାରା ଥଣ୍ଡା ସର୍ଦ୍ଦି ଭଳି ସମସ୍ୟା ସହଜରେ ଦୂରେଇ ଯାଇଥାଏ।
 

-ଖାଲି ପାଦରେ ଘାସରେ ଚାଲିଲେ ଏହା ଆକ୍ୟୁପ୍ରେସର ଭଳି କାମ ଦେଇଥାଏ। ହାତ ଗୋଡ ସହ ଶରୀରର ସମସ୍ତ ଶିରା ପ୍ରଶିରା ଯୋଡି ହୋଇଥିବାରୁ ଚାଲିବା ବେଳେ ପାଦରେ ଚାପ ପଡିଥାଏ। ଫଳରେ ରକ୍ତ ସଞ୍ଚାଳନ ଠିକ୍‌ ହେବା ସହ ହୃଦ୍‌ଘାତ ହେବାର ଆଶଙ୍କା କମିଥାଏ। ଏପରିକି ହାର୍ଟରେ ବ୍ଲକେଜ୍‌ ହେବା ସମସ୍ୟା ମଧ୍ୟ ଦୂରେଇ ଯାଇଥାଏ।
 

-ଏହାଦ୍ୱାରା ମାଂସପେଶୀ ସକ୍ରିୟ ହେବା ସହିତ ଏହାସହ ଜଡିତ ସମସ୍ତ ସମସ୍ୟାର ସମାଧାନ ହୋଇଥାଏ।
 

-ଯେଉଁମାନେ ନିୟମିତ ଖାଲି ପାଦରେ ସବୁଜ ଘାସ ଉପରେ ଚାଲୁଛନ୍ତି ସେମାନଙ୍କ ନିକଟରେ ଚିନ୍ତା, ନିଦ୍ରାହୀନତା, ଆଥର୍‌ରାଇଟିସ୍‌, ଆଜ୍‌ମା ଏବଂ ଅଷ୍ଟିଓପୋରୋସିସ୍‌ ଭଳି ସମସ୍ୟା ଦେଖାଦେଇ ନ ଥାଏ।
 

-ନିୟମିତ ଘାସ ଉପରେ ଚାଲିଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon