ବିସିସିଆଇ : ଭାରତୀୟ କ୍ରିକେଟ ପାଇଁ ରାସ୍ତା ପ୍ରସ୍ତୁତ, ଏହି ଖେଳାଳୀ ଧୋନୀଙ୍କ ଉତ୍ତରାଧିକାରୀ

Friday, October 25, 2019

(ବେତାର ବ୍ୟୁରୋ) ଆସନ୍ତା ନଭେମ୍ବର ମାସରୁ ଭାରତରେ ଖେଳା ହେବାକୁ ଥିବା ବଙ୍ଗଳାଦେଶ ବିପକ୍ଷରେ ଟି20 ସିରିଜରୁ ବିରାଟ କୋହଲି ତଥା ମହେନ୍ଦ୍ର ସିଂ ଧୋନୀ ବାଦ ପଡିଛନ୍ତି । ଏ ନେଇ ଗୁରୁବାର ବିସିସିଆଇ ଖେଳାଳି ତାଲିକା ଘୋଷଣା କରିବା ପରେ ଚୟନକର୍ତ୍ତା ଏ ବିଷୟରେ ମୁହଁ ଖୋଲିଛନ୍ତି ।

 

କ୍ରୀଡା ସାମ୍ବାଦିକଙ୍କ ସହିତ ବାର୍ତ୍ତାଳାପ ଅବସରରେ ମୁଖ୍ୟ ଚୟନକର୍ତ୍ତା ଶୁକ୍ରବାର କହିଥିଲେ କି “ଏବେ ଆମର ନଜର ରିଷଭ ପନ୍ଥଙ୍କ ଉପରେ ରହିଛି । ଏହାବାଦ ସଞ୍ଜୁ ସମସନ ମଧ୍ୟ ପଦାର୍ପଣ କରିବେ । ମୋ ମତରେ ଆପଣnku ଆମର ଟି20 କ୍ରିକେଟକୁ ନେଇ ଭବିଷ୍ୟତରେ ଥିବା ଯୋଜନା ସମ୍ପର୍କରେ ଆଭାସ ମିଳିସାରିଥିବା ।

 

ଏହାପରେ ଧୋନୀଙ୍କସମ୍ପର୍କରେ ସେ କହିଥିଲେ ଯେ “ ଋଷଭ ପନ୍ଥ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରକୃତ ଉତ୍ତରାଧିକାରୀ । ଆମେ ଏବେ ପନ୍ଥଙ୍କ ଉପରେ ଧ୍ୟାନ ଦେବାକୁ ଚାହୁଁଛୁ । “

 

ଆସନ୍ତା ଟି20 ସିରିଜରୁ କୋହଲି ବାଦ ପଡିଥିଲେ ମଧ୍ୟ ବଙ୍ଗଳାଦେଶ ବିପକ୍ଷ ଟେଷ୍ଟ ସିରିଜରେ ସେ କ୍ୟାପଟେନ ରହିବେ ।   

 

ଆଗକୁ ରାସ୍ତା ପ୍ରସ୍ତୁତ

ଭବିଷ୍ୟତରେ ଭାରତୀୟ କ୍ରିକେଟର ଚେହେରାରେ କିଏ କିଏ ସାମିଲ ହେବେ ଏ ନେଇ ବିସିସିଆଇ ଯୋଜନା ପ୍ରସ୍ତୁତ କରିସାରିଛି ।  ଭବିଷ୍ୟତର ଟିମରେ ଧୋନୀ ରହିବେ କି ନା ସେ ବିଷୟରେ ସ୍ପଷ୍ଟ ଭାବେ କିଛି କହି ନ ଥିଲେ ମଧ୍ୟ ଇଶାରାରେ ଜଣାଇଦେବାକୁ ଚାହିଁଛନ୍ତି ।

 

ମୁଖ୍ୟ ଚୟନକର୍ତ୍ତା ଏମ ଏସ କେ ପ୍ରସାଦ କହିଛନ୍ତି,” ଧୋନୀ ଆଗକୁ ଘରୋଇ କ୍ରିକେଟ ଖେଳିବେ କି ସନ୍ୟାସ ନେବେ ତାହା ତାଙ୍କ ଇଛା ଉପରେ ନିର୍ଭର କରେ । ତେବେ ଆମର ଭବିଷ୍ୟତ ପାଈଁ ରାସ୍ତା ତିଆରି ସରିଛି । “

 

ସୂଚନାଯୋଗ୍ୟ ଯେ ଧୋନୀଙ୍କ ଭବିଷ୍ୟତ ଉପରେ ବିସିସିଆଇ ଚେୟାରମ୍ୟାନ ଗାଙ୍ଗୁଲୀ, ମୁଖ୍ୟ ସମ୍ପାଦକ ଜୟ ଶାହଙ୍କ ସହିତ ରୋହିତ ଶର୍ମା, ବିରାଟ କୋହଲି ଓ ଚୟନ କର୍ତ୍ତା ସମିତିର ଅଲଗା ଏକ ବୈଠକ ବସିଥିଲା । ଏଥିରେ କୋଚ ରବି ଶାସ୍ତ୍ରୀଙ୍କୁ ସାମିଲ କରାଯାଇ ନ ଥିଲା ।      

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon