ପୂଜାପର୍ବର ଅତିରିକ୍ତ ଖର୍ଚ୍ଚ ଉଠାଇବା ପାଇଁ ଜାଣି ରଖନ୍ତୁ  ଏହି 5 ଟିପ୍ସ

Saturday, October 26, 2019

 

(ବେତାର ବ୍ୟୁରୋ) ଦୀପାବଳୀର ଦୁଇଦିନ ଆଗରୁ ପଡୁଥିବା ଧନତେରସ (ଚଳିତ ବର୍ଷ ତିଥି ହିସାବରେ ଉଭୟ ଶୁକ୍ରବାର ଓ ଶନିବାର) ପର୍ବରେ ମୂଲ୍ୟବାନ ବସ୍ତୁ କିଣିବାର ବିଧି ରହିଛି। ତେବେ ଏହା ଏଥିପାଇଁ ଯେ ଦୀପାବଳି ଦିନ ଭାରତର କେତେକ ଅଂଚଳରେ ଲକ୍ଷ୍ମୀପୂଜା ଅନୁଷ୍ଠିତ ହୁଏ ଓ ବ୍ୟବସାୟୀଙ୍କ ଖାତା ପୂଜା ମଧ୍ୟ ହୁଏ।

ଧନତେରସରେ ମୂଲ୍ୟବାନ ସାମଗ୍ରୀ କିଣିବା ସହିତ ଆଗାମୀ ବର୍ଷ (ଚଳିତ ଦୀପାବଳୀରୁ ଆଗାମୀ ଦୀପାବଳୀ) କିପରି ଧନର ଅଭାବ ନ ଆସିବ ଓ ଆନନ୍ଦ ଉଲ୍ଲାସର ପର୍ବ ପାଳିହେବ ସେ ବିଷୟରେ ମଧ୍ୟ ଧ୍ୟାନ ଦେବା ଜରୁରୀ।

ସେଥିପାଇଁ ଆସନ୍ତୁ ଜାଣିବା ନିଜ ଆର୍ଥିକ ସ୍ଥିତି ସଜାଡ଼ିବା ପାଇଁ କିଛି ଟିପ୍ସ।

1) ଆମ ଭାରତୀୟ ସଂସ୍କୃତିର କିଛି ନା କିଛି ପର୍ବ ବା ପୂଜା ସବୁବେଳେ ଲାଗି ରହିଥାଏ ଓ ସେଥିପାଇଁ ହେଉଥିବା ବ୍ୟୟ ପାଇଁ ବେଳେବେଳେ ସୀମିତ ଆୟ ସ୍ଥିତି ଦୋହଳିଥାଏ। ଏଣୁ ଏହିସବୁ ପରିସ୍ଥିତିର ମୁକାବିଲା ପାଇଁ ଏବେଠାରୁ କେଉଁ ପୂଜାଉତ୍ସବରେ କେତେ ଖର୍ଚ୍ଚ କରିବେ ତାହାର ଏକ ତାଲିକା ପାଞ୍ଜି ଦେଖି ବା ନିଜ ଅଭିଜ୍ଞତା ଅନୁସାରେ ପ୍ରସ୍ତୁତ କରନ୍ତୁ।

2)ଏସବୁ ତାଲିକା ପ୍ରସ୍ତୁତ କରିବା ସମୟରେ ପୂର୍ବବର୍ଷ ଆପଣଙ୍କ ପ୍ରିୟ ପୂଜାରେ କେତେ ଟଙ୍କା ଖର୍ଚ୍ଚ କରିଥିଲେ ମନେ ପକାନ୍ତୁ। ପୂଜାରେ ଅଧିକା ଖର୍ଚ୍ଚ ହେଇ ନ ଥିଲା ତ ଯାହା ଫଳରେ ପୂଜା ପର ମାସରେ ଅସୁବିଧା ହୋଇଥିବ। ଯଦି ଅଧିକ ଖର୍ଚ୍ଚ ହୋଇଥିବ ତେବେ କେଉଁ ଦିଗରେ ଖର୍ଚ୍ଚ କମାଇ ହେବ ତାହା ଉପରେ ବିଚାର କରନ୍ତୁ ଓ ତାଲିକା ପ୍ରସ୍ତୁତ କରନ୍ତୁ।

3) ଆଗାମୀ ବର୍ଷ ବା ଛଅମାସ ପାଇଁ ଖର୍ଚ୍ଚ ତାଲିକା ପ୍ରସ୍ତୁତ କରି ସମୁଦାୟ ଖର୍ଚ୍ଚ ଆକଳନ କରନ୍ତୁ। ଯଦି ମୋଟ ଖର୍ଚ୍ଚ 5000 ଟଙ୍କା ହୁଏ, ତେବେ ଏବେଠୁ ସେହି ଖର୍ଚ୍ଚ ପାଇଁ ମାସିକ କିଛି ଟଙ୍କା କିସ୍ତି ଆକାରରେ (ଯଥା 500 ଟଙ୍କା) ନିଜ ବିଶ୍ବସ୍ତ ବନ୍ଧୁ/ଚିହ୍ନା ଦୋକାନୀ/ଅଫିସ ସହକର୍ମୀଙ୍କ ପାଖରେ ବା ଏପରି ବ୍ୟକ୍ତି ନିକଟରେ ଜମା ରଖନ୍ତୁ ଯେପରି ପର୍ବପର୍ବାଣି ସମୟରେ ଆପଣଙ୍କ ଜମାରାଶି ଆଣି ଖର୍ଚ୍ଚ କରି ହେଉଥିବ। ନିଜ ପାଖରେ ରଖିଲେ ଖର୍ଚ୍ଚ ହେବାର ଆଶଙ୍କା ଥାଏ।

4) ଏବେଠାରୁ ନିଜ କରଜ ଶୁଝିବା ବିଷୟରେ ଚିନ୍ତା କରନ୍ତୁ। ଯଦି ସୁଧରେ କରଜ ଆଣିଛନ୍ତି, ତେବେ କେବଳ ସୁଧ ସୁଝିଦେଲେ ହେବ ନାହିଁ କାରଣ ଦିନେ ନା ଦିନେ ଏହାକୁ ସୁଝିବାକୁ ପଡିବ। ଏଣୁ ସୁଧରେ ଆଣିଥିବା କରଜ ଶୀଘ୍ର ଶୁଝିବା ବାଟ କାଢ଼ନ୍ତୁ। ଏକ ସାଙ୍ଗରେ ନ ଦେଇ ପାରିଲେ କିସ୍ତି ରେ ଦେବା ଭଳି ବ୍ୟବସ୍ଥା କରନ୍ତୁ।

5) ଯଦି ବ୍ୟାଙ୍କରୁ ଚଢା ସୁଧରେ ପର୍ସନାଲ ଲୋନ କିମ୍ବା କ୍ରେଡିଟ କାର୍ଡ଼ରେ ବେଶୀ ସୁଧ ଗଣିବାକୁ ପଡୁଛି, ତେବେ କମ ସୁଧହାରରେ ମିଳୁଥିବା ଫାଇନାନ୍ସ ଯଥା ସୁନା ବନ୍ଧକ ସୁଧ, ବ୍ୟାଙ୍କ ଜମା, ଜୀବନ ବୀମା ବଦଳରେ ସୁଧ ନେଇପାରିବେ। ଯେତେ ଶୀଘ୍ର କରଜ ବୋଝରୁ ମୁକ୍ତ ହୁଅନ୍ତୁ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon