ପ୍ରଥମ ଦିବାରାତ୍ର ଟେଷ୍ଟ ପାଇଁ ଦଶ ଦିନରେ ପିଙ୍କ୍ ବଲ୍‌ ତିଆରି କରିବ ଏହି କମ୍ପାନୀ

Wednesday, October 30, 2019

(ବେତାର ବ୍ୟୁରୋ) ଇଡେନ ଗାର୍ଡେନ୍ସରେ ଖେଳା ହେବାକୁ ଥିବା  ଦିବାରାତ୍ର ଟେଷ୍ଟ ମ୍ୟାଚ ପୂର୍ବରୁ ଉଭୟ ଭାରତ ଓ ବଙ୍ଗଳାଦେଶ ଟିମ ପ୍ରାକ୍ଟିସ କରିବା ପାଇଁ ପିଙ୍କ୍  ରଙ୍ଗର ବଲ୍‌ ତିଆରି କରିବାକୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ SG କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି ।

 

ଶୀଘ୍ର ବଲ୍‌ ପ୍ରସ୍ତୁତ କରି ଯେପରି ବିସିସିଆଇକୁ ଏହା ହସ୍ତାନ୍ତରିତ ହୁଏ ସେଥିପାଇଁ ବୋର୍ଡ ରତଫରୁ ଏକ କମିଟି ଗଠନ କରାଯାଇଛି , ଯାହା SG କମ୍ପାନୀ ସହିତ ତାଳମେଳ ରଖି ବଲ୍‌ ଯୋଗାଣ ବ୍ୟବସ୍ଥା ତଦାରଖ କରିବ ।

 

ବୋର୍ଡର ନିଷ୍ପତ୍ତି ଅନୁଯାୟୀ ଦୁଇସିରିଜ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ  ପିଙ୍କ୍  ବଲ୍‌ର ବ୍ୟବହାର ହେବ । ଏହି ବଲ୍‌ ପାରମ୍ପରିକ ନାଲି ରଙ୍ଗର ବଲ୍‌ ତୁଳନାରେ ଶୀଘ୍ର ନଷ୍ଟ ହେଉଥିଲେ ହେଁ ରାତ୍ରିରେ ଏହା ଭଲ ଭାବେ ଦିଶିଥାଏ । ଦେଶର ପ୍ରମୁଖ କ୍ରିକେଟ ଉତ୍ପାଦ ନିର୍ମାଣ କାରୀ ସଂସ୍ଥା SG ବିସିସିଆଇ ପାଇଁ ପ୍ରସ୍ତୁତ କରିବ ।  

 

କଲିକତାର ଇଡେନ୍‌ ଗାର୍ଡେନସରେ ଘରୋଇ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ୨ୟ ଟେଷ୍ଟମ୍ୟାଚ୍‌ ଦିବାରାତ୍ର ହେବ। ଏହି ମ୍ୟାଚ୍ ନଭେମ୍ବର ୨୨ରୁ ୨୬ ପର୍ଯ୍ୟନ୍ତ ଖେଳାଯିବ। ଫ୍ଲଡ୍‌ଲାଇଟ୍‌ ଓ ଗୋଲାପୀ ବଲ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଦର୍ଶକ ଯେପରି ଭରପୂର ଉପସ୍ଥିତ ରହନ୍ତି; ତା’ର ପ୍ରସ୍ତୁତି ଆୟୋଜକ କ୍ରିକେଟ ଆସୋସିଏସନ୍ ଅଫ୍ ବେଙ୍ଗଲ୍‌ (ସିଏବି) ଆରମ୍ଭ କରିଦେଇଛି।

 

କାକର ସମସ୍ୟା

ପୁବରରୁ ଦୁଲିପ ଟ୍ରଫି କମିଟିରେ ସୌରଭ ଗାଙ୍ଗୁଲୀ ଉପଦେଷ୍ଟା ଥିବା ସମୟରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳର ଯୋଜନା ପ୍ରଚଳନ କରିଥିଲେ । ତେବେ ଏଥିରେ କାକର ସମସ୍ୟା ଦେଖାଦେଇଥିଲା ।

ତେବେ ବିସିସିଆଇ ତରଫରୁ କୁହାଯାଇଛି ଯେ କାକର ସମସ୍ୟାର ମୁକାବିଲା ପାଇଁ ସ୍ଵତନ୍ତ୍ର ସ୍ପ୍ରେ’ ର ବ୍ୟବହାର କରାହେବ, ଯାହା କାକର ଯୋଗୁଁ ହେଉଥିବା ବୋଲିଂରେ ଅସୁବିଧା ସୃଷ୍ଟି କରିବ ନାହିଁ ।  

 

ଏହାଛଡା ସାଧାରଣତଃ ଦିବାରାତ୍ର ଟେଷ୍ଟମ୍ୟାଚ୍ ସ୍ବାଭାବିକ ଭାବେ ଅପରାହ୍‌ଣ ୨.୩୦ରୁ ଆରମ୍ଭହେବା କଥା। ତେବେ ଦର୍ଶକଙ୍କ ସୁବିଧାକୁ ନଜରରେ ରଖି ମ୍ୟାଚ୍ ଅପରାହ୍‌ଣ ୧.୩୦ରୁ ଆରମ୍ଭ ହେବ ବୋଲି ସିଏବିର ସମ୍ପାଦକ ଅଭିଷେକ ଡାଲମିୟା କହିଛନ୍ତି। ଫଳରେ ମ୍ୟାଚ୍‌ରେ କାକରର ପ୍ରଭାବ କମ୍ ରହିବ।

 

ଶସ୍ତା ଟିକେଟ

ପୁଣି ଏହି ଟେଷ୍ଟମ୍ୟାଚ୍ ପାଇଁ ଟିକଟ ଦର କମ୍ ରଖିବାକୁ ମଧ୍ୟ ସିଏବି ନିଷ୍ପତ୍ତି ନେଇଛି। ବିଭିନ୍ନ ଗ୍ୟାଲେରୀ ପାଇଁ ଟିକଟର ଦଳ ୫୦, ୧୦୦ ଓ ୧୫୦ ଟଙ୍କା ରଖିବାକୁ ସିଏବି ନିଷ୍ପତ୍ତି ନେଇଛି। ପାରମ୍ପରିକ ଟେଷ୍ଟମ୍ୟାଚ୍ ଅପେକ୍ଷା ଦିବାରାତ୍ର ଟେଷ୍ଟମ୍ୟାଚ୍ ହୋଇଥିବାରୁ ଏଥିରେ ଅଧିକ ଦର୍ଶକ ଉପସ୍ଥିତ ହେବେ ବୋଲି ସିଏବି ଆଶାରଖିଛି।

 

ତେ‌ବେ ଶକ୍ତିଶାଳୀ ଭାରତୀୟ ଦଳର ମୁକାବିଲା କ’ଣ ବାଂଲାଦେଶ କରିପାରିବ? ମ୍ୟାଚ୍ କ’ଣ ୫ମ ଦିନ ପର୍ଯ୍ୟନ୍ତ ଯିବ; ତାହା ପୁଣି ସାକିବ୍ ଅଲ୍‌ ହାସନ୍‌ଙ୍କ ଅନୁପସ୍ଥିତିରେ। ଏହି ପ୍ରଶ୍ନ ଯୋଗୁଁ ହୁଏତ ଅନେକ ଦର୍ଶକ ଆସି ନ ପାରନ୍ତି ବୋଲି କିଛି ସମୀକ୍ଷକ ସୋସିଆଲ ମିଡିଆରେ ମତବ୍ୟକ୍ତ କରିଛନ୍ତି ।  

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon