ଜିଓ ପ୍ରଭାବ : ଏଣିକି କଲ୍ ପିଛା 6 ପଇସା ଫେରାଇବ ଏହି ଟେଲିକମ କମ୍ପାନୀ

Friday, November 1, 2019

(ବେତାର ବ୍ୟୁରୋ) ନିକଟରେ ଜିଓ କମ୍ପାନୀ ଅନ୍ୟ କମ୍ପାନୀକୁ କଲ୍ କଲେ ମିନିଟ ପିଛା 6 ପଇସା ଗ୍ରାହକଙ୍କୁ ଦେବାକୁ ପଡିବ ବୋଲି ଘୋଷଣା କରିଥିବା ବେଳେ କିଛି ଗ୍ରାହକ ଏହି ବ୍ୟବସ୍ଥାପ୍ର ତି ଅସନ୍ତୋଷ ପ୍ରକାଶ କରିଛନ୍ତି । କାରଣ ଜିଓ ଆରମ୍ଭରୁ ଘୋଷଣା କରିଥିଲା ଯେ ଏହାର ଗ୍ରାହକମାନଙ୍କୁ କଲ୍ ପିଛା କୌଣସି ଦେୟ ଦେବାକୁ ପଡିବ ନାହିଁ । 


ଜିଓର ଏହି ଘୋଷଣାରେ ଗ୍ରାହକମାନେ ଅସନ୍ତୁଷ୍ଟ ଥିବା ବେଳେ ନୂଆ ଗ୍ରାହକ ନେବାପାଇଁ ଅଣ୍ଟା ଭିଡିଛି ଋଣଗ୍ରସ୍ତ ହେଇଥିବା ବିଏସଏନଏଲ କମ୍ପାନୀ । ଏହି କମ୍ପାନୀର ଘୋଷଣା ମୁତାବକ ଏଣିକି ଏହାର ଗ୍ରାହକ ମାନଙ୍କୁ କଲ୍ ପିଛା 6 ପଇସା ମିଳିବ । 


କ୍ୟାଶ ବ୍ୟାକ ଅଫର

BSNL ର ଏହି କ୍ୟାଶ ବ୍ୟାକ ଅଫର କେବଳ ଏହାର ଲ୍ୟାଣ୍ଡଲାଇନ ଓ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ପାଇଁ ଲାଗୁହେବ । ତେବେ ଗ୍ରାହକ ଲ୍ୟାଣ୍ଡଲାଇନରୁ ଯେ କୌଣସି ମୋବାଇଲକୁ ଅଥବା ଲ୍ୟାଣ୍ଡ ଲାଇନକୁ କଲ୍ କରିପାରିବେ । ଅବଶ୍ୟ ଏଥିପାଇଁ କିଛି ସର୍ତ୍ତ କମ୍ପାନୀ ପକ୍ଷରୁ ରଖାଯାଇଛି । 


ପ୍ରଥମ ସର୍ତ୍ତ ହେଲା ଏହି 6 ପଇସା କ୍ୟାଶ ବ୍ୟାକ ଅଫର କେବଳ କଲ୍ ପିଛା ମିଳିବ । ଅର୍ଥାତ ଗୋଟିଏ କଲ୍ ପାଇଁ 6 ପଇସା ମିଳିବ । ପୁନଶ୍ଚ ଏହି କଲ୍ 5 ମିନିଟରୁ ଅଧିକ ବ୍ୟବଧାନର ହେଇଥିବା ଆବଶ୍ୟକ । 
ସେହିଭଳି ସର୍ବାଧିକ ଜଣେ ଗ୍ରାହକ 50 ଟଙ୍କାର କ୍ୟାଶ ବ୍ୟାକ ପାଇପାରିବ। ଏହି ପଇସା ସେମାନଙ୍କ ମାସିକ ବିଲରୁ ଡିଶକାଉଣ୍ଟ ଆକାରରେ ମିଳିବ । 


ଏହି ଅଫର ଚଳିତ ନଭେମ୍ବର 1 ରୁ ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ବୈଧ ଅଟେ ।
 

ବିଏସଏନଏଲ

ଏହି ସରକାରୀ କମ୍ପାନୀ ନିକଟରେ ଦେବାଳିଆ ସ୍ଥିତିରେ ପହଞ୍ଚିଥିବା ବେଳେ ନିକଟରେ ନିଜର 4ଜି ନେଟୱର୍କ ଆରମ୍ଭ କରିଛି । ଏହାର ଲ୍ୟାଣ୍ଡଲାଇନ 429 ପ୍ଳାନରେ ଦୈନିକ 1.5 GB ଡାଟା ପ୍ରତିଦିନ ମିଳିବ ଯାହାର ବୈଧତା 81 ଦିନ ଅଟେ । 
           

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon