ବହଳିଆ ଦାଢି ରଖିବାକୁ ଇଚ୍ଛୁକ ! ଭୋଜନରେ ସାମିଲ କରନ୍ତୁ ଏହି  5 ଖାଦ୍ୟ

Saturday, November 2, 2019

 

(ବେତାର ବ୍ୟୁରୋ) ଜଣେ ନାରୀ ପକ୍ଷରେ ସୁନ୍ଦର ଓ ଆଧୁନିକ ପୋଷାକ ତଥା ଗହଣା ଯେପରି ଜରୁରୀ , ସେହିପରି ଜଣେ ପୁରୁଷ ମୁହଁରେ ଦାଢି ପୁରୁଷତ୍ଵକୁ ଆକର୍ଷଣୀୟ କରିଥାଏ । ଆଉ ଯଦି ବହଳିଆ ଦାଢି ଭଲ ଭାବେ ଟ୍ରିମ ହେଇଥାଏ ତେବେ ତାହା ଏକ ଟ୍ରେଣ୍ଡି ଲୁକ୍ ଦେଇଥାଏ ଓ ପାର୍ଟି ହେଉ ବା ଉତ୍ସବ, ସବୁଜାଗାରେ ଆପଣଙ୍କ ବ୍ୟକ୍ତିତ୍ବକୁ ସ୍ପଷ୍ଟ ଭାବେ ଦେଖାଇବାରେ ସାହାଯ୍ୟ କରିଥାଏ ।  

 

ତେବେ ହରମୋନର ମାତ୍ରା କମ ବବେଶୀ ହେଉ ବା ବଂଶଗତ ପ୍ରଭାବ , କିଛି ପୁରୁଷଙ୍କ କ୍ଷେତ୍ରରେ ବହଳିଆ ଦାଢି ଦେଖା ଯାଇ ନ ଥାଏ । ଏହି କ୍ଷେତ୍ରରେ ଏପରି କିଛି ଖାଦ୍ୟ ଅଛି ଯାହାକୁ ସେମାନେ ନିତ୍ୟ ଭୋଜନରେ ସାମିଲ କରାଇ ଦାଢି ବଢାଇ ପାରିବେ । ଯଦିଓ ଜିନ ଗତ ତ୍ରୁଟି  ଥିଲେ ଦାଢି ଅଧିକ ବହଳିଆ ହେଇ ନ ପାରେ , ତେବେ ଏହିସବୁ ଖାଦ୍ୟ ଶରୀରରେ ଲୋମ ବୃଦ୍ଧି ହରମୋନ ବଢାଉଥିବାରୁ ଏହାର ଫାଇଦା ମିଳିବ ।

 

ଆସନ୍ତୁ ଜାଣିବା କଣ କଣ ଖାଦ୍ୟ ଦାଢି ବଢାଇବା ପାଇଁ ଖାଇବା ଦରକାର ।

 

ଶାଗ 

ସବୁଜ ପନିପରିବା ଓ ଶାଗରେ ପ୍ରଚୁର ପରିମାଣରେ ଭିଟାମିନ E ରହୁଥିବାରୁ ଏହା ଦାଢି ବଢାଇବାରେ ସାହାଯ୍ୟ କରିଥାଏ । ଏହାଛଡା ଭିଟାମିନ E ମୁଖର ଦାଢିକୁ ନରମ କରିବା ସହିତ ମୁଖକୁ ରକ୍ତ ପ୍ରବାହ ବଢାଇଥାଏ । ଏହା ଫଳରେ ଦାଢିକୁ ନିଜ ଅନୁସାରେ ଟ୍ରିମ କରାଇ ଆକର୍ଷଣୀୟ ଆକାର ଦିଆଯାଇପାରିଥାଏ । ଏଣୁ ଖାଦ୍ୟରେ ନିୟମିତ ଭାବେ ସବୁଜ ପନିପରିବା ଓ ଶାଗ ଯଥା ସଜନା, କୋଶଳା , ଲେଉଟିଆ ଇତ୍ୟାଦି ସାମିଲ କରିବା ନିହାତି ଆବଶ୍ୟକ ।

 

ମାଛ

ତେଲ ଯୁକ୍ତ ମାଛରେ ଥିବା ଓମେଗା ଏସିଡ 3 ଫ୍ୟାଟି ଏସିଡ ଶରୀରରେ ପ୍ରୋଟିନ  ବୃଦ୍ଧିରେ ସହାୟକ ହେଇଥାଏ ଓ ଏହା ଦାଢି ବୃଦ୍ଧିର ଏକ କାରକ  । ଏଣୁ ଚର୍ବି ଯୁକ୍ତ ମାଛ ଯଥା ଇଲିଶି, ରୋହି , ଭକୁଡ ମାଛ ଇତ୍ୟାଦି ନିୟମିତ ଭାବେରେ ଭୋଜନରେ ସାମିଲ ହେବା ଉଚିତ ।

 

ଅଣ୍ଡା

Pic: lit_Lingaraj/Instagram

 

ଶରୀରରେ କେଶ ବୃଦ୍ଧି ପାଇଁ ପ୍ରୋଟିନ ସହିତ ଅନ୍ୟ ଏକ ଉପାଦାନ ଆବଶ୍ୟକ ଯାହା ହେଉଛି ବାୟୋଟିନ । ଏହି ଉପାଦାନ ଅଣ୍ଡାରେ ପ୍ରଚୁର ପରିମାଣରେ ମହଜୁଦ ଥାଏ । ବିଭିନ୍ନ ଅଧ୍ୟୟନରୁ ଏହା ପ୍ରାମାଣିକ ହେଇସାରିଛି ଯେ କେବଳ ପ୍ରୋଟିନ ଖାଉଥିଲେ ଓ ଭୋଜନରେ ବାୟୋଟିନ ସାମିଲ ନ ଥିଲେ ଦାଢି ଦୁର୍ବଳ ହେଇଥାଏ । ଏଥିପାଇଁ ନିୟମିତ ବା ଦୈନିକ ଅଣ୍ଡାର ସେବନ ଜରୁରୀ ।

 

କମଳା ଜୁସ

ଭିଟାମିନ C ଯଦିଓ ସିଧାସଳଖ କେଶ ବୃଦ୍ଧିରେ ସହାୟକ ହେଇ ନ ଥାଏ , ତେବେ ଏହା ଶରୀରରେ ସେବମରେ ମାତ୍ରା ବଢାଇଥାଏ , ଯାହା ମନୁଷ୍ୟ ଚର୍ମରେ ପ୍ରକୃତିକ ତୈଳ ସୃଷ୍ଟି କରିଥାଏ । ଏହି ତୈଳ କେଶକୁ ନରମ ଓ ମଜବୁତ ରଖିବାରେ ସହାୟକ ହେଇଥାଏ । କମଳା ଜୁସରେ ସର୍ବାଧିକ ପରିମାଣର ଭିଟାମିନ C ଥାଏ । ତେବେ ସବୁବେଳେ ଏହା ନ ମିଳିଲେ 2-3 ଟି ଲେମ୍ବୁ ପାଣି ବା ମୌସମ୍ବି ରସ ଇତ୍ୟାଦି ମଧ୍ୟ ପିଇ ପାରିବେ  । 

 

କିସମିସ

କିସମିସରେ ବୋରନ୍ ର ପ୍ରାକୃତିକ ତତ୍ତ୍ଵ ମହଜୁଦ ରହିଥାଏ ଯାହା କେଶ ବୃଦ୍ଧିରେ ସିଧାସଳଖ ନ ହେଲେ ମଧ୍ୟ ଏହାକୁ ତ୍ୱରାନ୍ୱିତ କରିଥାଏ ।  ଏଣୁ କିସମିସକୁ ରାତି ସାରା ପାଣିରେ ଭିଜାଇ ହେଉ ବା ମୁଢି ମିକଶଚର କିମ୍ବା ଚୂଡା ସହିତ ଜଳଖିଆରେ ନେବାକୁ ଭୁଲନ୍ତୁ ନାହିଁ ।     

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon