ଧନୁ ରାଶିରେ ବୃହସ୍ପତି ଚଳନ : ଜାଣନ୍ତୁ କିପରି ପଡିବ ପ୍ରଭାବ

Tuesday, November 5, 2019

(ବେତାର ବ୍ୟୁରୋ)  ବିଛା ରାଶିରେ ଗୁରୁ ବୃହସ୍ପତିଙ୍କ ଗତି ଶେଷ ହୋଇଛି । ଜ୍ୟୋତିଷିୟ ଗଣନା ଅନୁସାରେ ବୃହସ୍ପତି ଗ୍ରହ ନଭେମ୍ବର 5 ତାରିଖ ସକାଳ 6.42 (ଭାରତୀୟ ସମୟ) ରେ ବିଛା ରାଶି ପରିତ୍ୟାଗ କରି ନିଜ ରାଶି ଧନୁରେ ପ୍ରବେଶ କରିବେ। 


ବୃହସ୍ପତି ଗ୍ରହ ସାଧାରଣତଃ ଗୋଟିଏ ରାଶିରେ ଏକ ବର୍ଷ ରହିଥାଏ। ତେବେ ଚଳିତ ଚଳନରେ ବୃହସ୍ପତି ଏକ ବର୍ଷ ସମୟସୀମା ଦୁଇଟି ରାଶି (ଧନୁ- ନଭେମ୍ବର 2019, ମକର ଜୁଲାଇ 2020) ରେ ପ୍ରବେଶ କରୁଥିବାରୁ ଅନେକ ଗୁଡିଏ ପରିବର୍ତ୍ତନ ଦେଖାଦେବ ଓ ଏହିସବୁ ଘଟଣା ତୀବ୍ର ବେଗରେ ହେବ।

ଅନେକ ଲୋକଙ୍କ କର୍ମସ୍ଥାନ କିମ୍ବା ବାସସ୍ଥାନରେ ପରିବର୍ତ୍ତନ ହେଇପାରେ।ସେହିପରି କିଛି ଲୋକଙ୍କ ଆୟର ସ୍ରୋତ ମଧ୍ୟ ବୃଦ୍ଧି ପାଇବ। 

 

ଜାଣନ୍ତୁ କେଉଁ ରାଶି ଉପରେ କିପରି ରହିବ ପ୍ରଭାବ . 

 

(ବି ଦ୍ର :ଏହି ଗ୍ରହ ଚଳନର ଫଳାଫଳ ଜନ୍ମ ଜାତକରେ ଥିବା ଜନ୍ମରାଶି ହିସାବରେ ଦିଆଯାଇଛି । ଆପଣଙ୍କ ଦଶା ଫଳ ଅନୁସାରେ ତଥା ଜନ୍ମ ଜାତକରେ ଗ୍ରହ ସ୍ଥିତି ଅନୁସାରେ ପରିସ୍ଥିତି ଅଧିକ ଭଲ ବା ଖରାପ ହୋଇପାରେ । ଏହାକୁ କେବଳ ସଂକେତ  ହିସାବରେ ଧରିନେବାକୁ ଅନୁରୋଧ )   

 

ମେଷ

ଆପଣଙ୍କ ଭାଗ୍ୟ ଗୃହରେ ବୃହସ୍ପତି ପ୍ରବେଶ କରୁଥିବାରୁ ଶୁଭ ସମୟ ତ ନିଶ୍ଚିତ ଭାବେ ଆସିବ, ତେବେ କିଛି ଶୁଭ ଖବର ଆଶା କରୁଥିଲେ ତାହା ସାମାନ୍ୟ ବିଳମ୍ବରେ ଆସିପାରେ । ସେଥିପାଇଁ ଧୈର୍ଯ୍ୟହରା ନ ହୋଇ ବିବେକର ସହିତ କାର୍ଯ୍ୟ କରନ୍ତୁ ।ଆୟର ସ୍ରୋତ ବୃଦ୍ଧି ପାଇବ । ପରିଶ୍ରମର ଫଳ ପାଇବେ ।

 

ବୃଷ
ଏହି ସମୟରେ ଧାରକରଜ କରନ୍ତୁ ନାହିଁ । କେଉ କେଉଁ ବିଷୟରେ ଖର୍ଚ୍ଚ କରିବେ ଏବଂ କେଉଁ ଜାଗାରେ ଖର୍ଚ୍ଚ କାଟ କରିପାରିବେ ତାହାର ତାଲିକା ପ୍ରସ୍ତୁତ କରିରଖନ୍ତୁ । କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମର ଆବଶ୍ୟକତା ପଡିପାରେ । ତେଣୁ ଉତ୍ତମ, ସୁଷମ ଖାଦ୍ୟ ଖାଆନ୍ତୁ ଓ ଶରୀର ସୁସ୍ଥ ରଖନ୍ତୁ ।

 

ମିଥୁନ

ଏହି ଚଳନରେ ଆପଣଙ୍କ ଆୟ ନ ବଢିଲେ ମଧ୍ୟ ବ୍ୟୟ ବଢିବ ନାହିଁ । ତେବେ ବିବାହ କିମ୍ବା ପ୍ରେମ ସମ୍ବନ୍ଧରେ ଘାତ ପ୍ରତିଘାତ ଆସିପାରେ । ଚାକିରିଆମାନେ କର୍ମ କ୍ଷେତ୍ରରେ ଅଧିକ ପ୍ରତିଯୋଗିତା ଓ ଆନୁଶାସନର ସମ୍ମୁଖୀନ ହେବେ ।

 

କର୍କଟ

ଏହି ବୃହସ୍ପତି ଚଳନ ଚାକିରିଆ ଓ କର୍ମଜୀବିଙ୍କ ପାଇଁ ଧନ ଓ ସମ୍ମାନ ଆଣିବ । ତେବେ ଖର୍ଚ୍ଚ ମଧ୍ୟ ବୃଦ୍ଧ ପାଇବ । ଅନ୍ୟ ପକ୍ଷରେ ନୂଆ ନୂଆ ଚାକିରି ଖୋଜୁଥିବା ବା କାମ ଖୋଜୁଥିବା ବ୍ୟକ୍ତିମାନଙ୍କୁଏହି ସମୟରେ ଅଧିକ ପରିଶ୍ରମ କରିବାକୁ ପଡିପାରେ । ଆଗାମୀ ବର୍ଷ 2020ରେ ଫେବୃୟାରିରୁ ଜୁନ ଭିତରେ ଆର୍ଥିକ ମାମଲା ସମ୍ବନ୍ଧୀୟ କୌଣସି ନିଷ୍ପତ୍ତି ନ ନେଲେ ଭଲ ।

 

ସିଂହ

ଏ ଗ୍ରହ ଚଳନ ଆପଣଙ୍କ ରାଶି ପାଇଁ ଭଲ ସମୟ ଦର୍ଶାଉଛି । କର୍ମ କ୍ଷେତ୍ରରେ ଉଚ୍ଚ ଆଶା ରଖିଥିଲେ ସେଥିପାଇଁ ଏବେଠୁ ଲାଗି ପଡନ୍ତୁ । ତେବେ ଏଥିପାଇଁ ଅର୍ଥର ଆବଶ୍ୟକତା ପଡିପାରେ । ନିଜ ଲକ୍ଷ୍ୟ ପାଇବାକୁ ହେଲେ ଉଚ୍ଚ ମନୋବଳ ଓ ଅଧିଳ ପରିଶ୍ରମର ଆବଶ୍ୟକତା ରହିଛି ।

 

କନ୍ୟା

କର୍ମ କ୍ଷେତ୍ରରେ ଓ ସ୍ୱାସ୍ଥ୍ୟ ନିମନ୍ତେ ଶୁଭ ସମୟ ଆସିବ । ତେବେ କିଛି ଘରୋଇ ମାମଲାରେ ଆପଣଙ୍କୁ ବିଚାରବିମର୍ଷ ତଥା ଚିନ୍ତନ କରିବାକୁ ପଡିପାରେ । ବୈବାହିକ ଜୀବନରେ ଜୀବନସାଥିଙ୍କ କଥା ମାନି ବିବାଦ ଏଡାଇବା ବୁଦ୍ଧିମାନର କଥା ହେବ । ଏହି ସମୟରେ ଅଯଥା ଖର୍ଚ୍ଚ ନ କରି ଭବିଷ୍ୟତ ପାଇଁ ସଞ୍ଚୟ କରିବା ବିଷୟରେ ଯୋଜନା କରନ୍ତୁ । ଆର୍ଥିକ ସ୍ଥିତି ଉତ୍ତମ ରହିବ ।

 

ତୁଳା
ଏହି ଚଳନରେ ଅନେକ ନୂଆ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ହେବ । କର୍ମକ୍ଷେତ୍ରରେ ଅଧିକ ସମୟ ଦେବାର ବେଳ । ଚାକିରୀଆମାନେ ଉତ୍ତମ ପ୍ରଦର୍ଶନ କରି ପଦୋନ୍ନତି ପାଇବା ପାଇଁ ଉତ୍ତମ ସମୟ । କୌଣସି ଭାଇରାଲ ଇନଫେକସନ ହେଇପାରେ , ସେଥିପାଇଁ ସତର୍କ ରୁହନ୍ତୁ ।


ବିଛା

ବୃହସ୍ପତିର ଏହି ଚଳନରେ ଧନସମ୍ପତ୍ତି ଲାଭ ହେବାର ସୁଯୋଗ ବହୁତ ଅଧିକ । ତେବେ ଏହି ସମୟରେ ଘର ପାଇଁ ଖର୍ଚ୍ଚ ମଧ୍ୟ ବଢିବାର ଯୋଗ ରହିଛି । ଏହି ରାଶିର ଦମ୍ପତ୍ତି ସନ୍ତାନସନ୍ତତି ଆଶା କରୁଥିଲେ ସେମାନଙ୍କ ପାଇଁ ଶୁଭ ସମୟ । ଉଭୟ ବ୍ୟବସାୟୀ ଓ ଚାକିରିଆଙ୍କ ଆର୍ଥିକ ଉନ୍ନତି ହେବାର ପ୍ରକୃଷ୍ଟ ସମୟ ।

 

ଧନୁ

କର୍ମକ୍ଷେତ୍ରରେ ଏହି ଚଳନ ଆପଣଙ୍କ ରାଶି ପାଇଁ ଏକ ନୂଆ ସୁଯୋଗ ଆଣିଆସିବ । ବ୍ୟବସାୟୀମାନେ ଲାଗାତାର ଆର୍ଥିକ ସଫଳତା ପାଇବେ । ବୁଦ୍ଧିଜୀବିମାନେ ନିଜ କ୍ଷମତା ଦେଖାଇବାର ସୁଯୋଗ ପାଇବେ । ଆର୍ଥିକସ୍ଥିତି ଏହି ଚଳନ ସମୟରେ ଉତ୍ତମ ରହିବ ।

 

ମକର

ଏହି ଚଳନ ସମୟରେ କୌଣସି ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ । ବ୍ୟବସାୟ ବୃଦ୍ଧି  ପାଇଁ  ଋଣ କରିବାକୁ ଇଚ୍ଛୁକ ଥିଲେ ଆଉଥରେ ଭାବନ୍ତୁ । ଚାକିରିଆମାନେ ନିଜ ପ୍ରଦର୍ଶନ ଆହୁରି ଉନ୍ନତ କରିବା ଜରୁରି । ବ୍ୟବସାୟୀମାନେ କାର୍ଯ୍ୟ ସଂକ୍ରାନ୍ତରେ ଦୂର ସ୍ଥାନକୁ ଯାତ୍ରା କରିବେ । ଅଯଥା ଖର୍ଚ୍ଚ ଉପରେ ଲଗାମ ଲଗାନ୍ତୁ ।

 

କୁମ୍ଭ

ଏହି ଚଳନ ଆପଣଙ୍କ ରାଶି ପାଇଁ ଧନଲାଭର ଉତ୍ତମ ସୁଯୋଗ ଆଣି ଆସିବ ଓ ସମାଜରେ ପ୍ରତିଷ୍ଠା ବୃଦ୍ଧି କରିବ । ଜୀବନର କୌଣସି ବଡ ଆଶା  ପୂରଣ କରିବା ପାଇଁ ଭାଗ୍ୟର ସହଯୋଗ ଜୁଲାଇ 2020 ପରେ ପ୍ରାପ୍ତ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

 

ମୀନ

ଆପଣଙ୍କ ରାଶି ପାଇଁ ଏହି ଗ୍ରହ ଚଳନ କର୍ମ କ୍ଷେତ୍ରରେ ଉତ୍ତମ ସମୟ ଆଣି ଆସିବ । ବ୍ୟବସାୟୀମାନେ ମନଲାଖି ସଫଳତା ପାଇବେ । ଚାକିରିଆମାନେ ଗୁରୁ ଦାୟିତ୍ଵ ପାଇବେ, ତେବେ ଉପରିସ୍ଥ କର୍ମଚାରୀ ଆପଣଙ୍କ ପରିଶ୍ରମ ସତ୍ତ୍ୱେ ଆପଣଙ୍କଠାରୁ ଅଧିକ ଉତ୍ତମ ପ୍ରଦର୍ଶନର ଆଶା ରଖିବେ । ଆର୍ଥିକ ସ୍ଥିତି ଉତ୍ତମ ରହିବ ।      

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon