ଆରମ୍ଭ ହେବ ବନ୍ଦ ହୋଇଥିବା ଗୃହ ପ୍ରୋଜେକ୍ଟ : ମୋଦୀ ସରକାରଙ୍କ ଟ.25,000 କୋଟିର ଲୋନ୍ ଫଣ୍ଡ ଘୋଷଣା

Thursday, November 7, 2019

 (ବେତାର ବ୍ୟୁରୋ)  ଯେଉଁ ଗ୍ରାହକମାନେ ଘର କିଣିବା ପାଇଁ ଟଙ୍କା ଦେବା ପରେ ବିଲଡର ସଂସ୍ଥା ଘର ହସ୍ତାନ୍ତର କରିପାରୁନି ସେମାନଙ୍କ ପାଇଁ ଖୁସି ଖବର । ଅର୍ଥ ଅଭାବ କାରଣରୁ ଯେଉଁ ବିଲଡରମାନେ ନିର୍ଦ୍ଧାରିତ ସମୟ ଭିତରେ ଘର ତିଆରି ସଂପୂର୍ଣ୍ଣ କରି ପାରି ନାହାନ୍ତି , ସେହି ସଂସ୍ଥାମାନଙ୍କୁ ଲୋନ ଯୋଗାଇ ଦେବାକୁ ଭାରତ ସରକାର 25,000 କୋଟି ଟଙ୍କାର ଏକ ଫଣ୍ଡ ଘୋଷଣା କରିଛନ୍ତି ।

 

ବୁଧବାର କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ ଏହି ପ୍ରସ୍ତାବକୁ ସ୍ବୀକୃତି  ମିଳିଛି । କିଛି ମାସ ମଧ୍ୟରେ ଏହାର ଲୋନ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହେବା ପରେ ଆଗାମୀ 2020ରେ ବନ୍ଦ ହୋଇପଡିଥିବା ଆବାସିକ ପ୍ରକଳ୍ପ ଗୁଡିକ କାମ କରିବା ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି ।  

 

କଣ ପାଇଁ ଲୋନ

ଭାରତ ସରକାରଙ୍କ ଅନୁମାନ ଅନୁସାରେ ଦେଶରେ ପ୍ରାୟ ସାଢେ ଚାରିଲକ୍ଷ ବିଲଡିଙ୍ଗ।/ଆପର୍ଟମେଣ୍ଟ ଅର୍ଦ୍ଧ ନିର୍ମିତ ହେଇ ପଡି ରହିଛି । ଏହାର କାରଣ ହେଉଛି ବଡ ବଡ ବ୍ୟାଙ୍କମାନେ ଆଉ ଗୃହ ନିର୍ମାଣ ବ୍ୟବସାୟକୁ ଲୋନ ଦେବାକୁ ଉଚିତ ମନେ କରୁନାହାନ୍ତି ।ଫଳରେ ଅନେକ ବିଲଡର ସଂସ୍ଥା ଆପାର୍ଟମେନ୍ଟ କିମ୍ବା ବିଲଡିଙ୍ଗ ସଂପୂର୍ଣ୍ଣ କରିପାରୁନାହାନ୍ତି କି ଗ୍ରାହକମାନଙ୍କୁ ଠିକଣା ସମୟରେ ଘର ଦେଇ ପାରୁନାହାନ୍ତି ।

 

ଓଡିଶାରେ ଅନେକ ବିଲଡର ଘର ନ ଯୋଗାଇ ପାରି ତଥା ପୁରୁଣା ଋଣ ସୁଝି ନ ପାରି ଜେଲ ମଧ୍ୟ ଯାଇଛନ୍ତି ।  ଭାରତର ଅନ୍ୟ ରାଜ୍ୟରେ ମଧ୍ୟ ଏହି ପରି ଅବସ୍ଥା ଦେଖାଦେଇଛି ।

 

ଏଣୁ ଏହିସବୁ ସମସ୍ୟା ନିମନ୍ତେ ଭାରତ ସରକାରଙ୍କ ତରଫରୁ ଏହି ଫଣ୍ଡର ସ୍ଥାପନା କରାଯାଇଛି , ଯାହା ପ୍ରୋଜେକ୍ଟ ଅନୁସାରେ ସ୍ଥିତି ଅନୁଧ୍ୟାନ କରି ସହଜରେ ଓ କମ ସୁଧହାରରେ ଲୋନ ଯୋଗାଇଦେବ ।

 

କିଏ କିଏ ପାଇବେ

ଯେଉଁ ବିଲଡର ସଂସ୍ଥା ଏହି ଲୋନ ପାଇଁ ଇଚ୍ଛୁକ, ସେମାନେ ପ୍ରଥମେ ଏଥିପାଇଁ ଆବେଦନ କରିଥିବା ଦରକାର। ଯଦି ତାଙ୍କ ଦ୍ଵାରା ପ୍ରସ୍ତୁତ ଗୃହମୂଲ୍ୟ ଏକ କୋଟି ଟଙ୍କାରୁ କମ (ମେଟ୍ରୋ ସହରମାନଙ୍କରେ ଦୁଇ କୋଟି ଟଙ୍କା) ତେବେ ସେମାନେ ଏହି ଲୋନ ପାଇବା ପାଇଁ ଯୋଗ୍ୟ ।

 

ତେବେ ଏଥିପାଇଁ ସେମାନଙ୍କ ପ୍ରୋଜେକ୍ଟର ଭଲ ଚାହିଦା ଥିବା ଆବଶ୍ୟକ ତଥା ପ୍ରୋଜେକ୍ଟର 70 ଭାଗ ନିର୍ମାଣ କାମ ସଂପୂର୍ଣ୍ଣ ହୋଇଥିବା ଆବଶ୍ୟକ ।

 

ଏହି ଫଣ୍ଡ କାମ କରିବା ଆରମ୍ଭ ହେଲେ ଓଡିଶାରେ କେଉଁ କେଉଁ ସଂସ୍ଥା ଏହି ଲୋନ୍ ପାଇବାକୁ ଯୋଗ୍ୟ ବିବେଚିତ ହେଇଛନ୍ତି ସେ ବିଷୟରେ ଜଣାପଡିବ ।    

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon