ରାଜକୋଟ ଟି20ରେ ଧୋନୀଙ୍କ ରେକର୍ଡ ଭାଙ୍ଗି ଏମିତି କହିଲେ ସିକ୍ସର୍ ହିରୋ ରୋହିତ ଶର୍ମା

Friday, November 8, 2019

(ବେତାର ବ୍ୟୁରୋ)  ଗୁରୁବାର ରାତ୍ରିରେ ରାଜକୋଟରେ ଖେଳା ଯାଇଥିବା ଟି20 ମ୍ୟାଚରେ ଦଳୀୟ କ୍ୟାପଟେନ ରୋହିତ ଶର୍ମା ଛଅଟି ଛକା ଓ ଛଅଟି ଚଉକା ମାରି ତଥା ହ୍ୟାଟ୍ରିକ ସିକ୍ସ ମାରି ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀଙ୍କ ଭଙ୍ଗ କରିଦେଇଛନ୍ତି । 


ମହେନ୍ଦ୍ର ସିଂହ ଧୋନୀ 62 ଇନିଙ୍ଗ୍ସ ଖେଳି ମୋଟ 34 ଟି ଛକା ମାରିଥିବା ବେଳେ ରୋହିତ ଶର୍ମା ମାତ୍ର 17 ଇନିଙ୍ଗ୍ସ ଖେଳି 37 ଟି ଛକା କରି ତାଙ୍କର ରେକର୍ଡ ଭଙ୍ଗ କରିଛନ୍ତି । କେବଳ ସେତିକି ନୁହେଁ, ଜଣେ ଭାରତୀୟ ଟିମ କ୍ୟାପଟେନ ହିସାବରେ ରୋହିତ ଟି20ରେ ସର୍ବାଧିକ ଛକା ମାରିବାର ରେକର୍ଡ ର ଅଧିକାରୀ ମଧ୍ୟ ହେଇଛନ୍ତି । 
। 

‘ଛକା ପାଇଁ ବଳ ଜରୁରୀ ନୁହେଁ’
ମ୍ୟାଚ ଶେଷ ହେବା ପରେ ୟୁଜବେନ୍ଦ୍ର ଚହଲ ତାଙ୍କର ଚିରାଚରିତ ଢଙ୍ଗରେ ରୋହିତ ଶର୍ମାଙ୍କ ସହିତ ସାକ୍ଷାତକାର କରିଥିଲେ । ସେହି ସମୟରେ ସେ ଶର୍ମାକୁ ଏତେ ଛକା ମାରିବାକୁ ବଳ କେଉଁଠୁ ପାଇଲେ ବୋଲି ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତରରେ ରୋହିତ କହିଥିଲେ କି ଛକା ମାରିବାପାଇଁ ବଳର ଆବଶ୍ୟକତା ନାହିଁ । ଏହାକୁ ଯେ କେହି ବି  ମାରି ପାରିବ । ତେବେ ଏଥିପାଇଁ ପ୍ରତ୍ୟେକ ବଲ୍ କୁ ଅନୁଧ୍ୟାନ କରିବାକୁ ପଡିବ ଓ ସଠିକ ସମୟରେ ବ୍ୟାଟରେ ହିଟ୍ କରିବାକୁ ପଡିବ ।    


ଏହାବାଦ ସେ କହିଛନ୍ତି ଯେ ବଙ୍ଗଳାଦେଶ ବୋଲର ମୋସାଡେକ ହୁସେନଙ୍କ ଓଭର ସମୟରେରେ ସେ ଛଅଟି ବଲରେ ଛଅଟି ଛକା ମାରିବାକୁ ଚାହୁଁଥିଲେ । ଏ ବିଷୟରେ ବର୍ଣ୍ଣନା କରି ରୋହିତ କହିଥିଲେ ,” ଯେତେବେଳେ ମୁଁ ଲଗାତାର ତିନୋଟି ଛକା ମାରିଲି, ସେ ସମୟରେ ବାକି ତିନି ବଲ୍ ରେ ମଧ୍ୟ ଛକା ଲଗାଇବାକୁ ଚାହୁଁଥିଲି । ହେଲେ ଚତୁର୍ଥ ବଲ୍ କୁ ମିସ୍ କଲି ଓ ପରବର୍ତ୍ତୀ ବୋଲରେ କେବଳ 1 ରନ ସଂଗ୍ରହ କଲି । “


ମୋସାଡେକ ଉକ୍ତ ମ୍ୟାଚରେ ମାତ୍ର ଗୋଟିଏ ଇଭର ବୋଲିଂ କରି 21 ରନ ଭାରତକୁ ଦେଇଥିଲେ । 


ରନ୍ ବର୍ଷା
ରାଜକୋଟରେ ବଙ୍ଗଳାଦେଶ ବିପକ୍ଷରେ ଦ୍ଵିତୀୟ ଟି20ରେ ଦଳ କ୍ୟାପଟେନ ରୋହିତ ଶର୍ମା 48 ବଲ୍ ରେ 85 ରନ କରିଥିଲେ ଯାହା କେବଳ ଭାରତକୁ ବିଜୟ ଆଣିଦେଇ ନ ଥିଲା ବରଂ ତିନିଟିକିଆ ସିରିଜର ମ୍ୟାଚ ଫଳାଫଳକୁ 1-1 ରେ ସମାନ କରିଦେଇଥିଲା । ସୂଚନାଯୋଗ୍ୟ ରବିବାର ଦିଲ୍ଲୀଠାରେ ଅନୁଷ୍ଠିତ ପ୍ରଥମ ଟି୨୦ରେ ବାଂଲାଦେଶ ୭ ଉଇକେଟରେ ଭାରତକୁ ପରାସ୍ତ କରିଥିଲା।


ସୌରାଷ୍ଟ୍ର କ୍ରିକେଟ ଷ୍ଟାଡିୟମରେ ୧୫୪ ରନର ବିଜୟ ଲକ୍ଷ୍ୟକୁ ଘରୋଇ ଦଳ ୧୫.୪ ଓଭରରେ ୨ ଉଇକେଟ ବିନିମୟରେ ହାସଲ କରିନେଇଥିଲା। ଅଧିନାୟକ ଶର୍ମା ଏବଂ ଧାଓ୍ବନ ପ୍ରଥମ ଉଇକେଟରେ ୧୧୮ ରନ ସଂଗ୍ରହ କରି ବିଜୟ ପଥକୁ ସହଜ କରିଦେଇଥିଲେ। ଲୋକେଶ ରାହୁଲ ଏବଂ ଶ୍ରେୟାସ ଆୟାର ଯଥାକ୍ରମେ ୮ ଓ ୨୪ ରନ କରି ଅପରାଜିତ ରହିଥିଲେ। 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon