
(ବେତାର ବ୍ୟୁରୋ) ଚଳିତ ସପ୍ତାହରେ ଚନ୍ଦ୍ର ମେଷ ରାଶି ରୁ ଯାତ୍ରା ଆରମ୍ଭ କରି କର୍କଟ ରାଶି ପର୍ଯ୍ୟନ୍ତ ଗମନ କରିବେ ଓ ଏହି ସମୟରେ ମେଷ, ବୃଷ, ମିଥୁନ ଓ କର୍କଟ ତଥା ତୁଳା, ବିଛା, ଧନୁ ଆଦି ରାଶିକୁ ପ୍ରଭାବିତ କରିବେ । ଏହି ସପ୍ତାହରେ ଆରମ୍ଭରେ ହୋଇଥିବା ମଙ୍ଗଳ ଗ୍ରହର ଚଳନ ତୁଳା ରାଶିରେ ହୋଇଥିବାରୁ ଏହାର ପ୍ରଭାବ ମଧ୍ୟ ଊଣାଅଧିକେ ସମସ୍ତ ରାଶି ଉପରେ ଅନୁଭୂତ ହେବ ।
ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ।
(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶାଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)
ମେଷ : ସପ୍ତାହ ଆରମ୍ଭ-କଳାତ୍ମକ କ୍ଷମତା ବିକାଶ ହେବ। ଅଯଥାରେ କାହାରି ସହିତ ତର୍କ କରନ୍ତୁ ନାହିଁ। ସପ୍ତାହ ମଝି-ନିତିଦିନିଆ କାମରେ ଲାଭ ହେବ। ସପ୍ତାହାନ୍ତ-ଖୁସି ଖବର ପାଇବେ।
ବୃଷ : ସପ୍ତାହ ଆରମ୍ଭ-ଅର୍ଥ ଉପାର୍ଜନର ସୁଯୋଗ ଆସିବ। ଅଧୁରା କାମ ପୂରା ହୋଇପାରେ। ସପ୍ତାହ ମଝି-ସମାଜରେ ଗରିମା ବଢ଼ିବ। ସପ୍ତାହାନ୍ତ-ସମସ୍ତଙ୍କର ସହଯୋଗ ପାଇବେ।
ମିଥୁନ : ସପ୍ତାହ ଆରମ୍ଭ-ଆର୍ଥିକ ସ୍ଥିତି ଭଲ ରହିବ। କିଛି ନୂଆ ଶିଖିବାର ଅବସର ମିଳିବ। ସପ୍ତାହ ମଝି-ବୈବାହିକ ଜୀବନ ଖୁସିଭରା ରହିବ। ସପ୍ତାହାନ୍ତ-ନିଜର ସଫଳତାକୁ ନେଇ ଆଶ୍ୱସ୍ତ ରହିବେ।
କର୍କଟ : ସପ୍ତାହ ଆରମ୍ଭ-ମନର କଥା ବନ୍ଧୁଙ୍କୁ କହିବେ। କାର୍ଯ୍ୟରେ ସଫଳତା ପାଇବେ। ସପ୍ତାହ ମଝି-ସାମାଜିକ କାର୍ଯ୍ୟ ଲାଗି ସମ୍ମାନ ପାଇବେ। ସପ୍ତାହାନ୍ତ-ଖର୍ଚ୍ଚ ବଢ଼ିପାରେ।
ସିଂହ : ସପ୍ତାହ ଆରମ୍ଭ-ମିତ୍ରଙ୍କ ସହଯୋଗ ପାଇବେ। କାର୍ଯ୍ୟ କ୍ଷମତା ବୃଦ୍ଧି ହେବ। ସପ୍ତାହ ମଝି-ଆର୍ଥିକ ସ୍ଥିତି ମଜଭୁତ ହେବ। ସପ୍ତାହାନ୍ତ-ପରିବାରରେ ଖୁସି ବଜାୟ ରହିବ।
କନ୍ୟା : ସପ୍ତାହ ଆରମ୍ଭ-ଭଲ କାମ ମିଳିପାରେ। ପୁରୁଣା ମିତ୍ରଙ୍କ ସହିତ ଭେଟ ହୋଇପାରେ। ସପ୍ତାହ ମଝି-ଧର୍ମ କାର୍ଯ୍ୟରେ ମନୋନିବେଶ। ସପ୍ତାହାନ୍ତ-ବେପାରରେ ଲାଭ ହେବ।
ତୁଳା : ସପ୍ତାହ ଆରମ୍ଭ-ଜୀବିକାରେ ଉନ୍ନତି ହେବ। ସମାଜରେ ମାନ ପ୍ରତିଷ୍ଠା ବଜାୟ ରହିବ। ସପ୍ତାହ ମଝି-କୌଣସି କଥା ବୁଝିବାରେ ଭୁଲ୍ ହୋଇପାରେ। ସପ୍ତାହାନ୍ତ-ଆତ୍ମବିଶ୍ୱାସ ବୃଦ୍ଧି ହେବ।
ବିଛା : ସପ୍ତାହ ଆରମ୍ଭ-ଖର୍ଚ୍ଚ ବଢ଼ିପାରେ। ଅଧିକାରୀ ବର୍ଗ ଆପଣଙ୍କ ଉପରେ ଖୁସି ରହିବେ। ସପ୍ତାହ ମଝି-କାମ ପ୍ରତି ସକ୍ରିୟ ରହିବେ। ସପ୍ତାହାନ୍ତ-ଧ୍ୟାନ ଧାର୍ମିକ କାର୍ଯ୍ୟରେ ଲାଗି ରହିବ।
ଧନୁ : ସପ୍ତାହ ଆରମ୍ଭ-ଘରକୁ ଅତିଥି ଆସିବେ। ସମସ୍ୟାର ସମାଧାନ ଲାଗି ରାସ୍ତା ମିଳିବ। ସପ୍ତାହ ମଝି-ବ୍ୟବସାୟରେ ଯୋଜନାବଦ୍ଧ ରୂପେ କାମ କରିବେ। ସପ୍ତାହାନ୍ତ-ପ୍ରେମରେ ସଫଳତା ମିଳିବ।
ମକର : ସପ୍ତାହ ଆରମ୍ଭ-ଧନଲାଭର ସୁଯୋଗ ମିଳିବ। ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ସପ୍ତାହ ମଝି-ପ୍ରେମୀ ଯୁଗଳଙ୍କ ସମୟ ଭଲ। ସପ୍ତାହାନ୍ତ-ନୂଆ କାମର ଯୋଜନା ପ୍ରସ୍ତୁତ କରିବେ।
କୁମ୍ଭ : ସପ୍ତାହ ଆରମ୍ଭ-କାମରେ ସଫଳତା ମିଳିବ। ଅଫିସ୍ରେ ନୂଆ ଦାୟିତ୍ଵ ମିଳିପାରେ। ସପ୍ତାହ ମଝି-ପାରିବାରିକ ସମ୍ବନ୍ଧରେ କଟୁତା ଦୂର ହେବ। ସପ୍ତାହାନ୍ତ-ମନୋରଂଜନ ଲାଗି ସୁଯୋଗ ପାଇବେ।
ମୀନ : ସପ୍ତାହ ଆରମ୍ଭ-କାର୍ଯ୍ୟ କ୍ଷେତ୍ରରେ ଖୁବ୍ ପରିଶ୍ରମ କରିବେ। ଆର୍ଥିକ ସ୍ଥିତି ମଜଭୁତ ରହିବ। ସପ୍ତାହ ମଝି-ଭାଇ ଭଉଣୀଙ୍କ ସହଯୋଗ ପାଇବେ। ସପ୍ତାହାନ୍ତ-କାରବାରରେ ସଫଳତା ପାଇବେ।