ଟ୍ରେନରେ ଚାହା କପ ହେବ 20 ଟଙ୍କା ! ଏହି ମାସରୁ ଲାଗୁ ହେବ ନୂତନ ଖାଦ୍ୟପେୟ ଦର

Friday, November 15, 2019

(ବେତାର ବ୍ୟୁରୋ) ଭାରତୀୟ ରେଳ ବିଭାଗର କ୍ୟାଟରିଙ୍ଗ ଡିପାର୍ଟମେଣ୍ଟ ଖାଦ୍ୟପେୟ ଦରରେ ପରିବର୍ତ୍ତନ କରିବାକୁ ଯାଉଛି । ଏହି ନୂଆ ଦର ତାଲିକାର ଘୋଷଣା ଶୁକ୍ରବାର ହୋଇଛି ।ଏହା ଆଗାମୀ 15 ଦିନ ଭିତରେ ସମସ୍ତ ଟ୍ରେନରେ ଅପଡେଟ ହେବ । ଏହାର ଆଉ 120 ଦିନ ପରେ ଅର୍ଥାତ ଚାରି ମାସ ପରେ (ମେ 2020)  ଟ୍ରେନ ରେ ଚା' ଓ ଖାଦ୍ୟ ମହଙ୍ଗା ହୋଇଯିବ । ନୂଆ ଦର ଅନୁସାରେ ଏକ୍ସପ୍ରେସ ଓ ସ୍ଲୀପର ଯାତ୍ରୀ ମାନଙ୍କୁ ଚା ପାଇଁ 20 ବଦଳରେ 50 ଟଙ୍କ। ଦେବା ପାଇଁ ପଡିବ  ।

 

ଟିକେଟ ସମୟରେ ଖାଇବା ମୂଲ୍ୟ

ଏବେ ରେଳ ଯାତ୍ରା କରିବା ବେଳେ ଯାତ୍ରୀ ମାନେ ନିଜର ଭୋଜନ ଓ ଚା ଆଦି ପାଇଁ ଅଧିକ ଅର୍ଥ ଦେବା ପାଇଁ ପ୍ରସ୍ତୁତି କରିବା ଉଚିତ । ପର୍ଯ୍ୟଟନ ଓ ରେଳ ବିଭାଗର ନିର୍ଦେଶକ ଦ୍ଵାରା ଏହି ନିୟମ ଲାଗୁ କରାଯାଇଛି । ଏହି ନିୟମ ଅନୁସାରେ ରାଜଧାନୀ , ଶତାବ୍ଦୀ , ଓ ଦୁରନ୍ତୋ ଭଳି ଟ୍ରେନରେ ଚା,ଜଳଖିଆ ଓ ଭୋଜନ ଭଳି ଖାଇବା ସାମଗ୍ରୀ ମହଙ୍ଗା ହୋଇଯିବ ।  ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଶତାବ୍ଦୀ , ଓ ଦୁରନ୍ତୋ ଭଳି ଟ୍ରେନରେ ଟିକେଟ କରିବା ବେଳେ ହିଁ ଏହି ସବୁ ଖାଦ୍ୟ ପାଇଁ ଅର୍ଥ ରାଶି ଜମା କରିବାକୁ ପଡିବ ।

 

 

କେଉଁ ଟ୍ରେନରେ ବଢିବ ଦର

ରାଜଧାନୀ , ଶତାବ୍ଦୀ , ଓ ଦୁରାଙ୍ଗ୍ଟୋ ଭଳି ଟ୍ରେନରେ ଯାଉଥିବା 2 ଏସି  ଯାତ୍ରୀ ଏବେ 10ଟଙ୍କ।  ଚା' ବଦଳରେ 20ଟଙ୍କ। ଦେବେ । ଯାହାକି ସ୍ଲୀପର ଯାତ୍ରୀଙ୍କ ପାଇଁ 15ଟଙ୍କ। ରହିଛି । ଦୁରନ୍ତୋ ଟ୍ରେନର ସ୍ଳିପର କ୍ଲାସ ଯାତ୍ରୀ ଜଳଖିଆ ଓ ଭୋଜନ ପାଇଁ 80ଟଙ୍କ। ଦେଉଥିବାବେଳେ ତାହା 120ଟଙ୍କ। ହୋଇଯିବା ସହ ଚା' ର ମୂଲ୍ୟ 20 ପରିବର୍ତେ 50ଟଙ୍କ। ହୋଇଯିବ । ସେହିପରି ଅନ୍ୟାନ୍ୟ ଟ୍ରେନରେ ଶାକାହାରୀ ମିଲ ମୂଲ୍ୟ 80 ଟଙ୍କାକୁ ବୃଦ୍ଧି ପାଇବ ଯାହା ଆଗରୁ 50 ଟଙ୍କା ଥିଲା ।

 

କିଭଳି ରହିଛି ନୂଆ ନିୟମ

ଏହି ନୂଆ ନିୟମ ଲାଗୁ ହେବା ପରେ ଟିକେଟ ସିସ୍ଟେମ ରେ ନୂଆ ପ୍ରଣାଳୀ ଓ 15 ଦିନ ମଧ୍ୟରେ ଏହାର ଅପଡେଟ କରାଯିବ ଯାହା 120 ଦିନ ବା 4 ମାସ ମଧ୍ୟରେ ଏହି ନିୟମ ଲାଗୁ କରାଯିବ । ରାଜଧାନୀ ୧ଏସି କୋଚରେ ଖାଦ୍ୟ 145ଟଙ୍କ। ପରିବର୍ତେ 245ଟଙ୍କ। ମିଳିବ । ଇଣ୍ଡିଆନ ରେଲୱେର ଯାତ୍ରୀମାନେ ଅଣ୍ଡା ବିରିଆନୀ 90 ଟଙ୍କ। ପାଉଥିବା ବେଳେ ଚିକେନ ବିରିଆନୀ ଦର 110 ଟଙ୍କ। ରହିଛି । ନିୟମିତ ଭାବେ ଯାଉଥିବା ଟ୍ରେନ ଗୁଡିକରେ 130 ଟଙ୍କ।ରେ ଚିକେନ ତରକାରୀ ମିଳିବ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon