ହ୍ଵାଟସଅପରେ ଫିଙ୍ଗର୍ ଲକ୍ : କେବଳ ଏହି ଫୋନରେ କାମ କରିବ

Saturday, November 16, 2019

(ବେତାର ବ୍ୟୁରୋ) ନିଜ ସ୍ମାର୍ଟଫୋନରେ ଫିଙ୍ଗର ଲକ୍ ଫିଚର ଏବେ ଅନେକ ଫୋନରେ ଦେଖିବାକୁ ମିଳୁଛି । ଏହି ଫିଚର ସାହାଯ୍ୟ ଜଣେ ବ୍ୟକ୍ତି ନିଜ ଅଙ୍ଗୁଳି ଟିପ ସାହାଯ୍ୟରେ ଫୋନ ଲକ ଖୋଲି ପାରିବ । ଫଳରେ ଲକ୍ ପାଟର୍ଣ୍ଣ କରି ଭୁଲିଯିବା ଭଳି ଅସୁବିଧାରୁ ମୁକ୍ତି ମିଳିଥାଏ । ଏବେ ହ୍ଵାଟସଅପରେ ଏହିଭଳି ଫିଚର ଆସିଛି ।

 

କମ୍ପାନୀ ତରଫରୁ ଏହାକୁ ନଭେମ୍ବର ମାସ ଆରମ୍ଭରୁ ଲଞ୍ଚ କରାଯାଇଛ ବୋଲି ଘୋଷଣା କରାଯାଇଛି ବୋଲି କୁହାଯାଇଥିଲେ ମଧ୍ୟ ନଭେମ୍ବର 13 ତାରିଖରେ ଏହାର ଅପଡେଟ ଗୁଗୁଲ ପ୍ଲେ ଷ୍ଟୋର ରେ ଉପଲବ୍ଧ ହେଉଛି  । ତେବେ ଏହା କେବେଳ କିଛି ଫୋନରେ କାମ କରିବ ।

 

କାହିଁକି କରିବେ ହ୍ଵାଟସଅପ ଲକ୍

ଅନେକ ସମୟରେ ଏପରି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଫୋନରେ ଥାଏ, ଯାହାକୁ ଆପଣଙ୍କୁ ଅନ୍ୟ କାହାକୁ ଦେଖାଇବାକୁ ପଡିପାରେ । ଅଫିସ ହେଉ ବା ପାରିବାରିକ ବନ୍ଧୁ ମିଳନ –ଏପରି କିଛି ସମୟ ଆସେ କେବେ ନା କେବେ ଆପଣଙ୍କୁ ଫୋନ ଆଉ କାହାକୁ ଦେବାକୁ ପଡେ ଓ ହୁଏତ କିଛି ସମୟ ପାଇଁ ଆପଣ ଫୋନରୁ ଧ୍ୟାନ ହଟାଇପାରନ୍ତି ।

 

ତେବେ ସେପରି ସମୟରେ ଆପଣ ଚାହିଁବେ ନାହିଁ କେହି ଆପଣଙ୍କ ବ୍ୟକ୍ତିଗତ ହ୍ଵାଟସଅପ ମେସେଜ ପଢୁ ବୋଲି । ଏଥିପାଇଁ ଫୋନ ଲକ ସହିତ  ହ୍ଵାଟସଅପ ଲକ୍ ମଧ୍ୟ ଜରୁରୀ ।

 

କିପରି କରିବେ

ଏଥିପାଇଁ ଆପଣଙ୍କୁ ପ୍ରଥମେ ଆପଣଙ୍କ ଫୋନରେ ହ୍ଵାଟସଅପର ନୂଆ ଭର୍ସନ ଅପଡେଟ କରିବାକୁ ପଡିବ । ଏହାପରେ ଆପଣ ହ୍ଵାଟସଅପ ସେଟିଂକୁ ଯାଇ ସେଠାରେ ଆକାଉଣ୍ଟ ଓ ତାପରେ privacy କୁ ଯାଇ (Whatsapp Setting>Account>Privacy) Unlock With Fingerprint ରେ କ୍ଲିକ କରିବା ମାତ୍ରେ ଆପଣଙ୍କ ହ୍ଵାଟସଅପରେ ଏହି ଅପସନ ଆସିଯିବ ।

 

ଏହାପରେ ଆପଣଙ୍କ ଫୋନରେ ହ୍ଵାଟସଅପ ଆପେ ଲକ ହୋଇଯିବ ଓ ପରେ କେବଳ ଆପଣଙ୍କ ଅଙ୍ଗୁଳି ସହାୟତାରେ ଏହା ଖୋଲିବ  ।  

 

ଏହି ଫୋନରେ କାମ କରିବ ନାହିଁ

ଯଦି ଆପଣଙ୍କ ଫୋନରେ ଫିଙ୍ଗର ଲକ କରିବା ଅପସନ ନାହିଁ, ତେବେ ଏହା କାମ କରିବ ନାହିଁ । କାରଣ ଏହି ଫିଚର ହ୍ଵାଟସଅପରେ ଆଣିବାକୁ ହେଲେ ସର୍ବ ପ୍ରଥମେ ଆପଣଙ୍କ ଫୋନ ସେଟିଂରେ ଯାଇ ଫିଙ୍ଗର ଲକ୍ ଅପସନକୁ ଆକ୍ଟିଭେଟ କରିବାକୁ ହେବ । ସେହିପରି ଯଦି ଫୋନରେ ଫେସଲକ ଅପ୍ସନ ରହିଛି ଓ ଫିଙ୍ଗରଲକ ଅପସନ ନାହିଁ ତେବେ ମଧ୍ୟ ଏହା କାମ କରିବ ନାହିଁ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon