ଔଷଧୀୟ ଗୁଣ ପାଇଁ ଭାଙ୍ଗ ଚାଷ ଅନୁମତି ପ୍ରଦାନ କରିବ ଓଡିଶା ସରକାର !

Monday, November 18, 2019

(ବେତାର ବ୍ୟୁରୋ) ଏକଥା ସର୍ବସାଧାରଣରେ ପ୍ରଚଳିତ ଯେ ଭାଙ୍ଗ ଗଛରୁ ଔଷଧୀ ପ୍ରସ୍ତୁତ ହେଉଥିଲେ ମଧ୍ୟ ଏହାର ବହୁଳ ବ୍ୟବହାର ନିଶାଦ୍ରବ୍ୟ ପ୍ରସ୍ତୁତି ପାଇଁ ହୋଇଥାଏ । ତେବେ ଏହାର ଔଷଧୀୟ ଗୁଣ ପାଇଁ ଓଡିଶା ସରକାର ଏହାର ଚାଷ କରିବାକୁ ଅନୁମତି ପ୍ରଦାନ କରିବାର ବିଚାର କରୁଛନ୍ତି  ।

 

ମଙ୍ଗଳବାର ବୈଠକ

ଏଥିପାଇଁ ଚଳିତ ମାସରେ ଏହାର ଅନୁମତି ସଂକ୍ରାନ୍ତରେ ଅଧିକ ଆଲୋଚନା ନିମନ୍ତେ ରାଜ୍ୟ ଅବକାରୀ ବିଭାଗ ମଙ୍ଗଳବାର (ନଭେମ୍ବର 19) ଏକ ବୈଠକ ଡକାଇଛନ୍ତି, ଯେଉଁଥିରେ ଭଙ୍ଗ/ଗଞ୍ଜେଇ ଗଛ ଚାଷ ନିମନ୍ତେ ଅନୁମତି ପ୍ରଦାନର ସର୍ତ୍ତାବଳୀ ଉପରେ ଆଲୋଚାନା ହେବ ।  

 

ଏହି ବୈଠକରେ ଖୋର୍ଦ୍ଧା ଓ ଗଞ୍ଜାମର କଲେକ୍ଟର/ଜିଲ୍ଲାପାଳଙ୍କୁ ଯୋଗ ଦେବା ନିମନ୍ତେ ନିର୍ଦ୍ଦେଶ ଜାରି ହୋଇଛି ।

ସର୍ବସାଧାରଣରେ ଭାଙ୍ଗ/ଗଞ୍ଜେଇ ଗଛ ଚାଷ ବେଆଇନ ହେଇଥିଲେ ମଧ୍ୟ କିଛି ଜାଗାରେ ଅନୁମତି ନେଇ ଏହାର ଚାଷ କରାଯାଇପାରିବ । ସେହିଭଳି ଓଡିଶାର ବିଭିନ୍ନ ପୁରାତନ ସହର ମାନଙ୍କରେ ସରକାରୀ ମାନ୍ୟତା  ପ୍ରାପ୍ତ ଭାଙ୍ଗ/ଗଞ୍ଜେଇ ଦୋକାନ ରହିଛି ।

 

ଭାଙ୍ଗ ଗଛର ବିଭିନ୍ନ ଅଂଶକୁ ବ୍ୟବହାର କରି ଏଥିରୁ ଭାଙ୍ଗ, ଗଞ୍ଜେଇ ଓ ଚରସ ପ୍ରସ୍ତୁତ ହୋଇଥାଏ ।

 

ଭାଙ୍ଗର ଔଷଧିୟ ଗୁଣ ବିଷୟରେ ପ୍ରାୟ ସମସ୍ତେ ଜାଣି ନାହାନ୍ତି। ପ୍ରାୟ ବହୁ ପୁରାଣ ଅନୁସାରେ ସୋମରସକୁ ନିଶା ଓ ଚିତ୍ତ ବିନୋଦନ ପାନୀୟ ହିସାବରେ ଗ୍ରହଣ କରାଯାଉଥିଲା। ପ୍ରାଚୀନ ଭାରତରେ ଭାଙ୍ଗ ଏକ ନିଶାଦ୍ରବ୍ୟ ରୂପେ ବ୍ୟବହାର ହେଉ ନ ଥିଲା ବରଂ ଏହା ଅନେକ ରୋଗର ଉପଶମକାରୀ ରୂପେ ବିବେଚନା କରାଯାଉଥିଲା ।

 

ଔଷଧୀୟ ଗୁଣ

ଏହାର ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି । ସେଗୁଡିକ ହେଲା :


- ଯଦି ଆପଣଙ୍କର ସବୁବେଳେ  ମୁଣ୍ଡ ବିନ୍ଧୁଥାଏ, ତେବେ ଭାଙ୍ଗ ଗଛର ପତ୍ରକୁ ବାଟି ଏହାର ରସକୁ କାନରେ ଦୁଇ, ତିନି ବୁନ୍ଧା କାନରେ ପକାନ୍ତୁ, ଦେଖିବେ ଧୀରେ ଧୀରେ ମୁଣ୍ଡବିନ୍ଧାରୁ ମୁକ୍ତି ମିଳିବ ।

 

- ଅଧିକ ଭାଙ୍ଗର ସେବନ କରିବା ଦ୍ୱାରା ଯେକୌଣସି ବ୍ୟକ୍ତି ନିଜର ଭାରସାମ୍ୟ ହରାଇପାରନ୍ତି । କିନ୍ତୁ ଠିକ ମାତ୍ରାରେ ଭାଙ୍ଗର ସେବନ କରିବା ଦ୍ୱାରା ମାନସିକ ରୋଗୀଙ୍କୁ ପାଇଦା ମିଲିଥାଏ । ହେଙ୍ଗୁ ସହିତ ଏହାକୁ ମିଶାଇ ମାନସିକ ରୋଗୀଙ୍କୁ ଦେବା ଉଚିତ ।

 

- ଭାଙ୍ଗ ଖାଇଲେ ଭୋକ ମରିଯାଇ ଥାଏ, କିନ୍ତୁ ଠିକ ପରିମାଣରେ ଭାଙ୍ଗ ଖାଇଲେ ଏହା ଭୋକ ବଢାଇ ଥାଏ । ତେବେ ଏଥିପାଇଁ କୌଣସି ଆୟୁର୍ବେଦିକ ଡାକ୍ତରଙ୍କର ପରାମର୍ଶ ଲୋଡନ୍ତୁ ।

 

- ଅନେକ ଲୋକ ଶାରୀରିକ ସମସ୍ୟା ରଖିବା ସମସ୍ୟାରେ ସମ୍ମୁଖୀନ ହୁଅନ୍ତି । ଏଥିପାଇଁ ଡାକ୍ତରଙ୍କ ସହ ପରାମର୍ଶ କରି ସଠିକ ମାତ୍ରରେ ଭାଙ୍ଗର ସେବନ କରିବା ଦ୍ୱାରା ଏହି ସମସ୍ୟାରେ ମୁକ୍ତି ମିଳେ ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon