ରାଶିଫଳ ନଭେମ୍ବର 18-24 : ଏହି ସାତ ରାଶି ପାଇଁ ଶୁଭ ସମୟ

Monday, November 18, 2019

(ବେତାର  ବ୍ୟୁରୋ)  ଚଳିତ ସପ୍ତାହରେ ଚନ୍ଦ୍ରମା କର୍କଟ ରାଶିରୁ ଯାତ୍ରା ଆରମ୍ଭ କରି ତୁଳା ରାଶିଯାଏଁ ଯିବେ। ଏହି ସମୟ ମଧ୍ୟରେ ଚନ୍ଦ୍ରଙ୍କ ସଂଯୋଗ ରାହୁ-କେତୁ, ବୃହସ୍ପତି ତଥା ଶନି ଗ୍ରହ ସହିତ ହେବ । ଫଳରେ ଅନେକଙ୍କୁ ବାଣିଜ୍ୟ, ବ୍ୟବସାୟ ତଥା କର୍ମ କ୍ଷେତ୍ରରେ ନୂଆ ସୁଯୋଗ ମିଳିବ। ସେହିପରି କିଛି ବ୍ୟକ୍ତିଙ୍କ ପାଇଁ ଏହି ସପ୍ତାହରେ ଅସୁବିଧା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ସମୟରେ ପ୍ରାୟ 7 ଟି ରାଶି ପାଇଁ ଶୁଭ ସମୟ ଥିବାବେଳେ ଅନ୍ୟ 5 ରାଶିପାଇଁ ସମୟ ସେତେ ଶୁଭ ନୁହେଁ।

 

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ। 

 

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶାଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

ମେଷ :  ସପ୍ତାହ ଆରମ୍ଭ-. ଭଲ ଆର୍ଥିକ ସ୍ଥିତି ଯୋଗୁଁ ବିଳାଶବ୍ୟସନ ବିଷୟରେ ଭାବିବେ। ସପ୍ତାହ ମଝି- ସ୍ୱାସ୍ଥ୍ୟ ସାମାନ୍ୟ ବିଗିଡିପାରେ। ସପ୍ତାହ ଶେଷ - ମନ ପ୍ରଫୁଲ୍ଲ ରହିବ, ଖୁସି ଖବର ପାଇପାରିବେ।


ବୃଷ : ସପ୍ତାହ ଆରମ୍ଭ- ରାଜନୀତିଜ୍ଞ, କଳାକାର ଆଦିଙ୍କପାଇଁ ଉତ୍ତମ ସମୟ।  ସପ୍ତାହ ମଝି-ଆର୍ଥିକ ଉନ୍ନତିର ସମାଚାର ମିଳିବ। ସପ୍ତାହ ଶେଷ - ଜୀବନ ସାଥୀଙ୍କ ସହ ଉତ୍ତମ ସମୟ ବିତିବ। 

 

ମିଥୁନ :  ସପ୍ତାହ ଆରମ୍ଭ- କର୍ମକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି, ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ।  ସପ୍ତାହ ମଝି- ପରିବାରରରେ ସମୟ ଭଲରେ କଟିବ। ସପ୍ତାହ ଶେଷ - ଗୁଣୀ, ଜ୍ଞାନୀଜନଙ୍କ ପ୍ରଶଂସା ମିଳିବ। 

 

କର୍କଟ :  ସପ୍ତାହ ଆରମ୍ଭ- ଚାକିରିଆ ତଥା ବ୍ୟବସାୟୀଙ୍କ ସମୃଦ୍ଧିର ସମୟ, ନୂଆ କାର୍ଯ୍ୟ ବା ଚାକିରୀ ମିଳିପାରେ।। ସପ୍ତାହ ମଝି-ଦାମ୍ପତ୍ୟ ଜୀବନ ଭଲରେ କଟିବ। ସପ୍ତାହ ଶେଷ -ଖୁସିବାସରେ ସମୟ ବିତିବ।


ସିଂହ :  ସପ୍ତାହ ଆରମ୍ଭ- ଭୂମି, ଔଷଧ, ଶିକ୍ଷା, ନିର୍ମାଣ ତଥା ରାଜନୀତି କ୍ଷେତ୍ରରେ କାମ କରୁଥିଲେ ନିଜ କାମ ପାଇଁ ପ୍ରଶଂସା ପାଇବେ। ସପ୍ତାହ ମଝି- ଆର୍ଥିକ ଉନ୍ନତି ହେବ ବା ସେହିଭଳି ଖବର ପାଇବେ। ସପ୍ତାହ ଶେଷ - ବ୍ୟସ୍ତତାରେ କଟିବ, ସ୍ୱାସ୍ଥ୍ୟ ସାମାନ୍ୟ ବିଗିଡିପାରେ।

 

କନ୍ୟା : ସପ୍ତାହ ଆରମ୍ଭ- କୌଣସି ନୂଆକାମ ଆରମ୍ଭ କରିବାକୁ ଭାବୁଥିଲେ କୌଣସି କାରଣ ବଶତଃ ତାହା ବିଳମ୍ବ ହୋଇପାରେ। ସପ୍ତାହ ମଝି-ବ୍ୟକ୍ତିଗତ ଜୀବନ ଖୁସିରେ କଟିଲେ ମଧ୍ୟ ଖାଇବାପିଇବା ଓ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଭୁଲନ୍ତୁ ନାହିଁ। ସପ୍ତାହ ଶେଷ - ଜରୁରୀ କାଗଜପତ୍ର ସମ୍ବନ୍ଧୀୟ  ବାଦବିବାଦରୁ ଦୁରେଇ ରୁହନ୍ତୁ।

 

ତୁଳା : ସପ୍ତାହ ଆରମ୍ଭ-ପ୍ରତିଯୋଗିତାରେ ଭାଗ ନେଉଥିଲେ ଉତ୍ତମ ପ୍ରଦର୍ଶନ କରିପାରିବେ।ସପ୍ତାହ ମଝି-ଜୀବନସାଥୀଙ୍କ ସହିତ ବିବାଦ ଦେଖାଦେଇପାରେ। ସପ୍ତାହ ଶେଷ - ଆର୍ଥିକ ଉନ୍ନତିର ବାଟ ଖୋଲିବ।


ବିଛା : ସପ୍ତାହ ଆରମ୍ଭ- ପ୍ରଫେସନାଲ ମାନେ ତଥା କ୍ରୀଡ଼ାବିତ ଦକ୍ଷତା ଦେଖାଇ ଅର୍ଥଲାଭ କରିବା ପାଇଁ ଉତ୍ତମ ସମୟ। ସପ୍ତାହ ମଝି- ଆର୍ଥିକସ୍ଥିତି ଉନ୍ନତି ହେବ। ସପ୍ତାହ ଶେଷ -କର୍ମକ୍ଷେତ୍ରରେ ଅସୁବିଧା ଦେଖେଦେଇପାରେ, ମାତ୍ର ଏହାକୁ ଆରାମ ରେ ପାର କରିପାରିବେ।

 

ଧନୁ : ସପ୍ତାହ ଆରମ୍ଭ- ଘରୋଇ ବା କର୍ମକ୍ଷେତ୍ରରେ କୌଣସି ଆୟୋଜନ ନେଇ ବ୍ୟସ୍ତ ରହିବେ। ସପ୍ତାହ ମଝି- ସ୍ୱାସ୍ଥ୍ୟ ଉତ୍ତମ ରହିବ। ସପ୍ତାହ ଶେଷ -ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇ ଖୁସିରେ ସମୟ କଟିବ।


ମକର : ସପ୍ତାହ ଆରମ୍ଭ- ବହୁ ଦିନରୁ ଲାଗି ରହିଥିବା ବିବାଦ ତୁଟିବାର ବାଟ ଖୋଲିବ। ସପ୍ତାହ ମଝି- ମନୋରଞ୍ଜନର ସମୟ ବିତିବ। ସପ୍ତାହ ଶେଷ - ଆତ୍ମବିଶ୍ୱାସରେ ବୃଦ୍ଧି ଘଟିବ।

 

କୁମ୍ଭ : ସପ୍ତାହ ଆରମ୍ଭ- ନିଜର ଦକ୍ଷତା ବଢ଼ାଇବା ଲାଗି କର୍ମଠ ହେବେ। ସପ୍ତାହ ମଝି- ଧନ ବ୍ୟୟ ହେବା କାରଣରୁ ବିରକ୍ତ ହୋଇପାରନ୍ତି। ସପ୍ତାହ ଶେଷ - ଉତ୍ତମ ସ୍ୱାସ୍ଥ୍ୟ  ଆପଣଙ୍କ ମନୋବଳ ଉଚ୍ଚ କରିବ। 

 

ମୀନ :  ସପ୍ତାହ ଆରମ୍ଭ- ସ୍ୱାସ୍ଥ୍ୟ ଉତ୍ତମ ରହିବା ଫଳରେ ଭବିଷ୍ୟତ ପାଇଁ ଯୋଜନା ତିଆରି କରିବାରେ ମନଯୋଗ ଦେବେ। ସପ୍ତାହ ମଝି- ଆୟ ଉତ୍ତମ ରହିବ ଓ ମନ ପ୍ରଫୁଲ୍ଲ ରହିବ। ସପ୍ତାହ ଶେଷ - ଦାମ୍ପତ୍ୟ ଜୀବନରେ ବିବାଦ ଦେଖାଦେଇପାରେ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon