ଆପଣଙ୍କ ୱାଶିଙ୍ଗ ମେସିନରେ ବଢୁଛି ବ୍ୟାକ୍ଟେରିଆ : ଜାଣି ରଖନ୍ତୁ ଏହି 3 କଥା

Tuesday, November 19, 2019

(ବେତାର ବ୍ୟୁରୋ) ନିକଟରେ ଜର୍ମାନୀର ଏକ ହସ୍ପିଟାଲରେ ଥିବା ଲୁଗାଧୁଆ ୱାଶିଂ ମେସିନରେ ବ୍ୟାକ୍ଟେରିଆ ଥିବାର ସନ୍ଦେହ କରାଯାଇଥିଲା। ପରୀକ୍ଷଣ ପରେ ଜଣାପଡିଲା ଯେ ଏଥିରେ ଥିବା ଜୀବାଣୁ ଜୀବନ ନାଶକାରୀ ନହେଲେ ମଧ୍ୟ ଡାଏରିଆ, ପେଟ ଗଣ୍ଡଗୋଳ, ନିମୋନିଆ ଆଦି ରୋଗ ପ୍ରଦାନ କରିଥାନ୍ତି ତଥା ଶରୀରର ରୋଗ ପ୍ରତିଷେଧକ ଶକ୍ତି ହ୍ରାସ କରାଇଥାନ୍ତି। 

 

ଏମିତି ବଢେ ବ୍ୟାକ୍ଟେରିଆ 

ଆଜିକାଲି ବଜାରରେ ମିଳୁଥିବା ଅନେକ ୱାଶିଂ ମେସିନ କମ ବିଜୁଳି ବିଲ ଆସିବା ପାଇଁ କମ ତାପମାତ୍ରାରେ ଲୁଗା ଧୋଇବା କ୍ରିୟା ଶେଷ କରିଥାନ୍ତି। ଫଳରେ ବିଜୁଳି ବିଲ ସଞ୍ଚୟ ଓ ଲୁଗାଧୁଆ ହୁଏ ସିନା, ଜୀବାଣୁ ଗୁଡିକ ଜମି ରୁହନ୍ତି ଓ ସହଜରେ ବଂଶ ବିସ୍ତାର କରନ୍ତି।  

 

ପରେ ଏଗୁଡିକ ଅନ୍ୟ ଲୁଗା ସହିତ ଲାଗି ରୁହନ୍ତି ଓ ପରିବାରର ଦୁର୍ବଳ ସଦସ୍ୟ ଯଥା ବୃଦ୍ଧ, ରୋଗୀ ତଥା ଶିଶୁଙ୍କୁ ଆକ୍ରମଣ କରିଥାନ୍ତି।


ତେବେ ଏହା ବିରୁଦ୍ଧରେ କିଛି ବିଶେଷଜ୍ଞ ଯୁକ୍ତି ବାଢି କୁହନ୍ତି ଯେ ପ୍ରଥମତଃ ଏହି ସବୁ ବ୍ୟାକ୍ଟେରିଆ ସେତେ ପରିମାଣର ବିପଦଜନକ ନୁହେଁ। ତାହାଛଡ଼ା ଯେଉଁ ୱାଶିଂ ମେସିନରୁ ବ୍ୟାକ୍ଟେରିଆ ଥିବା ଠାବ କରାଯାଇଥିଲା, ତାହା ଏକ ହସପିଟାଲରେ ଥିବାରୁ ସେଥିରେ ବ୍ୟାକ୍ଟେରିଆ ପରିମାଣର ଅଧିକ ଥାଇପାରେ, ଯାହାକି ଘରୋଇ ୱାଶିଂ ମେସିନ ପାଇଁ ଠିକ ନ ହୋଇ ପାରେ। 

  

ଜାଣି ରଖନ୍ତୁ ଉପାୟ

ତେବେ ପରିସ୍ଥିତି ଯାହା ହେଉ ନା କାହିଁକି ଆପଣଙ୍କୁ ସମ୍ଭାବ୍ୟ ବିପଦପାଇଁ ପ୍ରସ୍ତୁତ ହୋଇ ରହିବାକୁ ପଡିବ ତଥା ବିଶେଷ ସାବଧାନତା ଅବଲମ୍ବନ କରିବାକୁ ପଡିବ।

 

 

ସେଗୁଡିକ ହେଲା


--ବଜାରରେ disinfectants ତରଳ ସହଜରେ ମିଳିଥାଏ।ଏହାକୁ ଆଣି ୱାଶିଂ ମେସିନରେ ଲୁଗା ଧୋଇବା ସମୟରେ ବ୍ୟବହାର କରିପାରିବେ। 


--ଭଲ କ୍ବାଲିଟିର ଡିଟରଜେଣ୍ଟରେ ଏପରି କିଛି ତତ୍ତ୍ବ ଥାଏ, ଯାହା ପାଣିରେ ମିଶିବା ମାତ୍ରେ ଏହାର ତାପମାତ୍ରା ବଢ଼ାଇଥାଏ। ସେହିଭଳି ପାଉଡର ବ୍ୟବହାର କରନ୍ତୁ। ନହେଲେ ଉଷୁମ ବା ଗରମ ପାଣିରେ ମଧ୍ୟ ଲୁଗା ଧୋଇ ପାରିବେ। 


--ମାସକୁ ଥରେ ଶୁଖିଲା କପଡାରେ ୱାଶିଂ ମେସିନର ଭିତର ଅଂଶ, ପାଣି ଜମୁଥିବା ଅଂଶ ଇତ୍ୟାଦିକୁ ଭଲ ଭାବରେ ପୋଛିବାକୁ ଭୁଲନ୍ତୁ ନାହିଁ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon