
(ବେତାର ବ୍ୟୁରୋ) ବେଳେବେଳେ ଦେଖାଯାଏ ଯେ କିଛି ବ୍ୟକ୍ତି ଘର ବା ଗାଡି ଚାବି ରଖି ଭୁଲି ଯାଆନ୍ତି। କେବେଳ ଚାବି ନୁହେଁ ମୋବାଇଲ, ଜରୁରୀ କାଗଜ ରଖି ମଧ୍ୟ ଭୁଲିଯିବାର ଦେଖାଯାଏ। ଏପରି ଥରେ ଅଧେ ପ୍ରାୟ ସମସ୍ତଙ୍କ ସହିତ ଘଟିଥାଏ। ତେବେ ଯଦି ବାରମ୍ବାର ଏପରି ହୁଏ ତେବେ ଏହା ଆଇରନ ର ଅଭାବ କୁ ଦର୍ଶାଇଥାଏ।
ଆସନ୍ତୁ ଜାଣିବା ବିଶ୍ବ ଆଇରନ ଦିବସରେ ଆଇରନ ଅଭାବରୁ କି କି ଲକ୍ଷଣ ଦେଖାଯାଏ ଓ କିପରି କରିବେ ଏହାର ପ୍ରତିକାର ।
ଆଇରନ ଆମ ଶରୀର ନିମନ୍ତେ ଏକ ଜରୁରୀ ଧାତବ (ମିନେରାଲ) । ଏହାର ଉପସ୍ଥିତି ରକ୍ତ ଚଳନରେ ସହଯୋଗ କରିଥାଏ।ତେବେ ଏହାର ଅଭାବରେ
1) ବାରମ୍ବାର କେଶ ଉପୁଡ଼ିଥାଏ। ଏପରିକି ବିଭିନ୍ନ କେଶ ଶକ୍ତକାରୀ ପ୍ରଡକ୍ଟ ବ୍ୟବହାର କରିବା ପରେ ମଧ୍ୟ କେଶ ଉପୁଡିବା କମି ନ ଥାଏ।
2) ଅଳ୍ପ କିଛି ପରିଶ୍ରମ ରେ ଥକ୍କା ଲାଗିଥାଏ। ହାଲିଆ ଲାଗିବା ଆଇରନ ଅଭାବର ଏକ ମୁଖ୍ୟ ଲକ୍ଷଣ।
3) ମହିଳାଙ୍କ ମାସିକ ଋତୁସ୍ରାବ ସମୟରେ ଅତ୍ୟଧିକ ରକ୍ତସ୍ରାବ ହୋଇଥାଏ।
4) ଶରୀରରୁ ରକ୍ତ କମିଯିବା ମଧ୍ୟ ଆଇରନ ଅଭାବର ଏକ ଲକ୍ଷଣ।
5) ସେହିପରି ବାରମ୍ବାର ମୁଣ୍ଡ ବିନ୍ଧିବା, ଛାତି ଧଡ଼ଧଡ଼ ହେବା, ଗୋଡ ବା ହାତ ଥରିବା ଓ ଭଲ ଭାବେ ନିଦ ନ ହେବା ଇତ୍ୟାଦି ମଧ୍ୟ ଶରୀରର ଆଇରନ୍ ଅଭାବ ଯୋଗୁଁ ହୋଇଥାଏ।
ତେବେ ଏହିସବୁ ଲକ୍ଷଣ ଦେଖାଯାଉଥିଲେ ମଧ୍ୟ ଆପଣ ଡାକ୍ତରଙ୍କ ସହ ପରାମର୍ଶ ଲାରୀ ଔଷଧ ଖାଇନେବା ଉଚିତ। ଏହା ବ୍ୟତୀତ ଘରୋଇ ଭାବେ ଆପଣ ନିଜର ଦୈନନ୍ଦିନ ଖାଦ୍ୟରେ ଏପରି କିଛି ସାମିଲ କରିପାରିବେ ଯାହା ଆପଣଙ୍କ ଶରୀରରେ ଆଇରନ ଅଭାବ ହେବାକୁ ଦେଇ ନ ଥାଏ।
1) ଚିଙ୍ଗୁଡ଼ି ଓ ଚିକେନ୍ ଏକ ଭଲ ଆଇରନର ସ୍ରୋତ ଭାବେ ଜଣାଶୁଣା। ଏହାକୁ ହାଲୁକା ଭାଜି ଖାଇଲେ ଏହାର ଉପକାରୀ ଗୁଣ ଶରୀରକୁ ଆସିଥାଏ।
2)ଡାଲି ଜାତୀୟ ଶସ୍ୟ-କାବୁଲି ବୁଟ, ହରଡ଼, ମୁଦ ଇତ୍ୟାଦି ରେ ପ୍ରଚୁର ପରିମାଣରେ ଆଇରନ ଥାଏ।
3) ଶାଗ: ପ୍ରାୟ ପ୍ରତ୍ୟେକ ଶାଗରେ ଆଇରନ ରହିଥାଏ। ତେବେ ପାଳଙ୍ଗ ଶାଗ ରେ ଆଇରନ୍ ପରିମାଣ ଅଧିକ ଥାଏ। ପାଳଙ୍ଗ ବଦଳରେ ଆପଣ ସଜନା ଶାଗ ମଧ୍ୟ ବ୍ୟବହାର କରିପାରିବେ।
4)କଖାରୁ ମଞ୍ଜି : କଖାରୁ ମଞ୍ଜିରେ ପ୍ରୋଟିନ ଓ ଆଇରନ ଭାରି ରହିଥାଏ। ବଜାରରେ ଭଜା ବା ରୋଷ୍ଟେଡ଼ କଖାରୁ ମଞ୍ଜି ମିଳିଥାଏ। ଏହାକୁ ସ୍ନାକ ଭାବେ ଖିଆଯାଇପାରେ।
5) ଡାର୍କ ଚକୋଲେଟ : ଏକ 30 ଗ୍ରାମ ଡାର୍କ ଚକଲେଟରେ ପ୍ରାୟ 3 ଗ୍ରାମ ଆଇରନ ରହିଥାଏ, ଯାହା ଦୈନିକ ଅଵଶ୍ୟକତାର ପାଞ୍ଚ ଭାଗରୁ ଭାଗେ। ଏତଦ୍ବ୍ୟତୀତ ଏହା ପାଚନ କ୍ରିୟାରେ ମଧ୍ୟ ସାହାଯ୍ୟ କରିଥାଏ।