ଏହି କାଗଜ ଥିଲେ 15 ବର୍ଷର ପୁରୁଣା ଗାଡି ବି ଚାଲିପାରିବ

Wednesday, November 27, 2019

 

(ବେତାର ବ୍ୟୁରୋ) ଓଡିଶାରେ ନୂଆ ମୋଟର ଯାନ ଆଇନ ହିସାବରେ ଫାଇନ ଆଦାୟ ଡିସେମ୍ବର ମାଣସାରୁ ହେବାକୁ ଯାଉଛି । ଏହି ଆଇନରେ 15 ବର୍ଷରୁ ପୁରୁଣା ଗାଡି ଗୁଡିକୁ ଚାଳାଇବା ନିଷିଦ୍ଧ ହୋଇଛି ବୋଲି ଏକ ନିୟମ ରହିଥିଲା ଯାହାକୁ ନେଇ ଅନେକ ସଂଶୟ ଲୋକମାନଙ୍କ ମନରେ ସୃଷ୍ଟି ହୋଇଥିଲା ।

 

ତେବେ ଯଦିଓ ଏହି ନିୟମ ଏବେ ବି ବଳବତ୍ତର ରହିଛି , ଓଡିଶା ସରକାର ସେଥିରେ କିଛି ସଂଶୋଧନ କରିଛନ୍ତି ।

ଓଡିଶା ପରିବହନ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ପ୍ରାୟ 22 ଲକ୍ଷ ଦଶ ହଜାର 15 ବର୍ଷରୁ ପୁରୁଣା ଗାଡି ଥିବା ବେଳେ ସେଥିମଧ୍ୟରୁ ପ୍ରାୟ 11 ଲକ୍ଷ ରାସ୍ତାରେ ଗଡୁଛି । ନୂଆ ନିୟମ ଲାଗୁ ହେଲେ ଏତେ ସଂଖ୍ୟକ ଗାଡି ଚଳାଇବା ନିଷିଦ୍ଧ ହୋଇଥାନ୍ତା , ଯାହାକି ଏକ ସମସ୍ୟା ସୃଷ୍ଟି କରିଥାନ୍ତା ।  

 

ଏଣୁ ଓଡିଶାରେ ପରିବହନ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ଗାଡିଗୁଡିକୁ ବାଦ ଦେଇ  ଘରୋଇ ଗାଡି, ଯେଉଁ ଗୁଡିକର ବୟସ 15 ବର୍ଷରୁ ଅଧିକ ହୋଇ ସାରିଛି , ସେଗୁଡିକୁ ଚଳାଇବା ପାଇଁ ରାଜ୍ୟ ସରକାର ରାଜି ହୋଇଛନ୍ତି ।

 

ନୂଆ ନିୟମ  

ଓଡିଶା ପରିବହନ ବିଭାଗ ଅନୁସାରେ ରାସ୍ତାରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡି ଚଳାଇବାକୁ ହେଲେ ଆରଟିଓରୁ ଗାଡିର ରେଜିଷ୍ଟ୍ରେସନ ରିନ୍ୟୁ କରିବାକୁ ପଡିବ । ଏହାଛଡା ଗାଡିର ଫିଟନେସ ସାର୍ଟିଫିକେଟ ବୈଧ ଥିବା ଯାଏଁ ଗାଡିର ରେଜିଷ୍ଟ୍ରେସନ ବୈଧ ରହିବ ବୋଲି ସ୍ପଷ୍ଟ କରାଯାଇଛି । ଫିଟନେସ ସାର୍ଟିଫିକେଟକୁ ମଧ୍ୟ ପୁଣିଥରେ ପଞ୍ଜୀକରଣ କରିପାରିବେ ଗାଡି ମାଲିକ ।

 

କିପରି ପାଇବେ

ଏଥିପାଇଁ ଆପଣ ବାହନ ଆପ ବା ୱେବ୍ସାଇଟ (vaahan) ଜାରିଆରେ ଆପଣଙ୍କ ରାଜ୍ୟର RTO  ବିଭାଗରେ fitness ସାର୍ଟିଫିକେଟ ନବୀକରଣ ପାଇଁ ଓ ରେଜିଷ୍ଟ୍ରେଶନ ପ୍ରମାଣପତ୍ର ନବୀକରଣ ପାଇଁ ଆବେଦନ କରିପାରିବେ ।

 

ନଚେତ ନିକଟସ୍ଥ ଆରଟିଓ ଯାଇ ଆବେଦନ କରିପାରିବେ । ଯଦି ଆପଣଙ୍କ ଗାଡି ଅନ୍ୟ ଏକ RTO ରେ ପଞ୍ଜୀକୃତ ହୋଇଛି , ତେବେ ବି ଆପଣ ଯେ କୌଣସି ଆରଟିଓରେ ଆବେଦନ କରିପାରିବେ ।

ଏଥିପାଇଁ ଗାଡିର ଆବଶ୍ୟକୀୟ ଡକୁମେଣ୍ଟ, ପ୍ରଦୂଷଣ ସାର୍ଟିଫିକେଟ, ଦୁଇଟି ପାସପୋର୍ଟ ଫଟୋ ନେଇ କାର୍ଯ୍ୟାଳୟ ଯାଆନ୍ତୁ ।    

 

ତେବେ କେନ୍ଦ୍ର ସରକାରଙ୍କ ନୂଆ ନିୟମ ଅନୁସାରେ ଦୁଇଚକିଆ ଓ ତିନି ଚକିଆ ଯାନର   ନବୀକରଣ ପାଇଁ ଫି’ 200-300 ଟଙ୍କାରୁ ବୃଦ୍ଧି କରାଯାଇ 2000-3000 ଟଙ୍କା କରାଯାଇଛି । ଓଡିଶା ସରକାର ଏହି ଫି’ବୃଦ୍ଧି କୁ ଗ୍ରହଣ କରିଛନ୍ତି କି ନା ସେ ବିଷୟରେ ସ୍ପଷ୍ଟ କରିନାହାନ୍ତି ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon