
(ବେତାର ବ୍ୟୁରୋ) ଭାରତର ଅଗ୍ରଣୀ ସ୍ମାର୍ଟଫୋନ ବିକ୍ରେତା ତଥା ଚାଇନାର ଅନ୍ୟତମ ବୃହତ କମ୍ପାନୀ ସାଓମି (XIOMI) ଶୁକ୍ରବାର ଠାରୁ ଏହାର ବ୍ଲାକ ଫ୍ରାଇଡେ ସେଲ ଭାରତରେ ଆରମ୍ଭ କରିବାକୁ ଯାଉଛି। ଏହି ସେଲରେ କମ୍ପାନୀ ଅନେକ ସ୍ମାର୍ଟଫୋନର ନୂଆ ଅବତାର ଲଞ୍ଚ କରିବା ସହିତ ଏହାର ନିକଟରେ ଲଞ୍ଚ ହୋଇସାରିଥିବା ଅନେକ ଫୋନ ଉପରେ ଆକର୍ଷଣୀୟ ରିହାତି ଦେବାର ଘୋଷଣା କରିଛି ।
ଏହାଛଡା ଏହି ସେଲ ରେ ହେଡସେଟ, ବ୍ଲୁ ଟୁଥ ସ୍ପିକର , ସ୍ମାର୍ଟଘଣ୍ଟା ଇତ୍ୟାଦି ମଧ୍ୟ ଆକର୍ଷଣୀୟ ଦାମରେ ମିଳିବ ବୋଲି କମ୍ପାନୀ ସୂତ୍ରରୁ ଜଣାପଡିଛି ।
ସେଲ୍ ସମୟ
କମ୍ପାନୀ ତରଫରୁ ସେଲ ନଭେମ୍ବର 29 ତାରିଖ (ଶୁକ୍ରବାର) ଦିନ ଆରମ୍ଭ ହେବ । ତେବେ ତାରିଖ ହିସାବରେ ଦେଖିଲେ ଏହା ବାସ୍ତବରେ ନଭେମ୍ବର 28 ତାରିଖ ରାତି 12 ପରେ ଆରମ୍ଭ ହେବ । ଏହା ଡିସେମ୍ବର 2 ତାରିଖ 11.59 ମିନିଟରେ ଶେଷ ହେବ ।

ଏଥିପାଇଁ ଆପଣ ପ୍ରଥମେ www.mi.com/in ରେ ଲଗ ଇନ କରି ନିଜର ନାମ ରେଜିଷ୍ଟ୍ରେଶନ କରାଇବେ । ଏହାପରେ ଯଦି ଆପଣଙ୍କ ପାଖେ HDFC ର ଡେବିଟ କାର୍ଡ୍ କିମ୍ବା କ୍ରେଡିଟ କାର୍ଡ ଅଛି ତେବେ ଆପଣ ଏହାର ବିବରଣୀ ମଧ୍ୟ ୱେବସାଇଟରେ ଜମା କରିନିଅନ୍ତୁ । କାରଣ ସେଲ ଆରମ୍ଭ ହେବା ମାତ୍ରେ ଆଖି ପିଛୁଳାଖେ ଜିନିଷ ସରିଯିବାର ସମ୍ଭାବନା ରହିଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଆଗରୁ କରିନେବା ଭଲ ।
HDFC କାର୍ଡ ଜରିଆରେ ୱେବସାଇଟରୁ କିଣୁଥିବା ପ୍ରତ୍ୟେକ ଗ୍ରାହକ ଙ୍କ ମୋଟ କିଣା ମୂଲ୍ୟ ଟ.8000 ରୁ ଅଧିକ ହେଲେ ସେମାନେ କିଣା ମୂଲ୍ୟ ଉପରେ 10% ରିହାତି ପାଇବାର ହକଦାର ହେବେ । ତେବେ ଏହି ରିହାତି ପରିମାଣ ଟ.1,000ରୁ ଅଧିକ ହେବ ନାହିଁ ବୋଲି କମ୍ପାନୀ ଘୋଷଣା କରିଛି ।
ଶସ୍ତା ଫୋନ
ଏହି ସେଲରେ MI ର A7 ଫୋନ 6,999 ଟଙ୍କାରେ ମିଳିବ, ଯାହାକି ଆଗରୁ 9,999 ଟଙ୍କା ଥିଲା । ସେହିପରି RedMIଏ Y3 ମୂଲ୍ୟ 11,999ରୁ ଖସି 7,999 ରେ ବିକ୍ରି ହେବ । କମ ଦାମୀକିଆ ଫୋନରେ ପ୍ରମୁଖ ରେଡମି GOର ଦର 4,449 ରଖାଯାଇଛି ଯାହା ପୁରାବୃ ପ୍ରାୟ 6 ହଜାର ଦର ଥିଲା ।
ଫ୍ଲାଶ ସେଲ
ବ୍ଲାକ ଫ୍ରାଇଡେ ସେଲ ସମୟରେ ମଝିରେ ମଝିରେ ଏକ ଘଣ୍ଟିକିଆ ଫ୍ଲାଶ ସେଲ ଅନୁଷ୍ଠିତ ହେବ ଯାହା 29 ତାରିଖ ଦିନ 10 ରେ, 4ଟାରେ ଓ ସନ୍ଧ୍ୟା 6ରେ ଅନୁଷ୍ଠିତ ହେବ ।
ଏହି ସ୍ଵତନ୍ତ୍ର ଫ୍ଲାସ ସେଲରେ ସ୍ମାର୍ଟ LED ଲାଇଟ 699 ଟଙ୍କାରେ ଓ MI ବ୍ଲୁ ଟୁଥ ସ୍ପିକର 999 ଟଙ୍କାରେ ମିଳିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି ।