ବାସ୍ତୁ ବେତାର : ଶୟନ କକ୍ଷରେ ରହିଛି ଧନସମ୍ପତ୍ତି ସମସ୍ୟାର ସମାଧାନ

Saturday, November 30, 2019

(ବେତାର ବ୍ୟୁରୋ) ଘରେ କୌଣସି ବାସ୍ତୁ ଦୋଷ ରହିଲେ ନାନାଦି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଧନ ଓ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସହ ଅଯଥା କଳହ ଆଦି ଦେଖା ଦେଇଥାଏ। ତେବେ ବାସ୍ତୁ ଶାସ୍ତ୍ରରେ ଏସବୁ ସମସ୍ୟା ପାଇଁ ଶୟନ କକ୍ଷକୁ ଅତ୍ୟନ୍ତ ଗୁରୁତ୍ଵ ପ୍ରଦାନ କରାଯାଇଛି ।

 

କାରଣ ଶୋଇବା ଘରେ ବ୍ୟକ୍ତି 24 ଘଣ୍ଟା ମଧ୍ୟରେ ଏକ ପ୍ରମୁଖ ଅଂଶ ବିତାଇଥାଏ ।  ଏଣୁ ଶୋଇବା ଘରର ଆସବାବପତ୍ର,କାନ୍ଥ ରଙ୍ଗ , ଲାଇଟ ବଲ୍ବ, ଝରକା , ଦର୍ପଣର ସ୍ଥିତି ବ୍ୟକ୍ତିର ମାନସିକ ଅବସ୍ଥା ଉପରେ ପ୍ରଭାବ ପକାଇଥାଏ । ଶୋଇବା ସମୟରେ ଯେଉଁ ପ୍ରଭାବ ପଡେ ମନୁଷ୍ୟ ସେହି ପ୍ରଭାବରେ ତା’ ପର ଦିନ ବିତାଇଥାଏ ।

 

ଏଣୁ ଧନ ସମ୍ପତ୍ତି ସମସ୍ୟା, ପାରିବାରିକ କଳହ ଲାଗି ରହୁଥିଲେ ଶୟନ କକ୍ଷର ବାସ୍ତୁ ଉପଚାର ଜରୁରୀ ।  ଏପରି କିଛି ବାସ୍ତୁ ଟିପ୍ସ ଅଛି, ଯାହାକୁ ଆପଣାଇବା ଦ୍ବାରା ବାସ୍ତୁ ଦୋଷ ଦୂର ହେବା ସହ ଧନ ଆଗମନର ସମସ୍ୟା ଦୂର ହୋଇଥାଏ । ଆସନ୍ତୁ ଜାଣିବା ଏହିପରି କିଛି ବାସ୍ତୁ ଟିପ୍ସ ବିଷୟରେ –

 

 

-ଶୋଇବା ଘରେ କମ ଜିନିଷପତ୍ର ରଖିବାକୁ ଚେଷ୍ଟା କରନ୍ତୁ ଓ ଶୋଇବା ଆଗରୁ ଝୁଣା ବା ସୁବାସିତ ଧୂପକାଠି ଲଗାଇବାକୁ ଚେଷ୍ଟା କରନ୍ତୁ । ଏହା ଭଲ ନିଦ ଆସିବାରେ ସହାୟକ ହୋଇଥାଏ ଓ ସକାରାତ୍ମକ ପରିବେଶ ସ୍ରୁତି କରେ।

 

-ପ୍ରାୟ ପ୍ରତି ସପ୍ତାହରେ ଶୋଇବା ଘରର ପ୍ରତ୍ୟେକ ଜିନିଷପତ୍ର ପୋଛାପୋଛି କରି ସଫା ରଖନ୍ତୁ ଓ ସୁବିଧା ଥିଲେ ଲୁଣ ପକାଇ ପାଣିରେ ଧୁଅନ୍ତୁ ।  

 

-ଶୋଉଥିବା ଘରର ଝରକାରେ କ୍ରିଷ୍ଟାଲ ଲଗାନ୍ତୁ। ଏହାକୁ ଛୁଇଁ ଘର ଭିତରକୁ ଆସୁଥିବା ଆଲୋକ ସକରାତ୍ମକ ପ୍ରଭାବ ପକାଏ। ଯାହା ଆପଣଙ୍କୁ ସୁସ୍ଥ ଏବଂ ଶକ୍ତିଶାଳୀ ରଖେ।


-ଏକ ଦର୍ପଣ ନେଇ ଏପରି ସ୍ଥାନରେ ଲଗାନ୍ତୁ, ଯାହାର ପ୍ରତିଫଳନ ଆଲମାରୀ କିମ୍ବା ପଇସା ରଖିଥିବା ସ୍ଥାନରେ ଯେପରି ପଡୁଥିବ। ଏହା ବ୍ୟୟ କମ୍ କରିବାରେ ସହାୟତା କରିବା ସହ ସଞ୍ଚିତ ଧନକୁ ବୃଦ୍ଧି କରିବ।


-ଆୟରେ ବାରମ୍ବାର ବାଧା ଉପୁଜୁଥିଲେ ଶୟନ କକ୍ଷରେ କିମ୍ବା ଘର କାନ୍ଥରେ ବାମ କୋଣରେ କିଛି ଓଜନିଆ ଜିନିଷ ରଖନ୍ତୁ, ବାଧା ଆଉ ଆସିବ ନାହିଁ।

 

(ବି.ଦ୍ର : ଏଥିରେ ଥିବା ବାସ୍ତୁ ଟିପ୍ସ ସର୍ବସାଧାରଣଙ୍କ ପାଇଁ ଦିଆଯାଇଛି, ଯାହାକୁ ସମସ୍ତେ ଉପଯୋଗ କରି ଦୈନନ୍ଦିନ ସମସ୍ୟାରୁ ମୁକ୍ତି ପାଇପାରିବେ  । ଆପଣଙ୍କ ଗ୍ରହଦଶା, ରାଶି ଓ ଅନ୍ୟାନ୍ୟ ପରିସ୍ଥିତି ବିଷୟରେ ଅଧିକ ଜାଣିବାକୁ ଚାହୁଁଥିଲେ କୌଣସି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)


-ଶୋଇବା ଘରେ ଆକ୍ୱାରିୟମ ରଖି ସେଥିରେ କଳା ଏବଂ ସୁନେଲୀ ରଙ୍ଗର ମାଛ ରଖନ୍ତୁ। ଏହା ଆପଣଙ୍କ ଘର ଉପରେ ପଡୁଥିବା ନକରାତ୍ମକ ଶକ୍ତିକୁ ଦୂର କରିବାରେ ସହାୟକ ହୋଇଥାଏ।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon