ଚାଣକ୍ୟ ନୀତି : ଭୁଲ୍ ରେ ବି କାହାକୁ କୁହନ୍ତୁନି ଏହି 4 କଥା

Sunday, December 1, 2019

(ବେତାର ବ୍ୟୁରୋ) ପ୍ରାୟ ସମସ୍ତଙ୍କ ଜୀବନରେ ଏଭଳି କେତେକ ରହସ୍ୟ ରହିଛି, ଯାହାକୁ ଅନ୍ୟ ସମ୍ମୁଖରେ ପ୍ରକାଶ କରାଯାଇ ନ ଥାଏ, କାରଣ ଏପରି କରିବା ଦ୍ୱାରା ନିଜର ହିଁ କ୍ଷତି ହୋଇଥାଏ। ବେଳେ ବେଳେ ଏପରି ହୋଇଥାଏ ଯେ ଆମେ ନିଜର ଭାବି କାହାକୁ କହିଥାଉ ଓ ସେ ବ୍ୟକ୍ତି ମଧ୍ୟ ଭଲ ମନରେ ଏହି କଥା ଆଉ କାହାକୁ କହିଥାଏ । ମାତ୍ର ତୃତୀୟ ବ୍ୟକ୍ତି ଜଣକ ଆପଣଙ୍କ ବିଷୟରେ ଏ କଥା ଜାଣିଲା ପରେ ଉକ୍ତ ତଥ୍ୟକୁ ଆପଣଙ୍କ ବିରୁଦ୍ଧରେ ବ୍ୟବହାର କରିବାର ସମ୍ଭାବନା ଥାଏ ।  

 

ସେଭଳି କେତେକ ରହସ୍ୟ ମଧ୍ୟରୁ ଏପରି 4ଟି ରହସ୍ୟ ବିଷୟରେ ଜାଣନ୍ତୁ, ଯାହା କାହାକୁ ମଧ୍ୟ କହିବା ଉଚିତ ନୁହେଁ। ଜାଣନ୍ତୁ ….



ସିଦ୍ଧି ବିଦ୍ୟା-
ନିଜ କର୍ମକ୍ଷେତ୍ରରେ ବା ବ୍ୟବସାୟରେ ଯଦି କୌଣସି ରହସ୍ୟ ଆପଣଙ୍କୁ ସଫଳତା ଦେଉଛି ତେବେ ତାହାକୁ ଗୁପ୍ତ କରି ରଖନ୍ତୁ । ଏହା ରହସ୍ୟ ହୋଇ ରହିଲେ ହିଁ ତାହାର ସଠିକ ଫଳ ବା ସିଦ୍ଧତା ମିଳିଥାଏ।

 

ନିଜ ବୟସ, ସ୍ୱାସ୍ଥ୍ୟ ସମସ୍ୟା -  

ଏପରି କୁହାଯାଏ ଯେ , ଅତି ଆବଶ୍ୟକ ନହେଲେ କାହାକୁ ନିଜ ପ୍ରକୃତ ବୟସ କହିବା ଉଚିତ ନୁହେଁ। ବାରମ୍ବାର ବୟସ ଜଣାଇଲେ ନିଜର ଇଚ୍ଛାଶକ୍ତି ଓ ଉତ୍ସାହ କମିଯାଇଥାଏ।ସେହିପରି ନିଜ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ସମସ୍ତଙ୍କୁ ନ ଜଣାଇଲେ ଭଲ ।


ଗୁପ୍ତ ଦାନ –
ଶାସ୍ତ୍ରରେ ଗୁପ୍ତ ଦାନର ବିଶେଷ ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ଏପରି ମାନ୍ୟତା ରହିଛି ଯେ, ଗୁପ୍ତ ଦାନ କରିବା ଦ୍ୱାରା ଅକ୍ଷୟ ପୁଣ୍ୟ ସହ ଦେବୀ-ଦେବତାଙ୍କ ଆଶୀର୍ବାଦ ମିଳିଥାଏ। ତେଣୁ ଯେଉଁ ଦାନ ଗୁପ୍ତରେ କରାଯାଏ, ତାହା କାହାକୁ ମଧ୍ୟ କୁହାଯାଇନଥାଏ।

 

ବ୍ୟକ୍ତିଗତ ସମସ୍ୟା -

ଅତି ଜରୁରୀ ନ ହେଲେ ନିଜ ବ୍ୟକ୍ତିଗତ ସମସ୍ୟା ବିଷୟରେ କାହାକୁ କୁହନ୍ତୁ ନାହିଁ । ସେହିପରି ପତିପତ୍ନୀଙ୍କ ଭିତରେ କୌଣସି କାରଣରୁ ଝଗଡ଼ା ହେଲେ ତାହା ଅନ୍ୟ କାହାକୁ କହିବା ଉଚିତ ନୁହେଁ। ଏହା ଦ୍ୱାରା ଅଧିକ କଳହ ହୋଇଥାଏ।
 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon