ଚାହାରେ ପକାନ୍ତୁ ଏହି 4 ଜିନିଷ , ଦୂରେଇ ରହିବ ସର୍ଦ୍ଦି ଥଣ୍ଡା,କାଶ

Saturday, December 7, 2019

(ବେତାର ବ୍ୟୁରୋ) ଶୀତ ଦିନ ଆସିଲେ ପାଣିପାଗରେ ପରିବର୍ତ୍ତନ ପାଇଁ  ହେଉ କିମ୍ବା ଶୀତ କାକରରେ ଅଧିକ ସମୟ ବୁଲିବା ପାଇଁ ହେଉ –କୌଣସି ନା କୌଣସି କାରଣରୁ ଶର୍ଦ୍ଦି ଥଣ୍ଡା , କଫ , ଗଳା ଦରଜ, ଦେହହାତ ବିନ୍ଧା, ମୁଣ୍ଡ ବିନ୍ଧା ଇତ୍ୟାଦି ହେବା ଏକ ସ୍ଵାଭାବିକ ସମସ୍ୟା । ଭାଇରାଲ ଜ୍ଵର ବ୍ୟତୀତ ଏହିସବୁ ସମସ୍ୟା ଏକ କପ ଗରମାଗରମ ଚା’ କପରେ ଭଲା ହୋଇପାରିବ । 

 

ତେବେ ଆୟୁର୍ବେଦ ଅନୁସାରେ ଏପରି କିଛି ଘରୋଇ ଜିନିଷ ଅଛି ଯାହାକୁ ଚାହା ପ୍ରସ୍ତୁତିରେ ବ୍ୟବହାର କରି ଆପଣ ଏହିସବୁ ଶୀତଦିନିଆ ସ୍ୱାସ୍ଥ୍ୟ ସମସ୍ୟାକୁ ଆରମରେ ଦୂରେଇ ଦେଇ ପାରିବେ ।

 

ଆସନ୍ତୁ ଜାଣିବା ସେହିସବୁ ଘରୋଇ ଜିନିଷ ବିଷୟରେ ।

 

ତୁଲସୀ : ତୁଲସୀରେ ରୋଗନାଶକରି ଅନେକ ଶକ୍ତି ବିଦ୍ୟମାନ ଥାଏ । ଏହା ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତି ବଢାଇବା ସହିତ କଫ ଓ ସର୍ଦ୍ଦି ଭଳି ସ୍ୱାସ୍ଥ୍ୟସମସ୍ୟାକୁ ଦୂରେଇବାରେ ସାହାଯ୍ୟ କରିଥାଏ । ଏହା ଶରୀରର ଏୟାର ପାସେଜକୁ ମୁକ୍ତ ରଖିବାରେ ସାହାଯ୍ୟ କରିଥାଏ ଫଳରେ କଫ ଜମିପାରି ନ ଥାଏ । ଚା’ ଫୁଟାଇବା ସମୟରେ ଏହାର କିଛି ପତ୍ର ମକଚି ସେଥିଆରେ ପକାନ୍ତୁ ଓ ତୁରନ୍ତ ପିଅନ୍ତୁ ।

ଗୋଲମରିଚ : ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି-ଇନଫ୍ଲେମେଟୋରୀ ଗୁଣ ଥିବାରୁ ତଣ୍ଟି ବସିବା ଆଦି ସମସ୍ୟାରୁ ମୁକ୍ତି ମିଳିବା ସହିତ ରୋଗ ପ୍ରତିରୋଧକ ଶକ୍ତି ଅଧିକ ସବଳ ହୋଇଥାଏ ଓ କାଶକଫ ସମସ୍ୟା ଦୂରେଇଥାଏ । ଚା’ ଫୁଟାଇବା ପରେ କପରେ ଏହାକୁ ଗୁଣ୍ଡା କରି ପକାନ୍ତୁ ଓ ଗରମ ଗରମ ପିଅନ୍ତୁ ।

 

ଲବଙ୍ଗ : ଗବେଷଣା ଅନୁସାରେ ଲବଙ୍ଗରେ ଫିନଲ  ନାମକ ଏକ ଉପାଦାନ ଥାଏ ଯାହା ସର୍ଦ୍ଦି ବ୍ୟକ୍ଟେରିଆକୁ ନିପାତ କରିବାର କ୍ଷମତା ରଖିଥାଏ । ଏହାଛଡା ଲବଙ୍ଗରେ ଥିବା ତୈଳ ଗଳାରେ ଜମିଥିବା କଫ ନାଶ କରିବାରେ ସାହାଯ୍ୟ କରିଥାଏ । ନାଲି ଚା’ ରେ ଲବଙ୍ଗ ପକାଇ ପିଇଲେ ଏଥିରୁ ମୁକ୍ତି ମିଳିଥାଏ ।

 

ଅଦା :ଏଥିରେ ଗୋଲମରିଚ ପରି  ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି-ଇନଫ୍ଲେମେଟୋରୀ ଗୁଣ ଥାଏ ଓ ତୁଳସୀ ପରି ରୋଗ ପ୍ରତିଷେଧକ ଶକ୍ତି ରହିଥାଏ ଯାହା ଶରୀରର ଏୟାର ପାସେଜକୁ ମୁକ୍ତ କରିବାରେ ସାହାଯ୍ୟ କରିଥାଏ । ଏହା ଥଣ୍ଡା ଜନିତ ସଂକ୍ରମଣରୁ ମଧ୍ୟ ରକ୍ଷା ପ୍ରଦାନ କରି ଥାଏ । ଚାହା ପ୍ରସ୍ତୁତି ସମୟରେ ଏହାକୁ ଛେଚି ପିଅନ୍ତୁ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon