‘ବଡ ନୋଟ ଦିଅ, ଖୁଚୁରା ନିଅ’ ଗ୍ୟାଙ୍ଗ ଲୁଟିଲେଣି ଲକ୍ଷାଧିକ ଟଙ୍କା, କଟକରୁ ଗିରଫ

Sunday, December 8, 2019

(ବେତାର ବ୍ୟୁରୋ) ଆପଣଙ୍କୁ କେହି ଚିହ୍ନା ଜଣା ସୂତ୍ରରୁ ଫୋନ ଆସିବ ଓ କହିବ “ ଆଜ୍ଞା ଆମ ପାଖରେ ମନ୍ଦିର ଦାନ ପେଟିରୁ ମିଳିଥିବା 10 ଟଙ୍କିଆ, 20 ଟଙ୍କିଆଇତ୍ୟାଦି ଖୁଚୁରା ନୋଟ ପ୍ରାୟ କୋଡିଏ ହଜାର ଟଙ୍କାର ଅଛି  । ଜରୁରୀ ପରିସ୍ଥିତି ପାଇଁ  ଆପଣ ମାତ୍ର ଷୋହଳ  ହଜାର ଟଙ୍କା 500 ଟଙ୍କିଆ ବା ଦୁଇ ହଜାର ଟଙ୍କିଆ ନୋଟ ନଗଦ ନେଇ ନେଇଯାଅନ୍ତୁ।“  


ଏପରି ଫୋନ କଲ ଆସିଲେ ମନରେ ଲୋଭ ଆସିବା ସ୍ଵାଭାବିକ । ବାସ୍ ଏଇ ଲୋଭର ଫାଇଦା ଉଠାଉଥିଲେ ଏକ ଗ୍ୟାଙ୍ଗ । ଉପକୂଳ ଓଡିଶାରେ ବିଭିନ୍ନ ଅଞ୍ଚଳରେ ଏମିତି କରି ଲକ୍ଷାଧିକ ଟଙ୍କା ଲୁଟିସାରିଥିବା ଏପରି ଏକ ଗ୍ୟାଙ୍ଗ କଟକରୁ ଧରାପଡିଛି । 


ଏମିତି ହେଉଥିଲା ଡିଲ 
ଠକଙ୍କ କଥାକୁ ବିଶ୍ବାସ କରି ଯେଉଁ ବ୍ୟକ୍ତି ରାଜି ହୁଏ ତାଙ୍କ କହିବା ମୁତାବକ ଦିନ ହୁଏ ଡିଲ୍ ।ଠକମାନେ ବ୍ୟାଗର ଉପରେ ଭାଗରେ ୧୦୦ ଟଙ୍କିଆ ବଣ୍ଡଲ ରଖିଥିବା ବେଳେ ତଳେ କାଗଜ ଗୁଣ୍ଡ ଭର୍ତ୍ତି କରି ଆଣିଥାନ୍ତି । ତେବେ ଟଙ୍କା ବଦଳ କରିବାକୁ ରାଜି ହୋଇଥିବା ବ୍ୟକ୍ତିଙ୍କୁ ଏହି ଠକ ସେହି ବ୍ୟାଗ ଦେଇ ଟଙ୍କା ନେଇ ଚମ୍ପଟ ମାରିଥାନ୍ତି । 


ନିକଟରେ କଟକରେ ସେହିପରି ଜଣେ ବ୍ୟବସାୟୀଙ୍କୁ ପ୍ରାୟ ଅଢେଇ ଲକ୍ଷ ଟଙ୍କା ମୂଲ୍ୟର 50 ଓ 10 ଟଙ୍କିଆ ନୋଟ ବଦଳରେ ଦୁଇଲକ୍ଷ କୋଡିଏ ହଜାର ମୂଲ୍ୟର 2,000 ଟଙ୍କା ନୋଟ ଦେଲେ ଡିଲ ହେବ ବୋଲି ସ୍ଥିର ହୋଇଥିଲା । ତେବେ ଏଥର ସେହିପରି କରୁଥିବା ବେଳେ କଟକର ଚାଉଳିଆଗଞ୍ଜ ପୋଲିସ ଦ୍ଵାରା ଗିରଫ ହୋଇଥିଲେ ଚାରି ଅଭିଯୁକ୍ତ । 


ସୂଚନାଯୋଗ୍ୟ ଯେ ଏହି ଚାରି ବ୍ୟକ୍ତି ପୂର୍ବରୁ ଏହିପରି ସମାନ ମାମଲାରେ ଗିରଫ ହୋଇଥିଲେ ଓ ବେଲ୍ ରେ ଆସିଥିଲେ ।  


ଏହି ଠକ ଗ୍ରୁପ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ।


ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ ପଟ୍ଟନାୟକ, ଅନିଲ କୁମାର ଭୋଇ, ପ୍ରଦୀପ ସାମନ୍ତରାୟ ଓ ଇଷାନ ଦାସ । ଗିରଫ ଅଭିଯୁକ୍ତମାନଙ୍କୁ ରବିବାର କୋର୍ଟ ଚାଲାଣ କରିଛି ଚାଉଳିଆଗଞ୍ଜ ଥାନା ପୋଲିସ ।
 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon