ରାଶିଫଳ ଡିସେମ୍ବର 9-15 : ଏପରି ରହିବ ଫଳ

Monday, December 9, 2019

(ବେତାର ବ୍ୟୁରୋ) ଚଳିତ ସପ୍ତାହରେ ଚନ୍ଦ୍ର ଦେବ ମେଷ ରାଶିରୁ ଯାତ୍ରା ଆରମ୍ଭ କରି କର୍କଟ ରାଶିରେ ଯାତ୍ରା ଶେଷ କରିବେ ।  ଏହି ସମୟରେ ଏହା କେତୁ, ଶନି, ବୃହସ୍ପତି ତଥା ମଙ୍ଗଳ ଦୃଷ୍ଟିରେ ରହିବେ ଓ କିଛି ବ୍ୟକ୍ତିଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରନ୍ତି । ସେହିପରି ସପ୍ତାହର ଶେଷ ଭାଗଆଡକୁ (ଗୁରୁବାର) କାଳସର୍ପ  ପୁନର୍ବାର ଆରମ୍ଭ ହେଉଛି ଯାହାକି ପ୍ରାୟ 7ଟି ରାଶି ପାଇଁ  ଶୁଭ ସମୟ ନୁହେଁ ।  କିଛି ବ୍ୟକ୍ତିଙ୍କ ଦୂରଯାତ୍ରା କଷ୍ଟକର ହୋଇପାରେ । 

ତେବେ ମିଥୁନ, ବିଛା ଆଦି 5 ରାଶି ପାଇଁ ଭଲ ସମୟ । 

 

 

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ ।

 

 

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶାଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।) 

 

ମେଷ : ସପ୍ତାହ ଆରମ୍ଭ -ବିଶେଷ କାମ କରିବେ। ସପ୍ତାହ ମଝି -ବେପାରରେ ଧନଲାଭ ହେବ। ସପ୍ତାହ ଶେଷ -ବନ୍ଧୁବର୍ଗ ସହିତ ବଢ଼ିଆ ସମ୍ବନ୍ଧ ବଜାୟ ରହିବ।

 

ବୃଷ ସପ୍ତାହ ଆରମ୍ଭ -ଲୋକଙ୍କ ବିଶ୍ୱାସ ଆପଣଙ୍କ ଉପରେ ବଜାୟ ରହିବ। ସପ୍ତାହ ମଝି -ବ୍ୟବସାୟରେ ଲାଭ ହେବ। ସପ୍ତାହ ଶେଷ -ବୈବାହିକ ସମସ୍ୟା ସମାଧାନ ହେବ।


ମିଥୁନ ସପ୍ତାହ ଆରମ୍ଭ -ଜୀବନରେ ଆଗକୁ ବଢ଼ିବା ସମୟ ଭଲ। ସପ୍ତାହ ମଝି -ଜୀବନସାଥୀଙ୍କ ସହିତ ବାହାରକୁ ବୁଲିଯିବେ। ସପ୍ତାହ ଶେଷ -ରାଜନୀତିରେ ଲାଭ ପାଇବେ।


କର୍କଟ : ସପ୍ତାହ ଆରମ୍ଭ -ଉନ୍ନତିର ନୂଆ ରାସ୍ତା ଖୋଲିବ। ସପ୍ତାହ ମଝି -କୌଣସି କାମରେ ଭାଇ ଭଉଣୀଙ୍କ ସହଯୋଗ ପାଇବେ। ସପ୍ତାହ ଶେଷ -ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ।


ସିଂହ ସପ୍ତାହ ଆରମ୍ଭ -ଧର୍ମ ସ୍ଥାନକୁ ଯିବାର ଯୋଜନା କରିପାରନ୍ତି। ସପ୍ତାହ ମଝି -ବେପାରରେ ଉନ୍ନତି ହେବ। ସପ୍ତାହ ଶେଷ -ଅର୍ଥ ଉପାର୍ଜନ ଲାଗି ନୂଆ ସୁଯୋଗ ଆସିବ।


କନ୍ୟା : ସପ୍ତାହ ଆରମ୍ଭ -କାମ ପ୍ରତି ସକ୍ରିୟ ରହିବେ। ସପ୍ତାହ ମଝି -ଧର୍ମକର୍ମରେ ରୁଚି ବଢ଼ିବ। ସପ୍ତାହ ଶେଷ -ମହତ୍ତ୍ୱପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହେବ।

 

ତୁଳା : ସପ୍ତାହ ଆରମ୍ଭ -ବ୍ୟବସାୟରେ ଭଲ ଲାଭ ପାଇବେ। ସପ୍ତାହ ମଝି -ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ସପ୍ତାହ ଶେଷ -କୌଣସି ଭଲ ସୁଯୋଗ ମିଳିପାରେ।


ବିଛା : ସପ୍ତାହ ଆରମ୍ଭ -ଆୟର ନୂଆ ସ୍ରୋତ ଆସିପାରେ। ସପ୍ତାହ ମଝି -ପ୍ରେମ ସଂପର୍କ ନିବିଡ଼ ହେବ। ସପ୍ତାହ ଶେଷ -କାରବାରରେ ନୂଆ ଲୋକଙ୍କ ସହିତ ସଂପର୍କ ହେବ।


ଧନୁ : ସପ୍ତାହ ଆରମ୍ଭ -ବିବାହିତଙ୍କ ଲାଗି ସମୟ ଭଲ। ସପ୍ତାହ ମଝି -ବନ୍ଧୁଙ୍କ ଉପହାର ଦେଇପାରନ୍ତି। ସପ୍ତାହ ଶେଷ -ମନ ସାମାଜିକ କାର୍ଯ୍ୟ କରିବା ଦିଗକୁ ଲାଗି ରହିପାରେ।

 

ମକର : ସପ୍ତାହ ଆରମ୍ଭ -ଧନଲାଭର ନୂଆ ରାସ୍ତା ଖୋଲିବ। ସପ୍ତାହ ମଝି -ଚାକିରିଜୀବୀଙ୍କୁ ନୂଆ ପରିଯୋଜନା ମିଳିପାରେ। ସପ୍ତାହ ଶେଷ -ଛାତଛାତ୍ରୀଙ୍କ ଲାଗି ସମୟ ଭଲ।

 

କୁମ୍ଭ : ସପ୍ତାହ ଆରମ୍ଭ -ଆର୍ଥିକ ରୂପେ ଆଗକୁ ବଢ଼ିବାର ସୁଯୋଗ ମିଳିବ। ସପ୍ତାହ ମଝି -ସ୍ଥଗିତ ଥିବା କାମ ସଂପୂର୍ଣ୍ଣ ହୋଇପାରେ। ସପ୍ତାହ ଶେଷ -ବୈବାହିକ ଜୀବନରେ ଖୁସି ବଢ଼ିବ।

 

ମୀନ : ସପ୍ତାହ ଆରମ୍ଭ -ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ସପ୍ତାହ ମଝି -ବେପାରରେ ଧନଲାଭ ହେବ। ସପ୍ତାହ ଶେଷ -ଛାତ୍ରମାନଙ୍କର ଲେଖାପଢ଼ା ପ୍ରତି ଆଗ୍ରହ ବଢ଼ିବ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon