ଦଣ୍ଡ ବୈଠକର ନୂଆ ନାମ ଏବେ ସୁପର ବ୍ରେନ ଯୋଗ : ଜାଣନ୍ତୁ କାହିଁକି

Sunday, December 15, 2019

(ବେତାର ବ୍ୟୁରୋ) ଆଜିକାଲି ସ୍କୁଲରେ ଶାରୀରିକ  ଦଣ୍ଡ ଦେବା ଏକ ଅପରାଧ ଭାବେ ବିବେଚନା କରାଯାଉଥିବା ବେଳେ ଆଗରୁ ସ୍କୁଲରେ ଶିକ୍ଷକମାନଙ୍କ ଦ୍ଵାରା ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉଥିବା ଦଣ୍ଡ ମଧ୍ୟରେ ଦଣ୍ଡ ବୈଠକ ବା Sit Ups ଏକ ପ୍ରମୁଖ ଦଣ୍ଡ ଥିଲା ।

 

ତେବେ ଅନ୍ୟ ଭାବରେ ଦେଖିବାକୁ ଗଲେ ଏହା ଦଣ୍ଡ ବଦଳରେ ଛାତ୍ରଛାତ୍ରୀଙ୍କ ପାଇଁ ଉପକାରୀ ବ୍ୟାୟାମ ଥିଲା । କାରଣ ଏହାକରିବା ଦ୍ଵାରା ଛାତ୍ରଛାତ୍ରୀମାନେ ପାଠପଢାରେ ମନଯୋଗୀ ହେବା ସହିତ କୌଣସି ବିଷୟକୁ ଭଲ ଭାବେ ବୁଝିବାରେ ସମର୍ଥ ହୋଇଥାନ୍ତି । ଏହା ଶରୀରର ରକ୍ତ ସଂଚାଳନରେ ମଧ୍ୟ ସାହାଯ୍ୟ କରିଥାଏ ।

 

ତେବେ ଏହା ଉପରେ ଅଧିକ ଗବେଷଣା ହେବା ପରେ ଏବେ ଦେଶ ବିଦେଶର ଅନେକ ସଂସ୍ଥା ଏହାକୁ ସୁପର ବ୍ରେନ ଯୋଗ ନାମରେ ଆଗ୍ରହୀ ବ୍ୟକ୍ତିଙ୍କୁ ଶିକ୍ଷା ଦେଉଛନ୍ତି ।

 

ଆସନ୍ତୁ ଜାଣିବା ଏହାର ଫାଇଦା ଓ କିପରି ଏହାକୁ କରାଯାଏ ।

ଦଣ୍ଡବୈଠକ ବା ବସଉଠ ଏକ ସରଳ କିନ୍ତୁ  ଉପାଦେୟ ବ୍ୟାୟମ । ଏଥିରେ ବ୍ୟକ୍ତି ସିଧାସଳଖ ଠିଆ ହୋଇ ତଳକୁ ବସି ପୁଣି କ୍ଷିପ୍ର ବେଗରେ ଉଠିବାକୁ ଚେଷ୍ଟା କରିଥାଏ ଓ ଏହି ପ୍ରକ୍ରିୟା ବାରମ୍ବାର ଚାଲିଥାଏ । ନିୟମିତ ଏହାକୁ କରିବା ଦ୍ଵାରା:

  1. ଶରୀରର ଇଲେକ୍ଟ୍ରୋମ୍ୟାଗ୍ନେଟିକ ତରଂଗ ଭଲ ଭାବେ ସଂଚରିତ ହୋଇଥାଏ , ଯାହା ଦୁର୍ବଳ ହୋଇଥିବା ସ୍ନାୟୁକୋଷ ଓ ସ୍ନାୟୁକୁ ସଜାଗ କରାଏ ।

  2. ମସ୍ତିସ୍କର କାମ କରିବା କ୍ଷମତା ବହୁ ଗୁଣିତ ହୋଇଥାଏ । ଫଳରେ ଶୀଘ୍ର ନିଷ୍ପତ୍ତି ନେବା , ବିଚାର କରିବା କ୍ଷମତା ବଢିଥାଏ  ଓ ଭଲ ନିଦ ହୋଇଥାଏ ।

  3. ଅବସାଦ ଯୋଗୁଁ ମନ ବିଷାଦ ରହୁଥିଲେ ଏହା କରିବା ଫଳରେ ଶରୀର, ମନ ଓ ସର୍ବୋପରି ମସ୍ତିସ୍କ କ୍ରିୟାଶୀଳ ହୋଇଥାଏ ।

  4. ଜିନିଷ ରଖି ଭୁଲିଯିବା, ଅନ୍ୟମନସ୍କ ହେବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ  ।

  5. ରକ୍ତ ପ୍ରବାହ ଭଲ ହୋଇଥାଏ ଓ ଏହା ଫଳରେ ଶରୀରର ଅନ୍ୟାନ୍ୟ ସମସ୍ୟା ଦୂରେଇଥାଏ ।

ଏହି ଆସନର ଫାଇଦା ପାଇବାକୁ ହେଲେ କିଛି ସପ୍ତାହ ନିୟମିତ କରନ୍ତୁ ଓ ଏହାପରେ ଫରକ ଆପଣ ନିଜେ ଜାଣିପାରିବେ । 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon