ଚିଡ଼ିଚିଡାପଣ ଯୋଗୁଁ ବିରକ୍ତ ? ଘରେ ବସି ଏମିତି କରନ୍ତୁ ଉପାୟ

Friday, December 27, 2019

 

(ବେତାର ବ୍ୟୁରୋ) ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ମାନସିକ ଚାପ ବଢ଼ିବାରେ ଲାଗିଛି। ମାନସିକ ଚାପରୁ ମୁକ୍ତି ପାଇଁ ଆକ୍ୱାରିୟମ୍‌ ଥେରାପି ଏକ ସହଜ ମାଧ୍ୟମ। ଘରେ ଆକ୍ୱାରିୟମ୍‌ ରଖି ବିଭିନ୍ନ ମାନସିକ ରୋଗର ଚିକିତ୍ସା କରାଯାଇପାରେ। ଏହା ସୁଫଳ ପ୍ରଦାନ କରିଥାଏ ବୋଲି ଇଂଲଣ୍ଡର ଏକ ବିଶ୍ୱବିଦ୍ୟାଳୟର ଗବେଷକ ସୂଚିତ କରିଛନ୍ତି।

 

ଏହା ଏକ ଅତ୍ୟନ୍ତ  ସହଜ ଉପାୟ । ଏଥିପାଇଁ ପ୍ରଥମେ ଘରର ଲାଇଟ୍‌ ଲିଭାଇ କିଛି ସମୟ ପାଇଁ ଆକ୍ୱାରିୟମ୍‌ ଆଗରେ ବସି ମାଛମାନଙ୍କ ହାବଭାବ ଲକ୍ଷ୍ୟ କରନ୍ତୁ। ଧୀରେଧୀରେ ମାନସିକ ଚାପ ହ୍ରାସ ପାଇବ। ଏହା ମାଂସପେଶୀକୁ ଆରାମ ଦେବା ସହିତ ହୃଦ୍‌ସ୍ପନ୍ଦନକୁ ନିୟନ୍ତ୍ରିତ କରି ଶରୀରରେ ଠିକ୍‌ ଭାବେ ରକ୍ତ ସଞ୍ଚାଳନ କରିଥାଏ।

 

ସେହିପରି କର୍ମକ୍ଷେତ୍ରରୁ ଅବସର ନେଇଥିବା ବୟସ୍କ ବ୍ୟକ୍ତିଙ୍କ ମସ୍ତିଷ୍କ ଉପରେ ଏହି ଆକ୍ୱାରିୟମ୍‌  ଥେରାପି ଭଲ ପ୍ରଭାବ ପକାଇଥାଏ। ଅବସର ନେବା ପରେ ସେମାନଙ୍କର ଦୀର୍ଘଦିନର ରୁଟିନ୍‌ ବନ୍ଧା ଜୀବନରେ କିଛିଟା ପରିବର୍ତ୍ତନ ଆସିଥାଏ। ଏହାକୁ ସହଜରେ ସେମାନେ ଗ୍ରହଣ କରିପାର ନ ଥାନ୍ତି। ତେଣୁ ଚିଡ଼ିଚିଡ଼ାପଣ ସୃଷ୍ଟି ହୋଇଥାଏ।

 

ଆସନ୍ତୁ ଜାଣିବା ଏହିପରି ଆହୁରି କିଛି ଘରୋଇ ଉପାୟ ସମ୍ପର୍କରେ ।

 

ଦୈନନ୍ଦିନ କାର୍ଯ୍ୟସୂଚୀ : ଚିଡିଚିଡାପଣ  ଦୂରେଇଇବା ପାଇଁ ଆଉ ଏକ ଉପାଦେୟୀ ଉପାୟ ହେଲା ନିଜର ଦୈନନ୍ଦିନ ଜୀବନ ପାଇଁ ଏକ କାର୍ଯ୍ୟସୂଚୀ ସ୍ଥିର କରିବା । ମନୋଚିକିତ୍ସକଙ୍କ ମତରେ କର୍ମ ବ୍ୟସ୍ତ ରହିଲେ ମନୁଷ୍ୟ ଅବସାଦ ଭୁଲିଯାଏ । ଏଥିପାଇଁ ଏକ ଡାଏରୀ ପ୍ରସ୍ତୁତ କରନ୍ତୁ ଓ ଆସନ୍ତାକାଲି କଣ କରିବେ ତାହାର ଏକ ତାଲିକା ପ୍ରସ୍ତୁତ କରି ରଖନ୍ତୁ । ଏପରି ଅଭ୍ଯାସ ଜାରି ରଖିଲେ ଅବସାଦ ଦୂରେଇ ଯିବ ।

 

ନିଦ୍ରା ସୂଚୀ : ଚିଡିଚିଡାପଣ ହେବାର ଅନ୍ୟ ଏକ କାରଣ ହେଉଛି ଠିକ ସେ ନିଦ୍ରା ନ ହେବା । ଏଣୁ ସୁନିଦ୍ରା ହେବା ପାଇଁ କିଛି ଉପାୟ କରିବା ଜରୁରୀ । ପ୍ରଥମେ ଶୟନ ସ୍ଥାନରୁ ଅନାବଶ୍ୟକ ଜିନିଷ ଦୂରେଇ ଦିଅନ୍ତୁ  । ଏହା ପରେ ଏକ ସୁଗନ୍ଧିତ ଧୂପକାଠି ଜଳାଇ ଦିଅନ୍ତୁ । ସୁବିଧା ହେଲେ ୟୁଟ୍ୟୁବରେ ସୁମଧୁର ନିଦ୍ରା ଗୀତ ଲଗାଇ  ଶୁଣନ୍ତୁ । 

 

ସନ୍ତୁଳିତ  ଆହାର : ଗବେଷଣାରୁ ଜଣା ପଡିଛି ଯେ ଖାଇବା ପିଇବାରେ ଅତ୍ୟଧିକ ତେଲ ମସଲା, ରାଗ ଓ ଗରମ ଖାଦ୍ୟ ଖାଇଲେ ଅବସାଦ ଓ  ଚିଡିଚିଡାପଣ ଦେଖାଦେଇଥାଏ । ଏହାଛଡା ଖାଇବାପିଇବାରେ ଅନିୟମିତତା ମଧ୍ୟ ଏଥିପାଇଁ ଦାୟୀ । ଏଣୁ ସନ୍ତୁଳିତ ଆହାର ଓ ଠିକ ସମୟରେ ନିୟମିତ ଖାଇନେବା ହେଉଛି  ଚିଡିଚିଡାପଣ ଦୂରେଇବା ପାଇଁ ଏକ ଭଲ ଉପାୟ  ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon