ପସନ୍ଦ ଆସୁଛି ଅକ୍ଷୟଙ୍କ Good Newwz : ସପ୍ତାହକ ଭିତରେ ଏତିକି କଲାଣି ବ୍ୟବସାୟ

Saturday, January 4, 2020

(ବେତାର ବ୍ୟୁରୋ) ଅକ୍ଷୟ କୁମାର, କରିନା କପୁର ଖାଁ କିଆରା ଆଡଭାନୀ ଓ ଦଲଜିତ ସିଂହ ଦୋଷାନଙ୍କ ଅଭିନୀତ Good Newwz ଫିଲ୍ମ ଡିସେମ୍ବର ଶେଷ ସପ୍ତାହରେ ରିଲିଜ ହୋଇଥିଲେ ହେଁ ନୂଆ ବର୍ଷରେ ମଧ୍ୟ ଏହାର ଜୟଯାତ୍ରା ବଜାୟ ରଖିଛି।

 

ଫିଲ୍ମଟି ଦେଶ ତଥା ବିଦେଶରେ ଦୁଇ ସପ୍ତାହ ଧରି ଭଲ ବ୍ୟବସାୟ କରିଛି ବୋଲି ବିଶିଷ୍ଟ ଫିଲ୍ମ ବାଣିଜ୍ୟ ସମୀକ୍ଷକ ତରନ ଆଦର୍ଶ କହିଛନ୍ତି।

 

ଅକ୍ଷୟଙ୍କ ଗତ ଫିଲ୍ମ 'ମିଶନ ମଙ୍ଗଳ' ଭଳି Good Newwz ମଧ୍ୟ ଅନୁରୂପ ବ୍ୟବସାୟ କରୁଛି। ତେଣେ ମିଶନ ମଙ୍ଗଳ ଫିଲ୍ମର ଚାହିଦା ମୁମ୍ବାଇ, ମହୀଶୂର ଓ ପଶ୍ଚିମ ବଙ୍ଗ ଭଳି ରାଜ୍ୟମାନଙ୍କରେ ଥିବା ବେଳେ Good Newwz ଦିଲ୍ଲୀ ଓ ପଞ୍ଜାବରେ ଭଲ ବ୍ୟବସାୟ କରୁଛି।

 

କାହାଣୀ ମଜାଦାର

ଏହି ଫିଲ୍ମରେ ଦୁଇଜଣ ଦମ୍ପତ୍ତି ସନ୍ତାନ ଜନ୍ମ କରିବାରେ ଅକ୍ଷମ ଥିବା ଦର୍ଶା ଯାଇଛି। ତେବେ ଏହାର ସମାଧାନ କରିବାକୁ ଯାଇ ସେମାନେ କୃତ୍ରିମ ଉପାୟରେ ( ମେସିନ ରେ) ସନ୍ତାନ ଜନ୍ମ କରିବାକୁ ଇଛା ପ୍ରକାଶ କରୁଛନ୍ତି। ମାତ୍ର ସେହିଠାରେ ହିଁ ଗୋଳମାଳ ହୋଇଛି ଓ ପିଲା ଜନ୍ମ ହେବା ପରେ ଏକ ହାସ୍ୟରୋଳ ପରିସ୍ଥିତି ସୃଷ୍ଟି ହୋଇଛି।

 

ଫିଲ୍ମର କାହାଣୀ ସାଙ୍ଗକୁ ମଜାଦାର ଡାଇଲଗ ଓ ଅକ୍ଷୟ କୁମାରଙ୍କ କମେଡି ଟାଇମିଙ୍ଗ ହସେଇ ହସେଇ ବେଦମ କରୁଥିବାରୁ ଏହା ସମସ୍ତଙ୍କୁ ପସନ୍ଦ ଆସୁଛି।

 

ଫିଲ୍ମର ସଫଳତା ନେଇ ଅକ୍ଷୟ କୁମାର କହିଛନ୍ତି ଯେ ଆମେ କମେଡି ମାଧ୍ୟମରେ ଯେଉଁ ସନ୍ଦେଶ ଜନତାଙ୍କୁ ଦେବାକୁ ଚାହୁଁଥିଲୁ ସେଥିରେ ସଫଳ ହେଲା ଭଳିଆ ଲାଗୁଚି। କୃତ୍ରିମ ଉପାୟରେ ସନ୍ତାନ ଜନ୍ମର ସୁବିଧା ଓ ଅସୁବିଧା କଥା ଏଥିରେ ଦର୍ଶାଇ ଜନସାଧାରଣଙ୍କୁ ଏହି ବିଷୟ ପ୍ରତି ସଚେତନ ହେବାକୁ ସେ ଅନୁରୋଧ କରିଛନ୍ତି।

 

ଟପିବ 200 କୋଟି

ଫିଲ୍ମଟି ଗତ 8 ଦିନ ମଧ୍ୟରେ ପ୍ରାୟ 136 କୋଟି ଟଙ୍କାର ବ୍ୟବସାୟ କରିସାରିଲାଣି। ଖୁବ ଶୀଘ୍ର ଏହା ସଲମାନଙ୍କ 'ଦବଙ୍ଗ 3' କୁ ଟପି ପ୍ରାୟ 150 କୋଟିର ବ୍ୟବସାୟ କରିବା ବୋଲି ତରଣ ଆଦର୍ଶ ଶନିବାର  ଟ୍ୱିଟର ରେ କହିଛନ୍ତି।

 

ଫିଲ୍ମଟି ଭାରତ ଛଡା ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଫିଜି ଇତ୍ୟାଦି ଦେଶମାନଙ୍କରେ ଭଲ ବ୍ୟବସାୟ କରିଛି।

ଏହିପରି ବ୍ୟବସାୟ ଲାଗି ରହିଲେ ଏହା କହିବ ଶୀଘ୍ର 200 କୋଟି ଅତିକ୍ରମ କରିବା ବୋଲି ଫିଲ୍ମ ବ୍ୟବସାୟ ସମୀକ୍ଷକମାନେ କହିଛନ୍ତି।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon