ରବିବାରଠୁ ଶିରିଡି ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ, ଏମିତି ହେବ ପୂଜା

Saturday, January 18, 2020

(ବେତାର ବ୍ୟୁରୋ) ଶିରିଡ଼ି ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମନ୍ତବ୍ୟ ଉପରେ ବିବାଦ ସୃଷ୍ଟି ହୋଇଥିବାରୁ ଏହି ଘଟଣାରେ ଶିରିଡି ସହରରେ ବନ୍ଦ ଡାକରା ଦିଆଯାଇଛି।

ଏହି ବନ୍ଦ ରବିବାର (ଜାନୁୟାରୀ 19)ରୁ ଲାଗୁ ହେବାକୁ ଘିବା ବେଳେ କେତେଦିନ ଯାଏଁ ଏହା ବଳବତ୍ତର ରହିବ ସେ ବିଷୟରେ ସୂଚନା ଦିଆଯାଇ ନାହିଁ। ତେବେ ମନ୍ଦିର ପ୍ରଶାସନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବୟାନ ପ୍ରତିବାଦରେ ଆମେ ଶିରିଡିରେ ବନ୍ଦ ପାଳନ କରିବାକୁ ନିଷ୍ପତ୍ତି ନେଇଛୁ।


ଚାଲୁ ରହିବ ପୂଜା
ଶିରିଡି ବନ୍ଦ ସମୟରେ ସେଠାକାର ପରିବହନ ବ୍ୟବସ୍ଥା ତଥା ଦୋକାନ ବଜାର ବନ୍ଦ ରହିପାରେ, କିନ୍ତୁ ମନ୍ଦିର ରେ ପୂଜାର୍ଚ୍ଚନାଆ ନୀତିଦିନ ଭଳି ଚାଲୁ ରହିବ।

ଏହି ବନ୍ଦ ପାଳନ ସମୟରେ ନୀତିଦିନିଆ ପୂଜାର୍ଚ୍ଚନା ଚାଲୁ ରହିବା ସହିତ ଭକ୍ତ ମାନଙ୍କ ଦର୍ଶନରେ କୌଣସି ଅସୁବିଧା ହେବ ନାହିଁ ବୋଲି ମନ୍ଦିର ପ୍ରଶାସନ କହିଛି।

ତେବେ ଶିରିଡି ବାହାରୁ ଓ ମହାରାଷ୍ଟ୍ରର ବାହାରୁ ଆସୁଥିବା ଭକ୍ତ ମାନେ କିଭଳି ଦର୍ଶନ କରିବେ ସେ ବିଷୟରେ ମନ୍ଦିର ପ୍ରଶାସନ ସ୍ପଷ୍ଟ କରିନି।

ଏଣୁ ବାହାରୁ ଆସୁଥିବା ଦର୍ଶନାଭିଳାଷୀ ମନେ ହଇରାଣ ହେବାର ଆଶଙ୍କା କରାଯାଉଚି।


ଉଦ୍ଧବ ଠାକରେଙ୍କ ପାଇଁ ବିବାଦ
ସେଠାରେ ମୁଖ୍ୟମନ୍ତ୍ରୀ ଠାକରେକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହା ପ୍ରତିବାଦରେ ଆସନ୍ତା ରବିବାରଠାରୁ ଶିରିଡ଼ି ସାଇବାବାଙ୍କ ମନ୍ଦିର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି।

ସାଇବାବାଙ୍କ ଜନ୍ମସ୍ଥାନ ଶିରିଡ଼ି ବୋଲି ସମସ୍ତଙ୍କର ବିଶ୍ଵାସ ରହିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିକଟରେ କହିଥିଲେ ଯେ, ପର୍ଭଣୀର ପଥରୀ ହେଉଛି ସାଇବାବାଙ୍କ ଜନ୍ମସ୍ଥାନ। ଏପରି କି ମୁଖ୍ୟମନ୍ତ୍ରୀ ପଥରୀର ବିକାଶ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଶିରିଡ଼ି ସାଇବାବା ମନ୍ଦିର ଟ୍ରଷ୍ଟ ଏବଂ ଶ୍ରଦ୍ଧାଳୁ।କାରଣ ଏ ବିଷୟରେ କୌଣସି ମାନ୍ୟତା ନ ଥିବା ବେଳେ କିଛି ମୁସଲିମ ଭକ୍ତ ମାନେ ଏଭଳି ଦାବି କରି ଆସୁଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପରେ ଶିରିଡି ମନ୍ଦିର ପ୍ରଶାସନ କ୍ଷୁବ୍ଧ ହୋଇଛି।

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon