ପାକିସ୍ତାନର ଚେତାବନୀ : ଭାରତ ଏସିଆ କପ ପାଇଁ ନ ଆସିଲେ, ପାକିସ୍ତାନ ଦଳ ଟି20 ବିଶ୍ଵକପ ବହିଷ୍କାର କରିବ

Saturday, January 25, 2020

(ବେତାର ବ୍ୟୁରୋ) ଏସିଆ କପ ଆୟୋଜନ ପାଇଁ ପାକିସ୍ତାନକୁ ସ୍ବୀକୃତି ମିଳିସାରିଥିବା ବେଳେ ବିସିସିଆଇ ନିଜର ଗସ୍ତସୂଚୀ ସ୍ପଷ୍ଟ କରି ନ ଥିବାରୁ ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ଖେଳ ହେବ କି ନା ସେ ନେଇ ପ୍ରଶ୍ନବାଚୀ  ସୃଷ୍ଟି ହୋଇଛି ।   

 

ଏହି ସମୟରେ ଟି୨୦ ଫର୍ମାଟରେ ହେବାକୁ ଥିବା ଏସିଆ କପ୍‌ ଟୁର୍ନାମେଣ୍ଟ ଆୟୋଜନ ଅଧିକାର ପାକିସ୍ତାନ ଛାଡ଼ିଦେଇଥିବା ରିପୋର୍ଟକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ କାର୍ଯ୍ୟକାରୀ ଓ୍ବାସିମ ଖାଁ ପ୍ରତ୍ୟାଖ୍ୟାନ କରି କହିଛନ୍ତିି, ଯଦି ଭାରତ ଏସିଆ କପ୍‌ ପାଇଁ ପାକିସ୍ତାନ ନ ଆସେ, ଆମେ ୨୦୨୧ ଟି୨୦ ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବୁ ନାହିଁ।

 

ବିସିସିଆଇ  ଆରାଜି

ଉଲ୍ଲେଖଯୋଗ୍ୟ, ୨୦୨୧ ଟି୨୦ ବିଶ୍ୱକପ୍‌ ଭାରତ ଆୟୋଜନ କରିବ। ସେହିପରି ଚଳିତ ବର୍ଷ ସେପ୍ଟେମ୍ବର ହେବାକୁ ଥିବା ଏସିଆ କପ ପାକିସ୍ତାନରେ ହେବ ବୋଲି ଗତ ବର୍ଷ ଏସିଆ କ୍ରିକେଟ କାଉନସିଲ  ବୈଠକରେ ସ୍ଥିର ହୋଇଥିଲା ।

 

ତେବେ ନିକଟରେ  ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଏହାର ଦଳକୁ ଅନ୍ୟ ଏକ କ୍ରିକେଟ ସିରିଜ ପାଇଁ ପାକିସ୍ତାନ ପଠାଇବାକୁ ରାଜି ହେବା ପରେ ପିସିବି ଏସିଆ କପ୍‌ ଆୟୋଜନ ଅଧିକାର ହାତଛଡ଼ା କରିଥିବା ସମ୍ପର୍କିତ କିଛି ରିପୋର୍ଟ ପ୍ରକାଶ ପାଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ଏବେ ବଙ୍ଗଳାଦେଶ ବା ୟୁଏଇରେ ହେବ ବୋଲି ଚର୍ଚ୍ଚା ଚାଲିଛି ।

 

ଏପରିକି ଭାରତ ଜାଣିଶୁଣି ଏଭଳି କରୁଛି ବୋଲି ପାକିସ୍ତାନ ଅଭିଯୋଗ କରିଛି ଓ ପାକିସ୍ତାନ କୌଣସି ପରିସ୍ଥିଟୋରେ ଏସିଆ କପ ଆୟୋଜନ ଅଧିକାର ଛାଡିବ ନାହିଁ ବୋଲି ପିସିବି ମୁଖ୍ୟ କହିଛନ୍ତି ।

 

ପାକିସ୍ତାନର ଧମକ

ପାକିସ୍ତାନ ଖବରକାଗଜ ‘The Dawn’ ଅନୁସାରେ ପିସିବି କହିଛି ଯେ ପାକିସ୍ତାନରୁ ଟୁର୍ଣ୍ଣାମେନର ଅଧିକାର କାଢିନେବାର ବିଶେଷାଧିକାର ଆଇସିସିର ନାହିଁ। କେବଳ ଏସିଆନ କ୍ରିକେଟ କାଉନ୍‌ସିଲ (ଏସିସି) ଏହି ନିଷ୍ପତ୍ତି ନେଇପାରିବ।

 

ଆମେ ଏସିଆ କପ୍‌ ଆୟୋଜନ ପାଇଁ ଦୁଇଟି ଭେନ୍ୟୁକୁ ଗୁରୁତ୍ୱ ଦେଉଛୁ ବୋଲି ପିସିବି ମୁଖ୍ୟ ଓ୍ବାସିମ କହିଛନ୍ତି।

ଗତ ସପ୍ତାହରେ ପାକିସ୍ତାନରେ କ୍ରିକେଟ ନ ଖେଳିବା ନିଷ୍ପତ୍ତିରେ ପରିବର୍ତ୍ତନ କରିବାକୁ ବିସିସିଆଇ ମନା କରିଦେଇଥିଲା। ଏଣୁ ପାକିସ୍ତାନ ଏସିଆ କପ୍‌ ଆୟୋଜନ କରିପାରିବ ନାହିଁ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

 

ପାକିସ୍ତାନକୁ ଗତବର୍ଷ ଟେଷ୍ଟ କ୍ରିକେଟ ଫେରିଛି। ଗତ ଡିସେମ୍ବରରେ ଶ୍ରୀଲଙ୍କା ଦଳ ପାକିସ୍ତାନରେ ଟେଷ୍ଟ ଖେଳିଥିଲା।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon