ଭାରତ ବନାମ ନ୍ୟୁଜିଲାଣ୍ଡ ଦ୍ଵିତୀୟ ଟି୨୦ : ବିଜୟ ପଛରେ ଏହି ବୋଲରଙ୍କ ଭୂମିକାର ପ୍ରଶଂସା

Sunday, January 26, 2020

(ବେତାର ବ୍ୟୁରୋ) ରବିବାର ଅନୁଷ୍ଠିତ ଭାରତ-ବନାମ ନ୍ୟୁଜିଲାଣ୍ଡ ମ୍ୟାଚରେ କେ ଏଲ ରାହୁଲ ଓ ଶ୍ରେୟସ ଆୟାରଙ୍କ ବ୍ୟାଟିଂକୁ  ସମସ୍ତେ ପ୍ରଶଂସା କରିଥିବା ବେଳେ ଏଥିରେ କ୍ୟାପଟେନ ରୋହିତ ଶର୍ମାଙ୍କ ଉପସ୍ଥିତ ବୁଦ୍ଧି ଓ ବୋଲରଙ୍କ କମାଲର ଚର୍ଚ୍ଚା ମଧ୍ୟ ବିଭିନ୍ନ ସୋସିଆଲ ମିଡିଆରେ ଓ ଭିନ୍ନ ଭିନ୍ନ କ୍ରିକେଟ ବିଶେଷଜ୍ଞ ମାନେ କରିଥିବା ଦେଖିବାକୁ ମିଳିଛି ।

 

ଘାତକ ବୋଲିଂ

ବିଶେଷ କରି ନ୍ୟୁଜିଲାଣ୍ଡ ଭଳି ଦଳକୁ ମାତ୍ର 132 ରନରେ ଅଲଆଉଟ କରିବା ଭାରତୀୟ ଦଳର ବୋଲିଂ ଓ ଫିଲଡିଙ୍ଗ ଦକ୍ଷତାକୁ ପ୍ରମାଣିତ କରୁଛି ବୋଲି ଏକ୍ସପର୍ଟ ହର୍ଷ ଭୋଗଲେ କହିଛନ୍ତି । ସେହିପରି ଜାହିର ଖାନଙ୍କ ଅନୁସାରେ ଜାଡେଜାଏଏନକେ ବୋଲିଂ ସବୁଠୁ ଅଧିକ ଘାତକ ଥିଲା ।

 

ପ୍ରଥମ ଇନିଂସରେ ଭାରତୀୟ ବୋଲରମାନେ ଆଜି ଦମଦାର ବୋଲିଂ କରିଥିଲେ। ଫଳରେ ନ୍ୟୁଜିଲାଣ୍ଡ ନିଶ୍ଚିତ ଭାବେ ଏକ ବଡ଼ ସ୍କୋରରୁ ବଞ୍ଚିତ ହୋଇଥିଲା। ସ୍ପିନର ରବୀନ୍ଦ୍ର ଜାଦେଜା ୨ଟି ଓ୍ଵିକେଟ୍‌ ନେଇଥିଲେ। ସେହିପରି ଶାର୍ଦ୍ଦୁଲ ଠାକୁର, ଯଶପ୍ରୀତ ବୁମରା ଓ ଶିବମ ଦୁବେ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।

 

ଆୟୋଜକ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ଟି-୨୦ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍‌ରେ ଲୋକେଶ ରାହୁଲ (ଅପରାଜିତ ୫୭ ରନ୍‌, ୫୦ ବଲ, ୩ ଚୌକା, ୨ ଛକା) ଓ ଶ୍ରେୟସ୍‌ ଆୟର (୪୪ ରନ୍‌, ୩୩ ବଲ, ୧ ଚୌକା, ୩ ଛକା) ପୁଣି ଥରେ ବିସ୍ଫୋରକ ବ୍ୟାଟିଂ କରିଥିଲେ ଓ ଇଡେନ୍‌ ପାର୍କରେ ନ୍ୟୁଜିଲାଣ୍ଡକୁ ୭ ଓ୍ଵିକେଟ୍‌ରେ ପରାସ୍ତ କରିଥିଲେ ।

 

3ୟ ସର୍ବନିମ୍ନ ସ୍କୋର

ନ୍ୟୁଜିଲାଣ୍ଡ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ନିଜର ଇନିଂସରେ ୫ଟି ଓ୍ଵିକେଟ ହରାଇ ୧୩୨ ରନ୍‌ ସଂଗ୍ରହ କରିଥିଲା। ଫଳରେ ଭାରତକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୧୩୩ ରନ୍‌ ଲକ୍ଷ୍ୟ ମିଳିଥିଲା। ଭାରତ ୧୭.୩ ଓଭରରେ ମାତ୍ର ୩ଟି ଓ୍ଵିକେଟ ହରାଇ ୧୩୫ ରନ୍‌ କରିବା ସହ ଏହି ମ୍ୟାଚ୍‌କୁ ୭ ଓ୍ଵିକେଟରେ ଜତିବା ସହ ଶୃଙ୍ଖଳାରେ ୨-୦ରେ ଆଗୁଆ ରହିଛି।

 

ଭାରତ ପ୍ରଥମ ଓଭରରୁ ହିଁ ଦ୍ରୁତ ଗତିରେ ରନ୍‌ ହାସଲ କରିବାରେ ଲାଗିପଡ଼ିଥିଲା। ପ୍ରଥମ ଓଭରରୁ ୮ ରନ୍‌ ସଂଗ୍ରହ ହୋଇଥିଲା। କିନ୍ତୁ ଓପନର ରୋହିତ ଶର୍ମା ଶେଷ ବଲରେ ଆଉଟ୍‌ ହୋଇଯାଇଥିଲେ। ସେ ଟିମ୍‌ ସାଉଦୀଙ୍କ ବଲକୁ କ୍ୟାଚ୍‌ ଦେଇ ରସ ଟେଲରଙ୍କ ହାତରେ ଧରାପଡ଼ିଥିଲେ। 

 

ରାହୁଲ ଓ ଶ୍ରେୟସ ଆୟର

ରୋହିତ ବିଦାୟ ନେବା ପରେ ପଡ଼ିଆକୁ ପ୍ରବେଶ କରିଥିଲେ ଅଧିନାୟକ ବିରାଟ କୋହଲି। କିନ୍ତୁ କୋହଲି ମଧ୍ୟ ଅଧିକ ସମୟ ପଡ଼ିଆରେ ତିଷ୍ଠି ପାରି ନ ଥିଲେ। ସେ ୧୨ଟି ବଲ ଖେଳି ୧୧ ରନ୍‌ କରି ସାଉଦୀଙ୍କ ଶିକାର ହୋଇଥିଲେ।

 

ଭାରତ ୫.୨ ଓଭରରେ ୨ୟ ଓ୍ଵିକେଟ ହରାଇବା ପରେ ଧୈର୍ଯ୍ୟର ସହ ଖେଳିଥିଲେ ଯୁବ ବ୍ୟାଟସ୍‌ମ୍ୟାନ ଲୋକେଶ ରାହୁଲ ଓ ଶ୍ରେୟସ ଆୟର। ଉଭୟ ବ୍ୟାଟସ୍‌ମ୍ୟାନ ୩ୟ ଓ୍ଵିକେଟ ପାଇଁ ୮୬ ରନ୍‌ ଭାଗିଦାରୀ ହୋଇପାରିଥଲେ। ନ୍ୟୁଜିଲାଣ୍ଡ ଈଶ୍‌ ସୋଢ଼ୀଙ୍କ ଦ୍ୱାରା ଶ୍ରେୟସ୍‌ ଆୟରଙ୍କୁ ଆଉଟ୍‌ କରିଥିଲା। ଏହା ପରେ କ୍ରିଜ୍‌କୁ ଆସିଥିଲେ ଶିବମ ଦୁବେ । ଦୁବେ ୪ଟି ବଲ ଖେଳି ୮ ରନ୍‌ କରିଥିଲେ। ସେ ସମ୍ମୁଖୀନ ହୋଇଥିବା ଶେଷ ବଲ ଛକା ହୋଇଥିଲା।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon