ଜାନୁୟାରୀ 27-ଫେବୃୟାରୀ 2 ରାଶିଫଳ : ଏ ସପ୍ତାହରେ ଦୁଇଟି ଶୁଭ ଓ ଗୋଟିଏ ଅଶୁଭ ଯୋଗ, ଏମିତି ରହିବ ଫଳ

Monday, January 27, 2020

(ବେତାର  ବ୍ୟୁରୋ) ଚଳିତ ସପ୍ତାହରେ ଚନ୍ଦ୍ର ଦେବ କୁମ୍ଭ ରାଶିରୁ ଯାତ୍ରା ଆରମ୍ଭ କରି ମେଷ ରାଶି ଯାଏଁ ଯାତ୍ରା କରିବେ । ଏହି ସମୟରେ ଶୁକ୍ର ଗ୍ରହ ସହ ଏକତ୍ର ରହିବା କାରଣରୁ ଓ ସପ୍ତାହ ଶେଷ ଆଡକୁ ବୃହସ୍ପତିଙ୍କ ଦ୍ରୁଷ୍ଟିରେ ରହୁଥିବାରୁ କିଛି ବ୍ୟକ୍ତିଙ୍କ ନିମନ୍ତେ ଶୁଭ ସମୟ ରହିବ ।

 

ତେବେ ସପ୍ତାହ ମଝିରେ ଚନ୍ଦ୍ର ଉପରେ ଶନିଙ୍କ ଦୃଷ୍ଟି ହେତୁ କିଛି ବ୍ୟକ୍ତିଙ୍କ ପାଇଁ ହଇରାଣ ହେବା, ବିରକ୍ତ ହେବା କିମ୍ବା ଅପଦସ୍ତ ହେବା ଭଳି ଯୋଗ ମଧ୍ୟ ରହିଛି ।

 

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ। 

 

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶାଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।)

ମେଷ : ସପ୍ତାହ ଆରମ୍ଭ - ଭାବିଚିନ୍ତି କଥାବାର୍ତ୍ତା କରନ୍ତୁ, କ୍ଷତି ହେବାର ସମ୍ଭାବନା ରହିଛି। ସପ୍ତାହ ମଝି-ଆର୍ଥିକ କାରବାର ପାଇଁ ଗୁରୁତ୍ବପୂର୍ଣ ସମୟ। ସପ୍ତାହ ଶେଷ-ଅପେକ୍ଷିତ ଲୋକଙ୍କ ଠାରୁ ସାହାଯ୍ୟ ନ ପାଇଁ ବିରକ୍ତ ହେବେ।


ବୃଷ ସପ୍ତାହ ଆରମ୍ଭ - ଧନଲାଭ ଯୋଗ ରହିଛି, ଭାବିଥିବା କାମ ପୂରଣ କରିବେ। ସପ୍ତାହ ମଝି-କୋୖଣସି କାରଣରୁ ଚିନ୍ତିତ ହେବେ, କିନ୍ତୁ ସମାଧାନର ବାଟ ମିଳିଯିବ। ସପ୍ତାହ ଶେଷ-ଆତ୍ମବିଶ୍ବାସ କମିପାରେ,ପରିସ୍ଥିତି ସୁଧୁରିବ।

 

ମିଥୁନ :  ସପ୍ତାହ ଆରମ୍ଭ -ବ୍ୟବହାରରେ ସଂଯମ ରଖନ୍ତୁ। ସପ୍ତାହ ମଝି - ବେପାରରେ ଲାଭ ପାଇବେ। ସପ୍ତାହ ଶେଷ - କିଛି ନା କିଛି ଆଶା ପୂରଣ ହେବ। ଆୟ ବୃଦ୍ଧି ହେବ।

 

କର୍କଟ :  ସପ୍ତାହ ଆରମ୍ଭ -ବେପାରରେ ଉନ୍ନତି। ସପ୍ତାହ ମଝି - ସବୁ କାମ ଠିକ୍‌ ସମୟରେ ସଂପୂର୍ଣ୍ଣ ହେବ। ସପ୍ତାହ ଶେଷ -: ସମାଜରେ ଲୋକପ୍ରିୟିତା ବଢ଼ିବ, ବନ୍ଧୁ ଆଗମନ।


ସିଂହ :  ସପ୍ତାହ ଆରମ୍ଭ -କିଛି ନୂଆ କାମ କରିବେ। ସପ୍ତାହ ମଝି -: ଜୀବନସାଥୀଙ୍କ ପ୍ରେମ ଓ ସହଯୋଗ ପାଇବେ। ସପ୍ତାହ ଶେଷ -: ମନ ଉଦାସ ରହିବ। ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।

 

କନ୍ୟା : ସପ୍ତାହ ଆରମ୍ଭ -ସୁସମ୍ବାଦ ପାଇବେ। ସପ୍ତାହ ମଝି -: ଆୟର ନୂଆ ସ୍ରୋତ ମିଳିବ। ସପ୍ତାହ ଶେଷ -: ଜୀବନରେ ନୂଆ ମୋଡ଼ ଆସିପାରେ।

 

ତୁଳା : ସପ୍ତାହ ଆରମ୍ଭ -ମନରେ ନୂଆ ବିଚାର ଆସିବ। ସପ୍ତାହ ମଝି -: ବ୍ୟବସାୟରେ ଉନ୍ନତି ହେବ। ସପ୍ତାହ ଶେଷ -: ପରିଶ୍ରମର ସୁଫଳ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ।


ବିଛା : ସପ୍ତାହ ଆରମ୍ଭ -ନୂଆ ଯୋଜନା ପ୍ରସ୍ତୁତ କରିବେ। ସପ୍ତାହ ମଝି -: ଚାକିରିଜୀବୀଙ୍କ ପାଇଁ ସମୟ ଭଲ। ସପ୍ତାହ ଶେଷ -: ଧନ ବୃଦ୍ଧି ହେବ। ଶତ୍ରୁଙ୍କୁ ଜୟ କରିବେ।

 

ଧନୁ : ସପ୍ତାହ ଆରମ୍ଭ -ଧନଲାଭ ହେବ। ସପ୍ତାହ ମଝି -: ପ୍ରତିଷ୍ଠା ବୃଦ୍ଧି ଲାଗି ସୁଯୋଗ ମିଳିବ। ସପ୍ତାହ ଶେଷ -: ଆପଣଙ୍କର ଇଚ୍ଛା ପୂର୍ଣ୍ଣ ହେବ। ପ୍ରେମରେ ସଫଳତା ମିଳିବ।


ମକର : ସପ୍ତାହ ଆରମ୍ଭ -ଧନଲାଭ ହେବ। ସପ୍ତାହ ମଝି -: ପ୍ରତିଷ୍ଠା ବୃଦ୍ଧି ଲାଗି ସୁଯୋଗ ମିଳିବ। ସପ୍ତାହ ଶେଷ -: ଆପଣଙ୍କର ଇଚ୍ଛା ପୂର୍ଣ୍ଣ ହେବ। ପ୍ରେମରେ ସଫଳତା ମିଳିବ।

 

କୁମ୍ଭ : ସପ୍ତାହ ଆରମ୍ଭ -ନୂଆ ଦାୟିତ୍ଵ ମିଳିପାରେ। ସପ୍ତାହ ମଝି -: ଆଶା ମୁତାବକ ଧନପ୍ରାପ୍ତି ହେବ। ସପ୍ତାହ ଶେଷ -: ବ୍ୟବସାୟରେ ଉନ୍ନତି ହେବ। ଦୂର ସ୍ଥାନକୁ ଯାତ୍ରାରେ ଯିବେ।

 

ମୀନ :  ସପ୍ତାହ ଆରମ୍ଭ -ଉପହାର ପାଇବେ। ସପ୍ତାହ ମଝି -: ଅଧୁରା କାମ ପୂରା ହେବ। ସପ୍ତାହ ଶେଷ -: ସରକାରୀ କାମରେ ସାହାଯ୍ୟ ମିଳିପାରେ। ଆୟ ବୃଦ୍ଧି ହେବ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon